୨୦୦ କୋଟିର ବଜେଟରେ ଆସୁଛି ଫିଲ୍ମ ହିରାମଣ୍ଡି

ନୂଆଦିଲ୍ଲୀ: ଜୁନ ୬: ଗଙ୍ଗୁବାଇ କାଠିଆୱାଡିର ଜବରଦସ୍ତ ସଫଳତା ପରେ ପୁଣି ନିର୍ଦ୍ଦେଶକ ସଞ୍ଜୟ ଲୀଲା ବନସାଲୀ ତାଙ୍କ ଦ୍ୱିତୀୟ ପ୍ରୋଜେକଫ ପାଇଁ ଚର୍ଚ୍ଚାରେ । ଏବେ ହିରାମଣ୍ଡି ଫିଲ୍ମର ନିର୍ଦ୍ଦେଶନାରେ ବ୍ୟସ୍ତ ଅଛନ୍ତି ସଞ୍ଜୟ । ଫିଲ୍ମର ବଜେଟ୍‌, ଷ୍ଟାର୍‌ କାଷ୍ଟ ଏବଂ ଫିକୁ ନେଇ ଖୁବ୍‌ ଚର୍ଚ୍ଚା ଚାଲିଛି । ସଞ୍ଜୟ ଲୀଲା ଭନସାଲୀ ମଧ୍ୟ ଏହି ଫିଲ୍ମର ନିର୍ଦ୍ଦେଶନା ପାଇଁ ଅଧିକ ଫି ନେଉଛନ୍ତି । ନେଟଫ୍ଲିକ୍ସ ହିରାମଣ୍ଡି ପାଇଁ ୨୦୦ କୋଟି […]

Samaya Live Picture
Published On

ନୂଆଦିଲ୍ଲୀ: ଜୁନ ୬: ଗଙ୍ଗୁବାଇ କାଠିଆୱାଡିର ଜବରଦସ୍ତ ସଫଳତା ପରେ ପୁଣି ନିର୍ଦ୍ଦେଶକ ସଞ୍ଜୟ ଲୀଲା ବନସାଲୀ ତାଙ୍କ ଦ୍ୱିତୀୟ ପ୍ରୋଜେକଫ ପାଇଁ ଚର୍ଚ୍ଚାରେ । ଏବେ ହିରାମଣ୍ଡି ଫିଲ୍ମର ନିର୍ଦ୍ଦେଶନାରେ ବ୍ୟସ୍ତ ଅଛନ୍ତି ସଞ୍ଜୟ । ଫିଲ୍ମର ବଜେଟ୍‌, ଷ୍ଟାର୍‌ କାଷ୍ଟ ଏବଂ ଫିକୁ ନେଇ ଖୁବ୍‌ ଚର୍ଚ୍ଚା ଚାଲିଛି । ସଞ୍ଜୟ ଲୀଲା ଭନସାଲୀ ମଧ୍ୟ ଏହି ଫିଲ୍ମର ନିର୍ଦ୍ଦେଶନା ପାଇଁ ଅଧିକ ଫି ନେଉଛନ୍ତି । ନେଟଫ୍ଲିକ୍ସ ହିରାମଣ୍ଡି ପାଇଁ ୨୦୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଯାଉଛି । ଅନେକ ବଡ ବଡ ତାରକାମାନେ ମଧ୍ୟ ଏହି ଫିଲ୍ମରେ ନଜର ଆସିବେ ।ଫିଲ୍ମର ବଜେଟର ଏପର୍ଯ୍ୟନ୍ତ କୌଣସି ଅଫିସିଆଲ ଆନାଉନ୍ସମେଣ୍ଟ କରାଯାଇନି । କି;ୁ ମିଡିଆ ରିପୋର୍ଟ ଅନୁଯାୟୀ ଏଥିରେ ଅଭିନେତା ଏବଂ ପ୍ରଡକସନ୍‌ କାଷ୍ଟିଙ୍ଗରେ ୨୦୦ କୋଟି ଖର୍ଚ୍ଚ ହେବ । ଏହା ବ୍ୟତୀତ ସଞ୍ଜୟ ଲୀଲା ଭନସାଲୀ ଫିଲ୍ମର ନିର୍ଦ୍ଦେଶନା ଦେବା ପାଇଁ ପ୍ରାୟ ୬୦-୬୫ କୋଟି ଟଙ୍କା ନେଉଛନ୍ତି । କୁହାଯାଉଛି କି ଏହି ଫିଲ୍ମଟି ଏକ ମଲଫି ଷ୍ଟାରର ହେବାକୁ ଯାଉଛି । ସୋନାକ୍ଷୀ ସିହ୍ନା, ମନୀଷା କୋଇରାଲା, ହୁମା କୁରେଶି ଏବଂ ରିଚା ଚଡା ଏହି ଫିଲ୍ମରେ ନଜର ଆସିବେ ବୋଲି ଖବର ରହିଛି ।