ଏକ୍ସପ୍ଲୋର କରିବାକୁ ରହିଛି ଇଚ୍ଛା

ଏକ୍ସପ୍ଲୋର କରିବାକୁ ରହିଛି ଇଚ୍ଛା
Ipsita Picture
By: Ipsita
Published On

 

ସବୁବେଳେ ୱେବସିରିଜ ପାଇଁ ବେଶ୍‌ ଚର୍ଚ୍ଚା ସାଉଁଟିଥାଆନ୍ତି ନୈଲା ଗେରୱାଲ । ଇମ୍‌ତିଆଜଙ୍କ ଫିଲ୍ମରୁ ଡେବ୍ୟୁ କରିଥିବା ଏହି ନାୟିକାଙ୍କର ଅଭିନୟରେ ଆଗରୁ ଆହୁରି ଏକ୍ସପ୍ଲୋର କରିବାର ଇଚ୍ଛା ରହିଛି । ଯେଉଁଥିପାଇଁ ସବୁବେଳେ ଚେଷ୍ଟା ମଧ୍ୟ କରିଥାଆନ୍ତି ।

କିଛିଦିନ ତଳେ ନେଟ୍‌ଫ୍ଲିକ୍ସରେ ରିଲିଜ୍‌ ହୋଇଥିଲା ୱେବସିରିଜ "ମାମଲା ଲିଗାଲ ହେ' । ଏହାର କାହାଣୀ ଠାରୁ ଆରମ୍ଭ କରି ଷ୍ଟାରକାଷ୍ଟ ସମସ୍ତେ ଖୁବ ଚର୍ଚ୍ଚା ସାଉଁଟିଥିଲେ । ଦମଦାର ଷ୍ଟୋରୀକୁ ଏଲିଗାଣ୍ଟ୍‌ କାଷ୍ଟିଂ ସବୁକିଛି ଏହାକୁ ବେଶ୍‌ ହିଟ୍‌ କରିଥିଲା । ତେବେ ଏଥିରେ ସବୁଠାରୁ ଚର୍ଚ୍ଚିତ ଚେହେରା ଥିଲା ନୈଲା ଗ୍ରୋବାଲଙ୍କର । ନୈଲାଙ୍କୁ ଏଥିରେ ଜଣେ ଓକିଲ ଚରିତ୍ରରେ ଦେଖିବାକୁ ମିଳିଥିଲା । ସିରିଜ୍‌ରେ ବେଶ୍‌ ବେବାକ୍‌ ଥିଲା ଏହି ଚରିତ୍ର, କାହାର ସାହାଯ୍ୟ ନନେଇ ନିଜ ଗୋଡରେ କିଭଳି ନିଜେ ଠିଆ ହେବେ ସେଥିପାଇଁ ତତ୍ପର ଥିଲା । ଏଥିରେ ନୈଲାଙ୍କ ଅଭିନୟକୁ କେବଳ ଦର୍ଶକ ନୁହେଁ ସମୀକ୍ଷକ ମଧ୍ୟ ବେଶ୍‌ ପ୍ରଶଂସା କରିଛନ୍ତି । ତେବେ କେବଳ ଏହି ସିରିଜ୍‌ ନୁହେଁ ଆଗକୁ ଯଦି ଏଭଳି ଏକ୍ସାଇଟେଡ୍‌ ଷ୍ଟୋରୀ ମିଳେ ତେବେ ସେ କରିବାକୁ ଚାହିଁବେ ବୋଲି ସାକ୍ଷାତକାରରେ ପ୍ରକାଶ କରିଛନ୍ତି । ସବୁବେଳେ ଏକ୍ସପେରିମେଣ୍ଟ କରିବାକୁ ଭଲ ପାଆନ୍ତି ବୋଲି ନୈଲା ପ୍ରକାଶ କରିଛନ୍ତି । ୨୦୧୫ରେ ଇମ୍‌ତିଆଜ ଅଲ୍ଲୀଙ୍କର ରୋମାଣ୍ଟିକ୍‌ କମେଡି ଡ୍ରାମା ଫିଲ୍ମ "ତମାସା'ରେ ବଲିଉଡ ଡେବ୍ୟୁ କରିଥିଲେ । ଏଥିରେ ସେ ରଣବୀର କପୁର, ଦୀପିକା ଆଦିଙ୍କ ସହିତ ଅଭିନୟ କରିଥିଲେ । ବଡବଡ ସେଲିବ୍ରିଟିଙ୍କ ମଧ୍ୟରେ ବି ନିଜ ଅଭିନୟ ବଳରେ ଦର୍ଶକଙ୍କର ନିକଟତର ହୋଇ ପାରିଥିଲେ । ନୈଲାଙ୍କର ଏହା ଫାଷ୍ଟ ପ୍ରୋଜେକ୍ଟ ହୋଇଥିଲେ ମଧ୍ୟ ଏଥିରେ ସେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବାରେ ସଫଳ ହୋଇଥିଲେ । ସେହିଭଳି ପିଲାଦିନୁ ନୈଲାଙ୍କର ଅଭିନୟ ପ୍ରତି ଖୁବ ଦୁର୍ବଳତା ଥିଲା । ୧୯୯୬ରେ ଦିଲ୍ଲୀରେ ଜନ୍ମ ହୋଇଥିବା ନୈଲା ନିଜ ପାଠ ପଢା ଦିଲ୍ଲୀରେ ହିଁ ସାରିଥିଲେ । ଏହାପରେ ମୁମ୍ବାଇରେ ନିଜ ଭାଗ୍ୟ ପରୀକ୍ଷା କରିଥିଲେ ନୈଲା ।  ଏଥିରେ ମଧ୍ୟ ତାଙ୍କ ଚରିତ୍ର ଖୁବ ପ୍ରଶଂସା ସାଉଁଟି ଥିଲା । କେବଳ ଅଭିନୟ ନୁହେଁ ନୃତ୍ୟରେ ମଧ୍ୟ ତାଙ୍କର ବେଶ୍‌ ରୁଚି ରହିଛି । ପିଲାଦିନେ ସବୁବେଳେ ଟିଭିରୁ ଗୀତ ଶୁଣି ଡ୍ୟାନ୍ସ କରିଥାଆନ୍ତି ବୋଲି ନୈଲା ତାଙ୍କର ଅନେକ ସାକ୍ଷାତକାରରେ ପ୍ରକାଶ କରିଛନ୍ତି । ସେହିଭଳି ସେ ସ୍କୁଲ ଲାଇଫ୍‌ରୁ ଅଭିନୟ ଶିକ୍ଷା କରିବା ଆରମ୍ଭ କରିଥିଲେ । ସେ ପଢୁଥିବା ସ୍କୁଲରେ ଥିଏଟର ଶିଖା ଯାଉଥିବା ନୈଲା ପ୍ରକାଶ କରିଛନ୍ତି । ଆଗକୁ ଅଭିନୟକୁ ନେଇ ଅନେକ ଆଶା ରହିଛି । ବିଭିନ୍ନ ପ୍ରକାରର ଚରିତ୍ରରେ ଅଭିନୟ କରିବାକୁ ଇଚ୍ଛା ରହିଥିବା ନୈଲା ସାକ୍ଷାତକାରରେ ପ୍ରକାଶ କରିଥାଆନ୍ତି ।

Tags: