୩ କୋଟିର ମୁକୁଟ
ଚଳିତ ବର୍ଷ ବିଶ୍ୱସୁନ୍ଦରୀ ପ୍ରତିଯୋଗିତା ଭାରତର ହାଇଦ୍ରାବାଦରେ ଜାରି ରହିଛି । ଏଥିରେ ବିଶ୍ୱର ଅନେକ ପ୍ରତିଯୋଗୀ ଭାଗ ନେଇଛନ୍ତି ଯେଉଁଥିରୁ ବିଶ୍ୱ ସୁନ୍ଦରୀଙ୍କୁ ବଛା ହେବ । ତେବେ ଏହି ପ୍ରତିଯୋଗିତାରେ ବିଜେତାଙ୍କୁ ମିଳୁଥିବା ମୁକୁଟ ବା କ୍ରାଉନକୁ ନେଇ ଅନେକ ଚର୍ଚ୍ଚା ସବୁବେଳେ ଦେଖିବାକୁ ମିଳିଥାଏ । ନିକଟରେ ମିସ୍ୱାଲïର୍ର ସିଇଓ ଜୁଲିଆ ମାର୍ଲେ ଚଳିତ ପ୍ରତିଯୋଗିତାର ଫାଇନାଲ ଇଭେଣ୍ଟକୁ ନେଇ କିଛି ସୂଚନା ଦେଇଛନ୍ତି, ଯାହା ବର୍ତ୍ତମାନ ଲାଇମ୍ ଲାଇଟ୍ରେ ରହିଛି । […]
ଚଳିତ ବର୍ଷ ବିଶ୍ୱସୁନ୍ଦରୀ ପ୍ରତିଯୋଗିତା ଭାରତର ହାଇଦ୍ରାବାଦରେ ଜାରି ରହିଛି । ଏଥିରେ ବିଶ୍ୱର ଅନେକ ପ୍ରତିଯୋଗୀ ଭାଗ ନେଇଛନ୍ତି ଯେଉଁଥିରୁ ବିଶ୍ୱ ସୁନ୍ଦରୀଙ୍କୁ ବଛା ହେବ । ତେବେ ଏହି ପ୍ରତିଯୋଗିତାରେ ବିଜେତାଙ୍କୁ ମିଳୁଥିବା ମୁକୁଟ ବା କ୍ରାଉନକୁ ନେଇ ଅନେକ ଚର୍ଚ୍ଚା ସବୁବେଳେ ଦେଖିବାକୁ ମିଳିଥାଏ । ନିକଟରେ ମିସ୍ୱାଲïର୍ର ସିଇଓ ଜୁଲିଆ ମାର୍ଲେ ଚଳିତ ପ୍ରତିଯୋଗିତାର ଫାଇନାଲ ଇଭେଣ୍ଟକୁ ନେଇ କିଛି ସୂଚନା ଦେଇଛନ୍ତି, ଯାହା ବର୍ତ୍ତମାନ ଲାଇମ୍ ଲାଇଟ୍ରେ ରହିଛି । ସୂଚନା ଅନୁସାରେ ଏହି ମୁକୁଟର ଦାମ ରହିଛି ୩ କୋଟି ନିଲମ ପଥର ସହିତ ୧୭୫.୪୯ କ୍ୟାରଟର ଆହୁରି ୧୭୭୦ଟି ଛୋଟ ହୀରା ଓ ୧୮ କ୍ୟାରେଟ୍ର ଧଳା ସୁନା ଖଞ୍ଜା ଯାଇଛି । ଏହାର ନେଳି ରଙ୍ଗ ଶାନ୍ତି, ବୁଝାମଣା ଓ ବିଶ୍ୱାସର ପ୍ରତୀକ । ଏହି ମୁକୁଟ ସହିତ ବିଜେତାଙ୍କୁ ୧.୧୫ କୋଟି ଟଙ୍କାର ପୁରସ୍କାର ରାଶି ମଧ୍ୟ ମିଳିବ । ଏହାସହ ବିଜେତା ସାରା ବିଶ୍ୱ ବୁଲିବା ସହିତ ବିଭିନ୍ନ ପ୍ରକଳ୍ପରେ ଭାଗ ନେଇଥାଆନ୍ତି । ଚଳିତ ପ୍ରତିଯୋଗିତାରେ ୧୦୮ଟି ଦେଶର ପ୍ରତିଯୋଗୀ ଭାଗ ନେଇଛନ୍ତି ଯେଉଁଥିରୁ ବିଶ୍ୱ ସୁନ୍ଦରୀ ବଛା ହେବେ । ଏଥିରେ ନିୟମ ଅନୁସାରେ ଏଥିରେ ଏକ ଟପ୍ ୪୦ ବଛା ହୋଇଥାଏ ଯେଉଁଥିରେ ଟପ୍ ୪୦ରେ ୪ଟି କଣ୍ଟେନେଟରୁ ୧୦ ଜଣ ପ୍ରତିଯୋଗୀ ସାମିଲ ହୋଇଥାଆନ୍ତି । ଏହାପରେ ପ୍ରତିଯୋଗିତାର ପ୍ରକ୍ରିୟା ଆଗକୁ ବଢିବା ସହିତ ବିଜେତା ବଛା ହୋଇଥାଆନ୍ତି ।




