ହ୍ରିତିକଙ୍କ ନୂଆ ଭଡାଟିଆ
ହ୍ରିତିକ ରୋଶନ ବର୍ତ୍ତମାନ ନିଜ ନୂଆ ଭଡାଟିଆଙ୍କୁ ନେଇ ଖୁବ ଚର୍ଚ୍ଚାରେ ଅଛନ୍ତି । ନିଜର ସି ଫେସିଂ ଆପାର୍ଟମେଣ୍ଟକୁ ସେ ନିଜ ଗର୍ଲଫ୍ରେଣ୍ଡ ସବା ଆଜାଦକୁ ଦେଇଥିବା ଜଣା ପଡିଛି । ଯାହାକୁ ନେଇ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚା ଜାରି ରହିଛି । ସବାଙ୍କୁ ଏଥିପାଇଁ ପ୍ରତିମାସରେ ହ୍ରିତିକଙ୍କୁ ୭୫ ହଜାର ଟଙ୍କା ଭଡା ଦେବାକୁ ପଡିବ । ତେବେ ବ୍ରୋକରଙ୍କ ମତରେ ଏହି ଫ୍ଲାଟର ଭଡା ମାର୍କେଟରେ ୧ – ୨ […]
ହ୍ରିତିକ ରୋଶନ ବର୍ତ୍ତମାନ ନିଜ ନୂଆ ଭଡାଟିଆଙ୍କୁ ନେଇ ଖୁବ ଚର୍ଚ୍ଚାରେ ଅଛନ୍ତି । ନିଜର ସି ଫେସିଂ ଆପାର୍ଟମେଣ୍ଟକୁ ସେ ନିଜ ଗର୍ଲଫ୍ରେଣ୍ଡ ସବା ଆଜାଦକୁ ଦେଇଥିବା ଜଣା ପଡିଛି । ଯାହାକୁ ନେଇ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚା ଜାରି ରହିଛି । ସବାଙ୍କୁ ଏଥିପାଇଁ ପ୍ରତିମାସରେ ହ୍ରିତିକଙ୍କୁ ୭୫ ହଜାର ଟଙ୍କା ଭଡା ଦେବାକୁ ପଡିବ । ତେବେ ବ୍ରୋକରଙ୍କ ମତରେ ଏହି ଫ୍ଲାଟର ଭଡା ମାର୍କେଟରେ ୧ – ୨ ଲକ୍ଷ ହେବ ହେଲେ ସବାଙ୍କ ପାଇଁ ଏହି ଭଡା କମାଯାଇଛି । ସବାଙ୍କୁ ଏହି ଘରେ ରହିବାକୁ ସମସ୍ତ ପ୍ରକାରର ନିୟମ ମାନିବାକୁ ପଡିଛି । ସେ ରହିବା ଆଗରୁ ଡିପୋଜିଟ୍ ଦେବାସହିତ ଲାଇସେଂସ ଏଗ୍ରିମେଣ୍ଟ ମଧ୍ୟ ତିଆରି କରିଛନ୍ତି । ସବା ଏଥିପାଇଁ ଅଗ୍ରୀମ ୧.୨୫ ଲକ୍ଷ ଟଙ୍କାର ଅଗ୍ରୀମ ଡିପୋଜିଟ କରିଛନ୍ତି । ଏହି ୨ଟି ଫ୍ଲାଟକୁ ହି୍ରତିକ ୨୦୨୦ରେ ୯୭.୫ କୋଟି ଟଙ୍କାରେ କିଣିଥିଲେ । ଫ୍ଲାଟ କିଣାହେବା ସମୟରେ ହ୍ରିତିକ ଗର୍ଲଫ୍ରେଣ୍ଡ ସବାଙ୍କ ସହିତ ଏଠାରେ ରହିବେ ବୋଲି ଆଲୋଚନା ହେଉଥିଲା ହେଲେ ବର୍ତ୍ତମାନ କେବଳ ସବା ଏଠାରେ ଭଡାଟିଆ ଭାବେ ରହିବା ଆରମ୍ଭ କରିଛନ୍ତି । ୨୦୨୨ରୁ ହ୍ରିତିକ୍ ସବା ଆଜାଦଙ୍କୁ ଡେଟ୍ କରୁଛନ୍ତି । ପନିୀ ସୁଜେନଙ୍କ ସହିତ ଛାଡପତ୍ର ପରେ ଏହି ସମ୍ପର୍କର ଆରମ୍ଭ ହୋଇଥିଲା ।




