ହୋଷ୍ଟିଂ ସହଜ ନୁହେଁ

ନିକଟରେ ବଲିଉଡ ଅଭିନେତ୍ରୀ ସୋନାଲି ବେନ୍ଦ୍ରେଙ୍କୁ ଟିଭି ରିଆଲିଟି ଶୋରେ ହୋଷ୍ଟିଂ କରୁଥିବାର ଦେଖିବାକୁ ମିଳିଛି । ପ୍ରଥମ ଥର ପାଇଁ ସୋନାଲିଙ୍କ ଏହି ଅବତାର ଦର୍ଶକ ଦେଖୁଛନ୍ତି । ଏହାରି ଭିତରେ ସୋନାଲିଙ୍କର ଏକ ସାକ୍ଷାତକାର ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ ହୋଷ୍ଟିଂକୁ ଖୁବ କଷ୍ଟସାଧ୍ୟ ବୋଲି ମତ ଦେଇଛନ୍ତି । ତାଙ୍କୁ ପ୍ରଥମଥର ପାଇଁ ଶୋ ପତି ପନିି ଓ ପଙ୍ଗାରେ ଦେଖିବାକୁ ମିଳୁଛି, ଯେଉଁଥିରେ ସେ ମୁନାବର ଫାରୁକିଙ୍କର ସହିତ ଷ୍ଟେଜ […]

ହୋଷ୍ଟିଂ ସହଜ ନୁହେଁ
Samaya Live Picture
Published On

ନିକଟରେ ବଲିଉଡ ଅଭିନେତ୍ରୀ ସୋନାଲି ବେନ୍ଦ୍ରେଙ୍କୁ ଟିଭି ରିଆଲିଟି ଶୋରେ ହୋଷ୍ଟିଂ କରୁଥିବାର ଦେଖିବାକୁ ମିଳିଛି । ପ୍ରଥମ ଥର ପାଇଁ ସୋନାଲିଙ୍କ ଏହି ଅବତାର ଦର୍ଶକ ଦେଖୁଛନ୍ତି । ଏହାରି ଭିତରେ ସୋନାଲିଙ୍କର ଏକ ସାକ୍ଷାତକାର ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ ହୋଷ୍ଟିଂକୁ ଖୁବ କଷ୍ଟସାଧ୍ୟ ବୋଲି ମତ ଦେଇଛନ୍ତି । ତାଙ୍କୁ ପ୍ରଥମଥର ପାଇଁ ଶୋ ପତି ପନିି ଓ ପଙ୍ଗାରେ ଦେଖିବାକୁ ମିଳୁଛି, ଯେଉଁଥିରେ ସେ ମୁନାବର ଫାରୁକିଙ୍କର ସହିତ ଷ୍ଟେଜ ସେୟାର କରୁଛନ୍ତି । ତେବେ ପ୍ରଥମଥର ପାଇଁ ହୋଷ୍ଟିଂ କରି ଖୁବ ଖୁସି ଅଛନ୍ତି, ସୋନାଲି । ସେହିଭଳି ଏହି ସାକ୍ଷାତକାରରେ ସେ ୯୦ ଦଶକର ସିନେମା ଓ ଏବେକାର ସିନେମା ଭିତରେ ତୂଳନା କରୁଥିବାର ଦେଖିବାକୁ ମିଳିଛି । ସେତେବେଳେ ଫିଲ୍ମର ସୁଟିଂର ସଜ୍ଞା ଭିନ୍ନ ଥିଲା ଯାହା ବର୍ତ୍ତମାନ ବଦଳିଛି ବୋଲି ସୋନାଲି ମତ ଦେଇଛନ୍ତି ।

Tags: