୩୦ ବର୍ଷର ଝଗଡା

ଫିଲ୍ମ ଅନ୍ଦାଜ ଅପନା ଅପନା ଆଜି ବି ଦର୍ଶକଙ୍କ ହୃଦୟରେ ରାଜ କରୁଛି । ଏହି ଫିଲ୍ମରେ ଦର୍ଶକ ଅମିର ଖାନ୍‌, ସଲମାନ ଖାନ୍‌, ରବିନା ଟଣ୍ଡନ ଓ କରିଶ୍ମା କପୁରଙ୍କୁ ଦେଖିବାକୁ ପାଇଥିଲେ । ଏହାର କାହାଣୀ ସହିତ ସବୁକିଛି ଦର୍ଶକଙ୍କୁ ବେଶ୍‌ ପସନ୍ଦ ଆସିଥିଲା । ତେବେ ଏହାର ସୁଟିଂକୁ ନେଇ ଏକ ରୋଚକ ଘଟଣା ରହିଛି ଯାହା ଆଜି ବି ଚର୍ଚ୍ଚାରେ ରହିଥାଏ । ଏହି ଫିଲ୍ମର ସୁଟିଂ ସମୟରେ ରବିନା ଓ […]

୩୦ ବର୍ଷର ଝଗଡା
Samaya Live Picture
Published On

ଫିଲ୍ମ ଅନ୍ଦାଜ ଅପନା ଅପନା ଆଜି ବି ଦର୍ଶକଙ୍କ ହୃଦୟରେ ରାଜ କରୁଛି । ଏହି ଫିଲ୍ମରେ ଦର୍ଶକ ଅମିର ଖାନ୍‌, ସଲମାନ ଖାନ୍‌, ରବିନା ଟଣ୍ଡନ ଓ କରିଶ୍ମା କପୁରଙ୍କୁ ଦେଖିବାକୁ ପାଇଥିଲେ । ଏହାର କାହାଣୀ ସହିତ ସବୁକିଛି ଦର୍ଶକଙ୍କୁ ବେଶ୍‌ ପସନ୍ଦ ଆସିଥିଲା । ତେବେ ଏହାର ସୁଟିଂକୁ ନେଇ ଏକ ରୋଚକ ଘଟଣା ରହିଛି ଯାହା ଆଜି ବି ଚର୍ଚ୍ଚାରେ ରହିଥାଏ । ଏହି ଫିଲ୍ମର ସୁଟିଂ ସମୟରେ ରବିନା ଓ କରିଶ୍ମା କଥା ହେଉନଥିବା ସୂଚନା ରହିଛି । ଏପରିକି ଉଭୟ କେବଳ ସିନ୍‌ ବ୍ୟତିତ ଅନ୍ୟ କୌଣସି ସମୟରେ ମୁହଁ ମିଶାଉ ମଧ୍ୟ ନଥିଲେ । ତେବେ ଏହା ପଛରେ କାରଣ ଭାବେ ଅଜୟ ଦେବଗନ୍‌ଙ୍କୁ ଦାୟୀ କରାଯାଇଥାଏ । ପ୍ରଥମେ ଅଜୟ ରବିନାଙ୍କୁ ଡେଟ୍‌ କରୁଥିଲେ ହେଲେ ପରେ ସେ କରିଶ୍ମାଙ୍କ ସମ୍ପର୍କରେ ଆସିଲେ । ଏହି କାରଣରୁ ଉଭୟଙ୍କ ଭିତରେ ଝଗଡା ହୋଇଥିବା ସୂଚନା ରହିଛି । ବର୍ତ୍ତମାନ ଉଭୟ ଅଭିନେତ୍ରୀ ପବ୍ଲିକ୍‌ ପ୍ଲେସରେ ଏକାଠି ହେଉଥିଲେ ବି, ଏହି ଝଗଡାର ଅନ୍ତ ଘଟିଛି କି ନାହିଁ ତାହା କେହି ଜାଣି ନାହାନ୍ତି ।

Tags: