୨୦୧୬ଥିଲା ସମସ୍ୟା ବହୂଳ
ସୋସିଆଲ ମିଡିଆରେ ବର୍ତ୍ତମାନ ପୁରୁଣା ଦିନ ଅର୍ଥାତ ୨୦୧୬ର ନଷ୍ଟାଲ୍ଜିଆ ଅର୍ଥାତ ୨୦୧୬ର ସ୍ମୃତିକୁ ମନେ ପକାଇବାର ଟ୍ରେଣ୍ଡ ଚାଲିଛି । ଲୋକମାନେ ବର୍ତ୍ତମାନ ସୋସିଆଲ ମିଡିଆରେ ସେହି ବର୍ଷର ସ୍ମୃତିକୁ ସେୟାର କରିବାରେ ଲାଗିଛନ୍ତ । ଏଥିରୁ ବାଦ ପଡିନାହାନ୍ତି ସେଲିବ୍ରିଟି, ଏକାଧିକ ସେଲିବ୍ରିଟି ଏଥିରେ ଭାଗ ନେଉଥିବା ଦେଖିବାକୁ ମିଳୁଛି । ଏହି ତାଲିକାରେ ସାମିଲ ହୋଇଛନ୍ତି ଅଙ୍କିତା ଲୌଖଣ୍ଡେ । ଉକ୍ତ ବର୍ଷଟି ଅଙ୍କିତାଙ୍କ ପାଇଁ ଖୁବ ସମସ୍ୟା ବହୁଳଥିଲା ବୋଲି ସେ ଉଲ୍ଲେଖ କରିଛନ୍ତି । ୨୦୧୬ ତାଙ୍କୁ ଅନେକ କିଛି ଶିଖାଇଥିବାବେଳେ ଭିତରୁ ଭାଙ୍ଗିଦେଇଥିଲା । ଏହାସହ ତାଙ୍କୁ ଏକ ନୂଆ ମଣିଷରେ ପରିବର୍ତ୍ତିତ ମଧ୍ୟ କରିଥିଲା । ଉକ୍ତ ବର୍ଷ ସେ ନିଜର ସବୁଠାରୁ ଆଦର କୁକୁରକୁ ହରାଇଥିଲେ, ଯାହାକୁ ସେ ଆଜି ବି ଝୁରନ୍ତି । ଏହାସହ ୨୦୧୬ରେ ସେ ନିଜର ପ୍ରଥମ ସୋସିଆଲ ମିଡିଆ ପୋଷ୍ଟ ମଧ୍ୟ କରିଥିଲେ । ଏହା ସହ ୨୦୧୬ରେ ତାଙ୍କ ସହ ଥିବା ତାଙ୍କ ପରିବାରର କିଛି ସଦସ୍ୟଙ୍କୁ ମଧ୍ୟ ଅଙ୍କିତା ମନେ ପକାଇଛନ୍ତି । ପୂର୍ବରୁ କଙ୍ଗନା ରାଣାୱତ ଏହି ଟ୍ରେଣ୍ଡରେ ସାମିଲ ହୋଇ ନିଜ ୨୦୧୬ର ସ୍ମୃତି ସେୟାର କରିଥିଲେ ।



