ରାଣୀଙ୍କ ଆକସନ୍ ଦମଦାର
By: Ipsita
ସମ୍ବନ୍ଧିତ ଖବର ୨୦୧୬ଥିଲା ସମସ୍ୟା ବହୂଳ
ଆଗକୁ ୩୦ ଜାନୁଆରୀରେ ପରଦାକୁ ଆସିବାକୁ ଯାଉଛି ଫିଲ୍ମ ମର୍ଦାନୀ ଯେଉଁଥିରେ ରାଣୀଙ୍କର ଦମଦାର ଆକସନ୍ ଦେଖିବାକୁ ମିଳିବ । ଅନ୍ୟ ଭାଗ ଅପେକ୍ଷା ତୃତୀୟ ଭାଗରେ ଦର୍ଶକ ରାଣୀଙ୍କୁ ଏକ ଭିନ୍ନ ରୂପରେ ଦେଖିବେ ବୋଲି ମେକର୍ସ ମତ ଦେଇଛନ୍ତି । ସେହିଭଳି ନିକଟରେ ଏକ ସାକ୍ଷାତକାରରେ ରାଣୀ ଏହି ଭୂମିକାକୁ କରିବାକୁ ତାଙ୍କୁ କେତେ ପରିଶ୍ରମ କରିବାକୁ ପଡିଛି ସେନେଇ କଥା ହୋଇଛନ୍ତି । ଏଭଳି ଚରିତ୍ର କରିବା ପାଇଁ ତାଙ୍କୁ ଦେବୀ ଦୁର୍ଗା ଓ କାଳୀଙ୍କ ଠାରୁ ପ୍ରେରଣା ମିଳିଛି ବୋଲି ସେ କହିଛନ୍ତି । ଫିଲ୍ମଟି ଦର୍ଶକଙ୍କୁ ଖୁବ ପସନ୍ଦ ଆସିବ ବୋଲି ସେ ଆଶା ରଖିଛନ୍ତି । ଏହା ତାଙ୍କ ପାଇଁ ଏକ ଫିଲ୍ମ ନୁହେଁ ବରଂ ଏକ ଦାୟିତ୍ବଥିଲା ଯାହାକୁ ସେ ନିଜ ମନପ୍ରାଣ ଦେଇ କରିଛନ୍ତି । ସେହିଭଳି ସବୁଥର ଦର୍ଶକ ତାଙ୍କୁ ଏତେ ଭଲପାଇବା ଦେଇଛନ୍ତି ଯେ ଚରିତ୍ରପାଇଁ ତାଙ୍କର ଦାୟିତ୍ବ ଆହୁରି ବଢିଯାଇଛି । ଦର୍ଶକ ତାଙ୍କର ଏହି ଆକସନ୍ ଅନ୍ଦାଜକୁ ପସନ୍ଦ କରିବେ ବୋଲି ସେ ଆଶା ରଖିଛନ୍ତି ।
ସମ୍ବନ୍ଧିତ ଖବର ଓଡ଼ିଆ ମେଲୋଡି ଜଗତ ସ୍ତବ୍ଧ,ଆଖି ବୁଜିଲେ ଦାଦା
Tags:



