କୋରିଓଗ୍ରାଫୀରୁ ଦେଇଥିଲେ କଲେଜ୍ ଫି’
ବର୍ତ୍ତମାନ ସମୟରେ ରିଅଲିଟି ଶୋ’ର ଜଣେ ବେଶ୍ ଜଣାଶୁଣା ଚେହେରା ହେଉଛନ୍ତି ଶିବ ଠାକ୍ରେ । ବର୍ତ୍ତମାନ ତାଙ୍କୁ ଖତରୋଂ କେ ଖିଲାଡିରେ ଦେଖିବାକୁ ମିଳୁଛି । ଏହା ପୂର୍ବରୁ ସେ ବିଗ୍ବସ୍ ମରାଠୀ ଦ୍ୱିତୀୟ ସିଜିନ୍ର ୱିନର ଥିବାବେଳେ ବିଗ୍ବଗ୍ ୧୬ର ରନର୍ଅପ୍ ରହିଛନ୍ତି । ମାତ୍ର ଶିବଙ୍କ ପ୍ରାରମ୍ଭିକ ଜୀବନ ଖୁବ୍ ସଂଘର୍ଷମୟ ରହିଥିଲା । କମ୍ ବୟସରୁ ନିଜ ଆବଶ୍ୟକତାକୁ ପୂରା କରିବା ପାଇଁ ସେ ଉପାର୍ଜନ କରିବା ଆରମ୍ଭ କରିଦେଇଥିଲେ । […]
ବର୍ତ୍ତମାନ ସମୟରେ ରିଅଲିଟି ଶୋ’ର ଜଣେ ବେଶ୍ ଜଣାଶୁଣା ଚେହେରା ହେଉଛନ୍ତି ଶିବ ଠାକ୍ରେ । ବର୍ତ୍ତମାନ ତାଙ୍କୁ ଖତରୋଂ କେ ଖିଲାଡିରେ ଦେଖିବାକୁ ମିଳୁଛି । ଏହା ପୂର୍ବରୁ ସେ ବିଗ୍ବସ୍ ମରାଠୀ ଦ୍ୱିତୀୟ ସିଜିନ୍ର ୱିନର ଥିବାବେଳେ ବିଗ୍ବଗ୍ ୧୬ର ରନର୍ଅପ୍ ରହିଛନ୍ତି । ମାତ୍ର ଶିବଙ୍କ ପ୍ରାରମ୍ଭିକ ଜୀବନ ଖୁବ୍ ସଂଘର୍ଷମୟ ରହିଥିଲା । କମ୍ ବୟସରୁ ନିଜ ଆବଶ୍ୟକତାକୁ ପୂରା କରିବା ପାଇଁ ସେ ଉପାର୍ଜନ କରିବା ଆରମ୍ଭ କରିଦେଇଥିଲେ । କେବେ ଖବରକାଗଜ ବିକ୍ରି କରୁଥିଲେ ତ ଆଉ କେବେ ପାନ ଦୋକାନରେ କାମ କରି ଗୁଜୁରାଣ ମେଣ୍ଟାଉଥିଲେ । ଏକଦା ଘର କିଣିବା ପାଇଁ ତାଙ୍କ ମା’ଙ୍କୁ ଗହଣା ବିକିବାକୁ ପଡିଥିଲା । କୋରିଓଗ୍ରାଫୀରୁ ମିଳୁଥିବା ଟଙ୍କାରୁ ସେ ତାଙ୍କ କଲେଜ୍ ଫି’ ଦେଇଥିଲେ । ମହାରାଷ୍ଟ୍ରର ଅମରାବତୀରେ ୧୯୮୯ ମସିହା ସେପେଫମ୍ବର ୯ରେ ଜନ୍ମିତ ଶିବଙ୍କ ଜୀବନ ପିଲାଦିନୁ ହିଁ ସ୍ୱଚ୍ଛଳ ନଥିଲା । ତାଙ୍କ ବାପା-ମା’ ଜିରୋରୁ ସବୁକିଛି ଆରମ୍ଭ କରିଥିଲେ । ସେମାନଙ୍କ ଠାରୁ ଶିକ୍ଷା ପାଇ ଶିବ କମ୍ ବୟସରୁ ହିଁ ରୋଜଗାର କରିଥିଲେ । ତାଙ୍କ ଦାଦାଙ୍କର ଖବରକାଗଜ ଏଜେନ୍ସି ଥିବାବେଳେ ସେଠାରେ ସେ ଡେଲିଭରୀ କାମ କରୁଥିଲେ । ଏହାସହ ଗଣେଶ ପୂଜାରେ ମୂର୍ତ୍ତି ଏବଂ ଦୀପାବଳିରେ ବାଣ ବିକି ସେଥିରୁ ଟଙ୍କା ରୋଜଗାର କରିଛନ୍ତି । ତେବେ ଡ୍ୟାନ୍ସ ପାଇଁ ତାଙ୍କର ଅହେତୁକ ଦୁର୍ବଳତା ଥିଲା । ଅମରାବତୀରେ ଜଣେ ଭାଇଙ୍କ ଠାରୁ ଡ୍ୟାନ୍ସ ଶିଖିବା ସହିତ ୟୁ୍ୟଟୁବ୍କୁ ମଧ୍ୟ ଫଲୋ କରୁଥିଲେ । ଏହାପରେ ସେ ସ୍କୁଲ୍ ପିଲାଙ୍କୁ ପ୍ରାୟ ୯ ବର୍ଷ ଧରି ଡ୍ୟାନ୍ସ ଶିଖାଇଲେ । କୋରିଓଗ୍ରାଫୀରୁ ଯେତିକି ଟଙ୍କା ମିଳିଲା ସେଥିରେ ସେ ଇଞ୍ଜିନିଅରିଂ ଫି ଦେଇଥିଲେ । ତେବେ ଆକଫିଙ୍ଗ୍ କ୍ୟାରିଅର୍ ପାଇଁ ତାଙ୍କ ବାପା-ମା’ ଚାହୁଁନଥିବାବେଳେ ପୁଅକୁ ଇଞ୍ଜିନିଅର କରିବା ପାଇଁ ସେ ସର୍ବଦା ଚାହୁଁଥିଲେ । ମାତ୍ର ଆକଫର ହେବା ପାଇଁ ଶିବଙ୍କ ଇଚ୍ଛା ଥିଲା । ତେଣୁ ୨୦୧୭ରେ ରିଅଲିଟି ଶୋ’ ଏମ୍ଟିଭି ରୋଡିଜ୍ ରାଇଜିଙ୍ଗ୍ରୁ ଟିଭି କ୍ୟାରିଅର ଆରମ୍ଭ କରିଥିଲେ । ଏହି ଶୋ’ରେ ସେ ସେମିଫାଇନାଲ୍ ପର୍ଯ୍ୟନ୍ତ ପହଞ୍ଚିପାରିଥିଲେ । ଏହାପରେ ବିଗ୍ବସ୍ ମରାଠୀ ଏବଂ ବିଗ୍ବସ୍ ହିନ୍ଦୀରେ ପହଞ୍ଚିଥିଲେ । ବିଗ୍ବସ୍ ହିନ୍ଦୀ ପାଇଁ ସେ ବହୁତ ଷ୍ଟ୍ରଗଲ୍ କରିଥିଲେ । ବିଗ୍ବସ୍ ସିଜିନ୍ ୧୧ରୁ ଅଡିସନ୍ ଦେଇଥିବାବେଳେ ସିଜିନ୍ ୧୬ରେ ତାଙ୍କୁ ଏଣ୍ଟ୍ରି ମିଳିଥିଲା ।




