୩୦୦ ଟଙ୍କାରୁ ପ୍ୟାନଇଣ୍ଡିଆ ଷ୍ଟାର

୩୦୦ ଟଙ୍କାରୁ ପ୍ୟାନଇଣ୍ଡିଆ ଷ୍ଟାର
Ipsita Picture
By: Ipsita
Published On

 

‘ରାମାୟଣ : ପାର୍ଟ ୱାନ୍’ରେ ରାବଣ ଭୂମିକାରେ ଦମଦାର ଅଭିନୟ କରି ୟଶ ଏବେ ଚାରିଆଡୁ ପ୍ରଶଂସା ସାଉଁଟିବା ସହ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ତେବେ ତାଙ୍କର ଏହି ପ୍ୟାନ୍-ଇଣ୍ଡିଆ ସୁପରଷ୍ଟାର ହେବା ପଛର  କାହାଣୀ ଖୁବ ରୋମାଞ୍ଚକର, ଯାହାକୁ ନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇଛି । ବ୍ଲକବଷ୍ଟର ‘କେଜିଏଫ୍’ ଫ୍ରାଞ୍ଚାଇଜରେ ‘ରକି ଭାଇ’ଙ୍କଠାରୁ ଆରମ୍ଭ କରି ନୀତେଶ ତିୱାରୀଙ୍କ ‘ରାମାୟଣ’ରେ ରାବଣ ଚରିତ୍ର ପର୍ଯ୍ୟନ୍ତ, ଭାରତୀୟ ସିନେମାର ଏହି ଅନ୍ୟତମ ଷ୍ଟାରଙ୍କର କ୍ୟାରିୟର ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ । କର୍ଣ୍ଣାଟକର ଏକ ସାଧାରଣ ମଧ୍ୟବିତ୍ତ ପରିବାରରେ ଜନ୍ମହେଇଥିଲେ ‘ୟଶ’ । ମହୀଶୂରରେ ପିଲାଦିନ କାଟିଥିବା ୟଶଙ୍କ ପରିବାର ଏକ ଛୋଟ ତେଜରାତି ଦୋକାନ ଚଳାଉଥିଲେ । ଆର୍ଥିକ ସ୍ଥିତି ସ୍ୱଚ୍ଛଳ ନଥିଲେ ମଧ୍ୟ ପିଲାଦିନୁ ଅଭିନୟ ପ୍ରତି ତାଙ୍କର ଗଭୀର ରୁଚି ଥିଲା ଏବଂ ସ୍କୁଲ ସମୟରେ ସେ ଏକକ ଅଭିନୟ, ଫ୍ୟାନ୍ସି ଡ୍ରେସ୍ ଓ ନୃତ୍ୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଥିଲେ । ଦର୍ଶକଙ୍କ ସାମ୍ନାରେ ଅଭିନୟ କରିବା ଏବଂ ପ୍ରଶଂସା ପାଇବା ତାଙ୍କୁ ଅଭିନେତା ହେବାକୁ ପ୍ରେରଣା ଦେଇଥିଲା । ବିଶେଷକରି ସ୍କୁଲରେ ଚନ୍ଦନ କାଠ ତସ୍କର ବୀରପ୍ପାନକୁ ଧରିବା ଉପରେ ଆଧାରିତ ଏକ ଏକକ ଅଭିନୟ କରିବା ପରେ ଶିକ୍ଷକ ଓ ସହପାଠୀମାନେ ତାଙ୍କୁ ‘ହିରୋ’ ବୋଲି ଡାକିବା ଆରମ୍ଭ କରିଥିଲେ । ଅଭିନେତା ହେବାର ସ୍ୱପ୍ନ ପୂରଣ କରିବାକୁ ସେ ମାତ୍ର ୧୬ ବର୍ଷ ବୟସରେ ପକେଟରେ ୩୦୦ ଟଙ୍କା ଧରି ଘର ଛାଡ଼ିଥିଲେ । ଥିଏଟରରେ ନେପଥ୍ୟ କର୍ମଚାରୀ ଭାବେ କାମ କରିବା ସହ ଚଟାଣ ସଫା କରିବା ଭଳି ଛୋଟମୋଟ କାମ କରି ଧୀରେ ଧୀରେ ଟେଲିଭିଜନ ଓ ଚଳଚ୍ଚିତ୍ର ଜଗତରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ମାତ୍ର ୩୦୦ ଟଙ୍କାରୁ ପ୍ୟାନ ଇଣ୍ଡିଆ ଷ୍ଟାର ପାଲଟିଥିବା ୟଶ ଆଗକୁ ନିଜ ଫ୍ୟାନଙ୍କୁ ଆହୁରି ଭଲଭଲ ପ୍ରକଳ୍ପ ଭେଟି ଦେବେ ବୋଲି ପ୍ରକାଶ କରିଛନ୍ତି ।

Tags: