ସାଇଙ୍କ ଏଣ୍ଟ୍ରି

ସାଇଙ୍କ ଏଣ୍ଟ୍ରି
Ipsita Picture
By: Ipsita

 

ସମ୍ବନ୍ଧିତ ଖବର ପସନ୍ଦ ଆସୁଛି ଅଭିନୟ

କଲକି ଫିଲ୍ମର ପ୍ରଥମଭାଗର ସଫଳତା ପରେ ଏହାର ସିକୁଏଲକୁ ନେଇ ଖୁବ ଜୋରରେ ଚର୍ଚ୍ଚା ଜାରି ରହିଛି । ବିଶେଷଭାବେ ଏହାର ଷ୍ଟାରକାଷ୍ଟଙ୍କୁ ନେଇ ବେଶି ଚର୍ଚ୍ଚା ହେଉଛି । ପ୍ରଥମ ଭାଗରେ ମୁଖ୍ୟ ନାୟିକାଭାବେ ଦର୍ଶକ ଦୀପିକାଙ୍କୁ ଦେଖିଥିଲେ ହେଲେ ସିକୁଏଲ ଦୀପିକା ଅଭିନୟ କରିବେ ନାହିଁ ବୋଲି ବର୍ତ୍ତମାନ ଆଲୋଚନା ହେଉଛି । ଦୀପିକାଙ୍କ ସ୍ଥାନରେ ଦର୍ଶକ ସାଇ ପଲ୍ଲବୀଙ୍କୁ ଦେଖିବେ । ତେବେ ଏନେଇ କୌଣସି ଆଧିକାରୀକ ପୃଷ୍ଟି ନହେଲେ ମଧ୍ୟ ସୋସିଆଲ ମିଡିଆ ଓ ଗଣମାଧ୍ୟମରେ ଆଲୋଚନାର ବିଷୟ ପାଲଟିଛି । ତେବେ ସୂଚନା ଅନୁସାରେ ସାଇ ପଲ୍ଲବୀ ଏଥିରେ ଅଭିନୟ ପାଇଁ ରାଜି ହୋଇଥିବାବେଳେ ଖୁବଶୀଘ୍ର ଏହାର କାମ ଆରମ୍ଭ ହେବ । ତେବେ ଏନେଇ ଖୁବଶୀଘ୍ର ମେକର୍ସ ସମସ୍ତଙ୍କୁ ସୂଚନା ଦେବେ ବୋଲି ଜଣା ପଡିଛି । ହେଲେ ପ୍ରଥମରେ ଦୀପିକାଙ୍କ ଚରିତ୍ରର ଭୂମିକା ସିକୁଏଲ ପାଇଁ ଖୁବ ଜରୁରୀଥିଲା, କିନ୍ତୁ ମେକର୍ସ ଦୀପିକାଙ୍କ ବିନା ଏହି ଫିଲ୍ମ ନିର୍ମାଣ କରିବାକୁ ଯାଉଛନ୍ତି । ତେଣୁ ଫ୍ୟାନଙ୍କ ଭିତରେ ବି ଉତ୍ସାହ ରହିଛି ଦୀପିକାଙ୍କ ବିନା ଫିଲ୍ମର କାହାଣୀ କିଭଳି ନିର୍ମାଣ ହୋଇଥିବ । ସେହିଭଳି ଦୀପିକାଙ୍କର ପ୍ରୋଜେକ୍ଟରୁ ବାହାରିବା ପଛରେ ଭିନ୍ନଭିନ୍ନ କାରଣକୁ ନେଇ ଆଲୋଚନା ହେଉଛି । କିଛି ରିପୋର୍ଟସ ଅନୁଯାୟୀ ଫିଲ୍ମରେ ଅଭିନୟ ଛୋଟ ହେବାରୁ ଦୀପିକା ନିଜେ ଏହି ଫିଲ୍ମରୁ ବାହାରି ଯାଇଛନ୍ତି । ହେଲେ ଏହାର ଅସଲ କାରଣ କଣ ଏପର୍ଯ୍ୟନ୍ତ କିଛି ଜଣା ପଡିନାହିଁ । ତେବେ ଫିଲ୍ମକୁ ଦର୍ଶକ ଖୁବ ଭଲପାଇବା ଦେବେ ବୋଲି ପୂରା ୟୁନିଟ ଆଶାବାନ୍ଧି ବସିଛନ୍ତି ।

ସମ୍ବନ୍ଧିତ ଖବର ବନ୍ଦ ହୋଇନି ସିନେମା

Tags: