୨୬ ବର୍ଷରେ ମିଳିଥିଲା ସଫଳତା

ଖୁବଶୀଘ୍ର ବଲିଉଡ ଅଭିନେତା ହ୍ରିତିକ୍‌ ରୋଶନଙ୍କର ଫିଲ୍ମ ଓ୍ୱାର୍‌ ୨ ପରଦାକୁ ଆସିବ, ଯାହାକୁ ନେଇ ସେ ଖୁବ ଚର୍ଚ୍ଚାରେ ଅଛନ୍ତି । ତେବେ ହ୍ରିତିକ୍‌ଙ୍କର ଷ୍ଟାରଡମ୍‌ ସେ ମାତ୍ର ୨୬ ବର୍ଷରେ ପାଇଯାଇଥିଲେ । ତେବେ ନିଜ ପ୍ରଥମ ଫିଲ୍ମରେ ସଫଳ ହୋଇଥିବା ହ୍ରିତିକ କିନ୍ତୁ ଫିଲ୍ମ ଇଣ୍ଡଷ୍ଟ୍ରୀକୁ ଆସିବାକୁ ହିଁ ଚାହୁଁନଥିଲେ । ସେ ଭାବୁଥିଲେ ତାଙ୍କୁ ଏହି ଇଣ୍ଡଷ୍ଟ୍ରୀରେ ସଫଳତା ମିଳିବ ହିଁ ନାହିଁ । ହେଲେ ଏହା ପଛରେ ସଲମାନଙ୍କର ହାତ […]

୨୬ ବର୍ଷରେ ମିଳିଥିଲା ସଫଳତା
Samaya Live Picture
Published On

ଖୁବଶୀଘ୍ର ବଲିଉଡ ଅଭିନେତା ହ୍ରିତିକ୍‌ ରୋଶନଙ୍କର ଫିଲ୍ମ ଓ୍ୱାର୍‌ ୨ ପରଦାକୁ ଆସିବ, ଯାହାକୁ ନେଇ ସେ ଖୁବ ଚର୍ଚ୍ଚାରେ ଅଛନ୍ତି । ତେବେ ହ୍ରିତିକ୍‌ଙ୍କର ଷ୍ଟାରଡମ୍‌ ସେ ମାତ୍ର ୨୬ ବର୍ଷରେ ପାଇଯାଇଥିଲେ । ତେବେ ନିଜ ପ୍ରଥମ ଫିଲ୍ମରେ ସଫଳ ହୋଇଥିବା ହ୍ରିତିକ କିନ୍ତୁ ଫିଲ୍ମ ଇଣ୍ଡଷ୍ଟ୍ରୀକୁ ଆସିବାକୁ ହିଁ ଚାହୁଁନଥିଲେ । ସେ ଭାବୁଥିଲେ ତାଙ୍କୁ ଏହି ଇଣ୍ଡଷ୍ଟ୍ରୀରେ ସଫଳତା ମିଳିବ ହିଁ ନାହିଁ । ହେଲେ ଏହା ପଛରେ ସଲମାନଙ୍କର ହାତ ରହିଥିବା ଜଣା ପଡିଛି । ସଲମାନ ତାଙ୍କ ଉପରେ ବିଶ୍ୱାସ ଦେଖାଇ ତାଙ୍କୁ ଏହି ଇଣ୍ଡଷ୍ଟ୍ରୀକୁ ଆଣିଥିବା ନିଜେ ହ୍ରିତିକ ତାଙ୍କର ବହୁ ପୂର୍ବ ସାକ୍ଷାତକାରରେ ପ୍ରକାଶ କରିଥିଲେ, ଯାହା ବର୍ତ୍ତମାନ ଭାଇରାଲ ହେଉଛି । ଏପରିକି ସଲମାନ ଖାନ୍‌ ନିଜେ ତାଙ୍କୁ ଏହି ଇଣ୍ଡଷ୍ଟ୍ରୀରେ କିଭଳି ସଫଳତା ପାଇବ ସେନେଇ ପ୍ରଶିକ୍ଷିତ କରିଥିଲେ ବୋଲି ହ୍ରିତିକ ପ୍ରକାଶ କରିଥିଲେ । ସଲମାନ ତାଙ୍କୁ ସେହି ସମୟରେ ଖୁବ ଅଧିକ ମାନସିକ ସମର୍ଥନ ଦେଇଥିଲେ ଯାହା ତାଙ୍କର ଆତ୍ମବିଶ୍ୱାସକୁ ବଢାଇଥିଲା ବୋଲି ହ୍ରିତିକ ପ୍ରକାଶ କରିଛନ୍ତି । ହ୍ରିତିକ ନିଜ ଡେବ୍ୟୁ ଫିଲ୍ମ କହୋ ନା ପ୍ୟାର୍‌ ହେ ପାଇଁ ଘରେଘରେ ପରିଚିତ ହୋଇ ପାରିଥିଲେ ।

Tags: