ପସନ୍ଦ ଆସୁଛି ଟ୍ରେଲର
ଦକ୍ଷିଣ ଭାରତୀୟ ସିନେମାର ପ୍ରତିଷ୍ଠିତ ଅଭିନେତ୍ରୀ ସାଇ ପଲ୍ଲବୀ ରିଲିଜ ହେବାକୁ ଯାଉଥିବା ରୋମାଣ୍ଟିକ ଡ୍ରାମା ‘ଏକ ଦିନ’ ଜରିଆରେ ନିଜର ବଲିଉଡ୍ ଡେବ୍ୟୁ କରିବାକୁ ଯାଉଛନ୍ତି। ଅଭିନେତା ଆମିର ଖାନଙ୍କ ପୁଅ ଜୁନେଦ ଖାନଙ୍କ ବିପକ୍ଷରେ ସେ ଏହି ଫିଲ୍ମରେ ନଜର ଆସିବେ । ଯାହାର ଟ୍ରେଲର ନିକଟରେ ମୁକ୍ତିଲାଭ କରିଛି । ଟ୍ରେଲର ରିଲିଜ ହେବାପରେ ଉଭୟଙ୍କ ଯୋଡିକୁ ଦର୍ଶକ ଖୁବ ଭଲପାଇବା ଦେଉଥିବା ଦେଖିବାକୁ ମିଳୁଛି । ସୁନୀଲ ପାଣ୍ଡେଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଚଳଚ୍ଚିତ୍ରଟି ୨୦୧୬ର ଥାଇଲାଣ୍ଡ ଫିଲ୍ମ ‘ୱାନ ଡେ’ର ହିନ୍ଦୀ ରିମେକ । ଯେଉଁଥିରେ ରୋହନ ନାମକ ଜଣେ ଯୁବକ ନିଜ ସହକର୍ମୀ ମୀରାଙ୍କ ପ୍ରେମରେ ପଡ଼ି ମାତ୍ର ଗୋଟିଏ ଦିନ ପାଇଁ ତାଙ୍କୁ ନିଜ ଜୀବନସାଥୀ ଭାବେ ପାଇବାକୁ ଇଚ୍ଛା ପ୍ରକାଶ କରୁଛନ୍ତି । ଏହାକୁ ନେଇ ଫିଲ୍ମର କାହାଣୀ ଗତିଶୀଳ । ତେବେ ଫିଲ୍ମରେ ଦର୍ଶକ ଏକ ନିଆରା ଅନ୍ଦାଜର ପ୍ରେମ କାହାଣୀ ଦେଖିବାକୁ ପାଇବେ ବୋଲି ଆଶା ରଖିଛନ୍ତି । ଟ୍ରେଲର ଦେଖିବାପରେ ସମସ୍ତେ ଫିଲ୍ମକୁ ନେଇ ଖୁବ ଉତ୍ସାହିତ ଥିବା ସୋସିଆଲ ମିଡିଆରୁ ଜଣା ପଡୁଛି । ସେହିପରି ସାଇ ପଲ୍ଲବୀ ମଧ୍ୟ ନିଜର ବି ଟାଉନ ଡେବ୍ୟୁନେଇ ଖୁବ ଖୁସି ଅଛନ୍ତି ।



