ହେବ କଡା ଟକ୍କର
ଆଗକୁ କିଙ୍ଗ ଖାନ୍ ଶାହରୁଖ ଓ ସାଉଥ୍ର ସୁପରଷ୍ଟାର ପ୍ରଭାସଙ୍କ ମଧ୍ୟରେ ହେବାକୁ ଯାଉଛି କଡା ଟକ୍କର I ଉଭୟଙ୍କର ବହୁ ପ୍ରତିକ୍ଷୀତ ଫିଲ୍ମ ପରଦାକୁ ଓହ୍ଲାଇବ । ଆସନ୍ତା ଡିସେମ୍ବର ୨୨ରେ ଶାହରୁଖଙ୍କର ‘ଡଙ୍କି’ ଓ ପ୍ରଭାସଙ୍କର ‘ସାଲାର’ ଫିଲ୍ମ ରିଲିଜ ହେବାକୁ ଯାଉଛି । ଉଭୟଙ୍କ ରିଲିଜ୍ ଡେଟ୍ ଏକା ଥିବାରୁ ଉଭୟଙ୍କ ମଧ୍ୟରେ ଟକ୍କର ହେବ ବୋଲି ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଏନେଇ ଦର୍ଶକଙ୍କ ସହ ଫିଲ୍ମ ସମୀକ୍ଷକ ମଧ୍ୟ ବିଭିନ୍ନ […]
ଆଗକୁ କିଙ୍ଗ ଖାନ୍ ଶାହରୁଖ ଓ ସାଉଥ୍ର ସୁପରଷ୍ଟାର ପ୍ରଭାସଙ୍କ ମଧ୍ୟରେ ହେବାକୁ ଯାଉଛି କଡା ଟକ୍କର I ଉଭୟଙ୍କର ବହୁ ପ୍ରତିକ୍ଷୀତ ଫିଲ୍ମ ପରଦାକୁ ଓହ୍ଲାଇବ । ଆସନ୍ତା ଡିସେମ୍ବର ୨୨ରେ ଶାହରୁଖଙ୍କର ‘ଡଙ୍କି’ ଓ ପ୍ରଭାସଙ୍କର ‘ସାଲାର’ ଫିଲ୍ମ ରିଲିଜ ହେବାକୁ ଯାଉଛି । ଉଭୟଙ୍କ ରିଲିଜ୍ ଡେଟ୍ ଏକା ଥିବାରୁ ଉଭୟଙ୍କ ମଧ୍ୟରେ ଟକ୍କର ହେବ ବୋଲି ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଏନେଇ ଦର୍ଶକଙ୍କ ସହ ଫିଲ୍ମ ସମୀକ୍ଷକ ମଧ୍ୟ ବିଭିନ୍ନ ମତ ଦେଉଛନ୍ତି । ଦର୍ଶକ ଦୁଇଟି ଦୁଇଟି ବଡବଡ ଷ୍ଟାରଙ୍କର ଫିଲ୍ମ ପରଦାକୁ ଆସୁଥିବାରୁ ବେଶ୍ ଖୁସି ଅଛନ୍ତି । ହେଲେ ସମୀଙ୍କର ମତରେ ଏହା ଫିଲ୍ମ ସହ ଷ୍ଟାରଙ୍କ ପାଇଁ ମଧ୍ୟ ଲାଭ ଦାୟକ ନୁହେଁ । ସମୀକ୍ଷକଙ୍କ ମତରେ ଏହି ଟକ୍କର ଫଳରେ ଉଭୟ ପ୍ରଯୋଜନା ସଂସ୍ଥାର କୋଟି କୋଟି ଟଙ୍କା କ୍ଷତି ହେବ । ଉଭୟ ସୁପରଷ୍ଟାର ହୋଇଥିବାରୁ ଏଭଳି ଟକ୍କର ଉଭୟଙ୍କ କ୍ୟାରିୟର ଉପରେ ମଧ୍ୟ ପଡିବ । ଫ୍ୟାନଙ୍କ ଉପରେ ଏହାର ଖରାପ ପ୍ରଭାବ ପଡିପାରେ ବୋଲି ସମୀକ୍ଷକ ମତ ଦେଇଛନ୍ତି । ଫ୍ୟାନଙ୍କ ଭିତରେ ଏକ ଟକରା ଟକରି ପରିସ୍ଥିତି ସୃଷ୍ଟି ହେବ ବୋଲି ସେମାନେ କହିଛନ୍ତି । ଫିଲ୍ମ ସାଲାରରେ ପ୍ରଭାସଙ୍କ ସହିତ ଶୃତି ହାସନ, ପୃଥିବୀରାଜ ସୁକୁମାରନ, ଜଗପତି ବାବୁ ଆଦି ନଜର ଆସିବେ । ସେହିଭଳି ରାଜକୁମାର ହିରାନୀଙ୍କ ନିର୍ଦ୍ଦେଶିତ ଡଙ୍କିରେ ଶାହରୁଖ ଖାନଙ୍କ ସହିତ ତାପସୀ ପନ୍ନୁ, ଦିୟା ମିର୍ଜା, ବମନ ଇରାନି ଆଦି ନଜର ଆସିବେ । ତେବେ କେତେକ ସମୀକ୍ଷକ ଇତିହାସର ପୁନରାବୃତ୍ତି ହୋଇପାରେ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି। ଆଗରୁ ଜିରୋ ଓ କେଜିଏଫ୍ ଏକାଠି ରିଲିଜ୍ ହୋଇଥିଲା । ତେବେ କେଜିଏଫ୍ ସାମନାରେ ‘ଜିରୋ’ ଜିରୋ ହୋଇଯାଇଥିଲା । ତେବେ ବର୍ତ୍ତମାନ ସମସ୍ତଙ୍କୁ ଡିସେମ୍ବର ୨୨କୁ ଅପେକ୍ଷା ।




