ଭିନ୍ନ ଏକ ପ୍ରେମକାହାଣୀ

ଭିନ୍ନ ଏକ ପ୍ରେମକାହାଣୀ
Ipsita Picture
By: Ipsita
Published On

 

ବଲିଉଡର ବହୁପ୍ରତୀକ୍ଷିତ ଚଳଚ୍ଚିତ୍ର କକ୍ଟେଲ୍-୨କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି, ଯେଉଁଥିରେ ଫିଲ୍ମର କାହାଣୀ ରିଲିଜ୍ ପୂର୍ବରୁ ଲିକ୍ ହୋଇଥିବା ଦାବି କରାଯାଉଛି।  ରିପୋର୍ଟ ଅନୁଯାୟୀ, ଏହି ଲିକ୍ ହୋଇଥିବା କାହାଣୀରେ ଶାହିଦ କପୁର, ରଶ୍ମିକା ମନ୍ଦାନା ଏବଂ କୃତି ସାନନଙ୍କ ଚରିତ୍ରକୁ ନେଇ ଏକ ଅପଡେଟ୍ ମିଳିଛି । ଫିଲ୍ମରେ ରଶ୍ମିକା ଓ କୃତି ଏକ ପରସ୍ପରକୁ ଭଲ ପାଉଥିବା 'ଲେସବିଆନ୍ କପଲ୍' ବା ସମଲିଙ୍ଗୀ ଯୋଡ଼ି ଭାବରେ ନଜର ଆସିପାରନ୍ତି, ଯାହା ବଲିଉଡରେ ଏକ ଭିନ୍ନ ଧରଣର ରୋମାଣ୍ଟିକ ଆଙ୍ଗେଲ୍ ସୃଷ୍ଟି କରିବ। ଯଦିଓ ନିର୍ମାତାଙ୍କ ପକ୍ଷରୁ ଏନେଇ କୌଣସି ଆଧିକାରିକ ସୂଚନା ମିଳିନାହିଁ, ତଥାପି ରିପୋର୍ଟ ଅନୁଯାୟୀ ସେମାନଙ୍କ ପ୍ରେମ କାହାଣୀ ହିଁ ଫିଲ୍ମର ମୁଖ୍ୟ ଆକର୍ଷଣ ହେବ । ଏହାସହ ଶାହିଦ କପୁରଙ୍କୁ ଏହି ପ୍ରେମ କାହାଣୀ ମଝିରେ ଏକ ତୃତୀୟ କୋଣ ବା ଲଭ୍ ଟ୍ରାଏଙ୍ଗଲ୍ର ରୂପ ଦେଉଥିବା ଚରିତ୍ରରେ ଦେଖିବାକୁ ମିଳିବ। ଏହି ଚଳଚ୍ଚିତ୍ରଟି ପାରମ୍ପରିକ ପ୍ରେମ କାହାଣୀରୁ ହଟି ଆଧୁନିକ ସମ୍ପର୍କର ବିଭିନ୍ନ ଦିଗକୁ ଦର୍ଶାଇବାକୁ ଚେଷ୍ଟା କରୁଥିବା ବେଳେ ଏହାର ରିଲିଜ୍ ତାରିଖକୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି। ସୂଚନା ମୁତାବକ, ଶାହିଦଙ୍କ ଅନ୍ୟ ଏକ ଫିଲ୍ମ ଓ ରୋମିଓରିଲିଜ୍ର ପ୍ରାୟ ଛଅ ମାସ ପରେ ଅର୍ଥାତ୍ ସେପ୍ଟେମ୍ବର ୨୦୨୬ ସୁଦ୍ଧା କକ୍ଟେଲ୍-୨ପରଦାକୁ ଆସିପାରେ ।

Tags: