ସମ୍ପର୍କର 'ସଫ୍ଟ ଲଞ୍ଚ୍'

ସମ୍ପର୍କର 'ସଫ୍ଟ ଲଞ୍ଚ୍'
Ipsita Picture
By: Ipsita
Published On

 

ଟେଲିଭିଜନର ସବୁଠାରୁ ଲୋକପ୍ରିୟ ଅଭିନେତ୍ରୀ କ୍ରିଷ୍ଟଲ୍ ଡି'ସୁଜା ବର୍ତ୍ତମାନ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚାର ଶୀର୍ଷରେ ରହିଛନ୍ତି । ଇନଷ୍ଟାଗ୍ରାମରେ ଭାଇରାଲ ହେଉଥିବା ଏକ ହାଇ-ପ୍ରୋଫାଇଲ୍ ପାର୍ଟିର ଭିଡିଓକୁ ନେଇ ଚର୍ଚ୍ଚା ଜୋର୍ ଧରିଛି, ଯେଉଁଠାରେ କ୍ରିଷ୍ଟଲ୍ ଦୁବାଇର ଜଣାଶୁଣା ବ୍ୟବସାୟୀ ତଥା ନେଟଫ୍ଲିକ୍ସର ରିଆଲିଟି ସୋ' 'ଦେଶୀ ବ୍ଲିଙ୍ଗ୍'ର ଷ୍ଟାର୍ 'ଏପି'ଙ୍କୁ ଦେଖିବାକୁ ମିଳିଛି । ପାପାରାଜିଙ୍କ ଦ୍ବା ସେୟାର କରାଯାଇଥିବା ଏହି କ୍ଲିପ୍ରେ ବ୍ୟବସାୟୀ ଏପି, କ୍ରିଷ୍ଟଲ୍ଙ୍କୁ ବେଶ ନିକଟତର ଭାବେ ଦେଖିବାକୁ ମିଳିଛି । ଯାହାକୁ ପ୍ରଶଂସକମାନେ ସେମାନଙ୍କ ସମ୍ପର୍କର ଏକ 'ସଫ୍ଟ ଲଞ୍ଚ୍' ବୋଲି ମତ ଦେଉଛନ୍ତି । ସୂଚନାଯୋଗ୍ୟ ଯେ, ୟୁଏଇରେ ବ୍ୟବସାୟ କରୁଥିବା ଏପି, ନିକଟରେ ତେଜସ୍ୱୀ ପ୍ରକାଶ ଓ କରଣ କୁନ୍ଦ୍ରାଙ୍କ ସହ ନେଟଫ୍ଲିକ୍ସ ସୋ'ରେ ନଜର ଆସି ବେଶ୍ ଲୋକପ୍ରିୟତା ହାସଲ କରିଛନ୍ତି । ଅନ୍ୟପଟେ 'ଫିତରତ' ୱେବ୍ ସିରିଜ୍ ଏବଂ ଅମିତାଭ ବଚ୍ଚନଙ୍କ ସହ 'ଚେହେରେ' ଫିଲ୍ମ ଜରିଆରେ ବଲିଉଡ୍ରେ ପାଦ ଥାପିଥିବା କ୍ରିଷ୍ଟାଲ୍ ଧୁରନ୍ଧର ୨ ପାଇଁ ଚର୍ଚ୍ଚାରେ ଅଛନ୍ତି । ତେବେ ଉଭୟ କେବେ ନିଜର ପ୍ରେମ ସମ୍ପର୍କରେ ମୋହର ମାରୁଛନ୍ତି ତାହା ଦେଖିବାକୁ ବାକି ରହିଲା ।

Tags: