୧୪ ଥର ଖାଇଥିଲେ ଚାପୁଡା
ଅଭିନେତ୍ରୀ ଇଶା କୋପିକର ନିଜ ଅଭିନୟ ପାଇଁ ବଲିଉଡର ଜଣ ପରିଚିତ ଚେହେରା ପାଲଟିଛନ୍ତି । ସେ ନିଜ ନିଖୁଣ ଅଭିନୟ ଓ ବୋଲ୍ଡ ଅନ୍ଦାଜରେ ବଲିଉଡରେ ଏକ ସ୍ବତନ୍ତ୍ରସ୍ଥାନ ତିଆରି କରିବାରେ ସକ୍ଷମ ହୋଇ ପାରିଛନ୍ତି । ସେ ଉଭୟ ବଲିଉଡ ଓ ସାଉଥ ଫିଲ୍ମରେ ନିଜର ଅଭିନୟର ଯାଦୁ ଦେଖାଇଛନ୍ତି । ତେବେ ନିକଟରେ ଏକ ସୁଟିଂ ବିଷୟରେ ଇଶା ମନଖୋଲି କଥା ହୋଇଛନ୍ତି । ସୂଚନା ଅନୁସାରେ ସାଉଥ ସୁପରଷ୍ଟାର ନାଗାର୍ଜୁନଙ୍କ ସହିତ […]
ଅଭିନେତ୍ରୀ ଇଶା କୋପିକର ନିଜ ଅଭିନୟ ପାଇଁ ବଲିଉଡର ଜଣ ପରିଚିତ ଚେହେରା ପାଲଟିଛନ୍ତି । ସେ ନିଜ ନିଖୁଣ ଅଭିନୟ ଓ ବୋଲ୍ଡ ଅନ୍ଦାଜରେ ବଲିଉଡରେ ଏକ ସ୍ବତନ୍ତ୍ରସ୍ଥାନ ତିଆରି କରିବାରେ ସକ୍ଷମ ହୋଇ ପାରିଛନ୍ତି । ସେ ଉଭୟ ବଲିଉଡ ଓ ସାଉଥ ଫିଲ୍ମରେ ନିଜର ଅଭିନୟର ଯାଦୁ ଦେଖାଇଛନ୍ତି । ତେବେ ନିକଟରେ ଏକ ସୁଟିଂ ବିଷୟରେ ଇଶା ମନଖୋଲି କଥା ହୋଇଛନ୍ତି । ସୂଚନା ଅନୁସାରେ ସାଉଥ ସୁପରଷ୍ଟାର ନାଗାର୍ଜୁନଙ୍କ ସହିତ ଅଭିନୟ କରିବା ସମୟରେ ଇଶାଙ୍କୁ ୧୪ ଥର ଚାପୁଡା ଖାଇବାକୁ ପଡିଥିଲା । ୧୯୯୮ରେ ସେ ନାଗାର୍ଜୁନଙ୍କ ସହିତ ଚନ୍ଦ୍ରଲେଖା ଫିଲ୍ମର ସୁଟିଂ କରୁଥିଲେ ଯାହାର ସୁଟିଂ ସମୟରେ ସେ ନାଗାର୍ଜୁନଙ୍କ ପାଖରୁ ୧୪ ଥର ଚାପୁଡା ଖାଇଥିଲେ । ତେବେ ନାଗାର୍ଜୁନ ତାଙ୍କୁ ଖୁବ ଧୀରେ ଚାପୁଡା ମାରୁଥିବାରୁ ତାଙ୍କୁ କିଛି ଅନୁଭବ ହେଉନଥିଲା ତେଣୁ ସେ ତାଙ୍କୁ ବାରମ୍ବାର ଚାପୁଡା ମାରିବାକୁ କହୁଥିଲେ । ସିନ୍ ପରଫେକ୍ଟ ହେବାଭିତରେ ସେ ୧୪ ଥର ଚାପୁଡା ଖାଇସାରିଥିଲେ ।




