ଟୁଇଷ୍ଟ ଆଣିବ ଏଣ୍ଟ୍ରି

ଟୁଇଷ୍ଟ ଆଣିବ ଏଣ୍ଟ୍ରି
Ipsita Picture
By: Ipsita
Published On

 

ବଲିଉଡର ଅନ୍ୟତମ ବହୁପ୍ରତୀକ୍ଷିତ ଏବଂ ଚର୍ଚ୍ଚିତ ଆକ୍ସନ ସିକୁଏଲ୍ ଧୁରନ୍ଧର ୨: ଦ ରିଭେଞ୍ଜକୁ ନେଇ ଏବେ ସିନେମା ଜଗତରେ ଏକ ବଡ଼ ଧରଣର ସସପେନ୍ସପୂର୍ଣ୍ଣ ଅପଡେଟ୍ ସାମ୍ନାକୁ ଆସିଛି । ଯାହା ପ୍ରଶଂସକଙ୍କ ଉତ୍ସାହକୁ ଆହୁରି ବଢାଇ ଦେଇଛି। ସୁପରଷ୍ଟାର ରଣବୀର ସିଂଙ୍କ ଏହି ବ୍ଲକବଷ୍ଟର ଚଳଚ୍ଚିତ୍ରର ଦ୍ୱିତୀୟ ଭାଗରେ ସବୁଠାରୁ ରହସ୍ୟମୟ ଚରିତ୍ର ବଡ଼େ ସାହବକୁ ନେଇ ଦୀର୍ଘ ଦିନରୁ ବିଭିନ୍ନ କଳ୍ପନାଜଳ୍ପନା ଜାରି ରହିଥିଲା । ମିଳିଥିବା ଏକ ରିପୋର୍ଟ ଅନୁଯାୟୀ ଏହି ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ବଲିଉଡର ଭର୍ସାଟାଇଲ୍ ଅଭିନେତା ଇମ୍ରାନ ହାସମୀ ନଜର ଆସିବାର ସମ୍ଭାବନା ରହିଛି। ପୂର୍ବରୁ ଏହି ବଡ଼େ ସାହବଚରିତ୍ରଟି କୁଖ୍ୟାତ ଗ୍ୟାଙ୍ଗଷ୍ଟର ଦାଉଦ ଇବ୍ରାହିମ କିମ୍ବା କୌଣସି ପ୍ରଭାବଶାଳୀ ଭୂମିଗତ ମାଫିଆଙ୍କ ଦ୍ୱାରା ଅନୁପ୍ରାଣିତ ହୋଇପାରେ ବୋଲି ଚର୍ଚ୍ଚା ହେଉଥିଲା । ହେଲେ ଲିକ୍ ହୋଇଥିବା କାଷ୍ଟ ଲିଷ୍ଟରେ ଇମ୍ରାନଙ୍କ ନାମ ସାମ୍ନାକୁ ଆସିବା ପରେ କାହାଣୀରେ ଏକ ବଡ଼ ମୋଡ଼ ଆସିବା ନିଶ୍ଚିତ ମନେ ହେଉଛି। ଯଦିଓ ଚଳଚ୍ଚିତ୍ରର ନିର୍ମାତା କିମ୍ବା ନିର୍ଦ୍ଦେଶକ ଆଦିତ୍ୟ ଧରଙ୍କ ପକ୍ଷରୁ ଏନେଇ ଏପର୍ଯ୍ୟନ୍ତ କୌଣସି ଔପଚାରିକ ଘୋଷଣା କରାଯାଇ ନାହିଁ, ତଥାପି ସୋସିଆଲ ମିଡିଆରେ ଏହି ଖବରକୁ ନେଇ ପ୍ରବଳ ପ୍ରତିକ୍ରିୟା ଦେଖିବାକୁ ମିଳିଛି। ନିର୍ଦ୍ଦେଶକ ଆଦିତ୍ୟ ଧରଙ୍କ ପୂର୍ବ ଚଳଚ୍ଚିତ୍ର ଧୁରନ୍ଧରଗତ ବର୍ଷ ବକ୍ସ ଅଫିସରେ ଅଭୂତପୂର୍ବ ସଫଳତା ପାଇଥିବାରୁ ଏହାର ସିକୁଏଲ୍ ପାଇଁ ଦର୍ଶକ ଖୁବ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ଦର୍ଶକ ଏହାର ସିକୁଏଲକୁ ଖୁବ ଭଲପାଇବା ଦେବେବୋଲି ମେକର୍ସଙ୍କର ଆଶା ରହିଛି ।

Tags: