ଭିନ୍ନ ଅନ୍ଦାଜରେ ବୀର
ଅନେକ ଯୁବ ପ୍ରତିଭା ବର୍ତ୍ତମାନ ବଲିଉଡରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି ପାଇଁ ଚେଷ୍ଟା ଜାରି ରଖିଛନ୍ତି । ସେଥିମଧ୍ୟରୁ ଜଣେ ହେଲେ ବୀର ପାହାରିଆ । ଯାହାଙ୍କୁ ଖୁବ ଜଲଦି ଆଉ ଏକ ବଡ ପ୍ରୋଜେକ୍ଟରେ ଦେଖିବାକୁ ମିଳିବ, ଯାହାକୁ ନେଇ ଏବେ ଖୁବ ଚର୍ଚ୍ଚା ଚାଲିଛି ।
୨୦୨୫ ମସିହାରେ ସୁପରଷ୍ଟାର୍ ଅକ୍ଷୟ କୁମାରଙ୍କ ଅଭିନୀତ ବହୁପ୍ରତୀକ୍ଷିତ ଚଳଚ୍ଚିତ୍ର ‘ସ୍କାଏ ଫୋର୍ସ’ ମାଧ୍ୟମରେ ବଲିଉଡ୍ରେ ନିଜର କ୍ୟାରିୟର୍ ଆରମ୍ଭ କରିଥିବା ଯୁବ ତଥା ପ୍ରତିଭାଶାଳୀ ଅଭିନେତ୍ରୀ ଓ ଅଭିନେତାଙ୍କ ମଧ୍ୟରୁ ଅନ୍ୟତମ ହେଲେ ବୀର ପାହାରିଆ । ତେବେ ବୀର ବର୍ତ୍ତମାନ ନିଜର ଆଗାମୀ ଆକ୍ସନ-ଥ୍ରୀଲର୍ ଫିଲ୍ମ ‘ବେନାମ’ ପାଇଁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ଯେଉଁଥିରେ ସେ ମୁଖ୍ୟ ନାୟକ ଭାବେ ନଜର ଆସିବେ ଏବଂ ଏହି ଚଳଚ୍ଚିତ୍ରର ପ୍ରେଜେଣ୍ଟର ଦାୟିତ୍ୱ ଅଭିଜ୍ଞ ତଥା ପ୍ରଖ୍ୟାତ ଚଳଚ୍ଚିତ୍ର ନିର୍ମାତା ମହେଶ ଭଟ୍ଟ ସମ୍ଭାଳିବାକୁ ଯାଉଥିବା ଜଣା ପଡିଛି । ରିପୋର୍ଟ ଅନୁଯାୟୀ, ବୀରଙ୍କୁ ଏହି ସିନେମାରେ ଏକ ଭିନ୍ନ ଅନ୍ଦାଜରେ, ବିଶେଷ କରି ମାଟିର କାହାଣୀ ସହ ଜଡ଼ିତ ଏକ କମର୍ସିଆଲ୍ ହିରୋ ଭାବେ ଉପସ୍ଥାପନ କରାଯାଉଛି । ଯେଉଁଥିରେ ଏକ ମନଛୁଆଁ ମ୍ୟୁଜିକ୍ ଆଲବମ୍ ମଧ୍ୟ ରହିବବୋଲି ଜଣା ପଡିଛି । ସୂଚନା ଅନୁସାରେ ‘ବେନାମ’ ଚଳଚ୍ଚିତ୍ରରେ ବୀର ପ୍ରଥମ ଥର ପାଇଁ ଏକ ରଗ୍ଡ୍ ଆଣ୍ଟି-ହିରୋ ଅବତାରରେ ପରଦାକୁ ଆସିବେ ଏବଂ ଏହି ଭୂମିକା ପାଇଁ ସେ ନିଜର ଶାରୀରିକ ତଥା ବାହ୍ୟ ରୂପରେ ଏକ ବଡ଼ ଧରଣର ପରିବର୍ତ୍ତନ କରୁଛନ୍ତି । ତାଙ୍କ ଚରିତ୍ରକୁ ଭିନ୍ନ ଢଙ୍ଗରେ ଡିଜାଇନ୍ କରାଯାଇଛି, ଯାହା ବୀରଙ୍କୁ ବଡ଼ ପରଦାରେ ଏକ ଅନ୍ଧକାରମୟ ତଥା ଆକ୍ସନ-ଓରିଏଣ୍ଟେଡ୍ ସ୍ପେସ୍କୁ ଅନୁସନ୍ଧାନ କରିବାର ସୁଯୋଗ ଦେବ । ତେବେ ବୀର ପାହାରିଆଙ୍କ ପାଇଁ ଏହି ସଫଳତାର ପଛରେ ଏକ ଲମ୍ବା ସଂଘର୍ଷର କାହାଣୀ ରହିଛି, କାରଣ ଏକ ପ୍ରତିଷ୍ଠିତ ତଥା ପ୍ରଭାବଶାଳୀ ରାଜନୈତିକ ଏବଂ ବ୍ୟବସାୟିକ ପରିବାରରୁ ଆସିଥିଲେ ମଧ୍ୟ ସିନେମା ଜଗତରେ ନିଜ ପରିଚୟ ସୃଷ୍ଟି କରିବା ପାଇଁ ତାଙ୍କୁ ଅନେକ ପରିଶ୍ରମ କରିବାକୁ ପଡ଼ିଥିଲା । ସେ କେବଳ ପରିବାରର ନାମରେ ନୁହେଁ, ବରଂ ନିଜ ଯୋଗ୍ୟତାରେ ବଲିଉଡ୍ରେ ପ୍ରବେଶ କରିବା ପାଇଁ ଅଭିନୟର ପ୍ରଶିକ୍ଷଣ ନେବା ସହ ଜଣେ ସହ-ନିର୍ଦ୍ଦେଶକ ଭାବେ ମଧ୍ୟ କାମ କରିଥିଲେ । ଅନେକ ଅଡିସନ ଦେବା ପରେ ଯାଇ ତାଙ୍କୁ ୨୦୨୫ରେ ‘ସ୍କାଏ ଫୋର୍ସ’ରେ ଏକ ବଡ଼ ବ୍ରେକ୍ ମିଳିଥିଲା, ଯେଉଁଥିରେ ତାଙ୍କ ଅଭିନୟକୁ ଦର୍ଶକ ଓ ସମାଲୋଚକ ଉଭୟ ଖୁବ୍ ପ୍ରଶଂସା କରିଥିଲେ । ଯଦି ବୀରଙ୍କ ବ୍ୟକ୍ତିଗତ ଜୀବନ ଉପରେ ନଜର ପକାଇବା, ତେବେ ତାଙ୍କ ଭାଇ ଶିଖର ପାହାରିଆ ମଧ୍ୟ ଲାଇମଲାଇଟ୍ରେ ରହୁଥିବା ବେଳେ ବୀର ନିଜର ଆକର୍ଷଣୀୟ ବ୍ୟକ୍ତିତ୍ୱ ଏବଂ ଷ୍ଟାଇଲିଶ୍ ଲୁକ୍ ପାଇଁ ସୋସିଆଲ ମିଡିଆରେ ବେଶ୍ ଲୋକପ୍ରିୟ । ପୂର୍ବରୁ ବଲିଉଡ୍ ଅଭିନେତ୍ରୀ ସାରା ଅଲ୍ଲୀ ଖାନଙ୍କ ସହ ତାଙ୍କର ସମ୍ପର୍କକୁ ନେଇ ଗଣମାଧ୍ୟମରେ ଅନେକ ଚର୍ଚ୍ଚା ହୋଇଥିଲା, ଯାହା ତାଙ୍କୁ ବ୍ୟକ୍ତିଗତ ସ୍ତରରେ ସେତେବେଳେ ଖୁବ୍ ଚର୍ଚ୍ଚିତ କରିଥିଲା । ବର୍ତ୍ତମାନ ବ୍ୟକ୍ତିଗତ ଜୀବନର ସମସ୍ତ ଚର୍ଚ୍ଚାକୁ ପଛରେ ପକାଇ ବୀର କେବଳ ନିଜ କ୍ୟାରିୟର୍ ଉପରେ ଧ୍ୟାନ କେନ୍ଦ୍ରୀଭୂତ କରୁଛନ୍ତି ଏବଂ ‘ବେନାମ’ ଚଳଚ୍ଚିତ୍ର ସହ ସେ ବଲିଉଡ୍ରେ ଜଣେ ସଫଳ ତଥା ପ୍ରତିଷ୍ଠିତ ଆକ୍ସନ ଷ୍ଟାର୍ ଭାବେ ନିଜକୁ ଗଢ଼ିତୋଳିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ଜଣାପଡ଼ୁଛି ।



