ହରର କମେଡିରେ ଅନିତ

ଫିଲ୍ମ ସଇୟାରାରେ ବଲିଉଡ ଡେବ୍ୟୁ କରିଥିବା ଅନିତ ବର୍ତ୍ତମାନ ନିଜର ଅପକମିଂ ପ୍ରୋଜେକଫକୁ ନେଇ ଚର୍ଚ୍ଚାରେ ଅଛନ୍ତି । ସଇୟାରାର ସଫଳତା ପରେ ତାଙ୍କୁ ଆଉଏକ ଫିଲ୍ମ ପାଇଁ ଅଫର ମିଳିଥିବା ସୂଚନା ମିଳିଛି । ଖୁବଶୀଘ୍ର ତାଙ୍କୁ ଦିନେଶ ବିଜନଙ୍କ ହରର କମେଡି ଫିଲ୍ମରେ ଦେଖିବାକୁ ମିଳିବ । ସଇୟାରାରେ ତାଙ୍କ ଅଭିନୟ ଦେଖିବାପରେ ତାଙ୍କୁ ଏହି ଫିଲ୍ମ ଅଫର ହୋଇଥିବାନେଇ ସୂଚନା ରହିଛି । ଏଥିପାଇଁ ଅନିତଙ୍କର ଲୁକ ଟେଷ୍ଟ ମଧ୍ୟ ସରିଥିବା ସୂଚନା […]

ହରର କମେଡିରେ ଅନିତ
Samaya Live Picture
Published On

ଫିଲ୍ମ ସଇୟାରାରେ ବଲିଉଡ ଡେବ୍ୟୁ କରିଥିବା ଅନିତ ବର୍ତ୍ତମାନ ନିଜର ଅପକମିଂ ପ୍ରୋଜେକଫକୁ ନେଇ ଚର୍ଚ୍ଚାରେ ଅଛନ୍ତି । ସଇୟାରାର ସଫଳତା ପରେ ତାଙ୍କୁ ଆଉଏକ ଫିଲ୍ମ ପାଇଁ ଅଫର ମିଳିଥିବା ସୂଚନା ମିଳିଛି । ଖୁବଶୀଘ୍ର ତାଙ୍କୁ ଦିନେଶ ବିଜନଙ୍କ ହରର କମେଡି ଫିଲ୍ମରେ ଦେଖିବାକୁ ମିଳିବ । ସଇୟାରାରେ ତାଙ୍କ ଅଭିନୟ ଦେଖିବାପରେ ତାଙ୍କୁ ଏହି ଫିଲ୍ମ ଅଫର ହୋଇଥିବାନେଇ ସୂଚନା ରହିଛି । ଏଥିପାଇଁ ଅନିତଙ୍କର ଲୁକ ଟେଷ୍ଟ ମଧ୍ୟ ସରିଥିବା ସୂଚନା ରହିଛି । ତେବେ ଫିଲ୍ମର ମେଲ୍‌ ଲିଡ୍‌ କିଏ ଏହାକୁ ନେଇ କୌଣସି ସୂଚନା ମିଳିନାହିଁ । ସୋସିଆଲ ମିଡିଆରେ ଖବରଟି ବର୍ତ୍ତମାନ ଖୁବ ଭାଇରାଲ ହେବାରେ ଲାଗିଛି । ଦର୍ଶକ ଅନିତ୍‌ଙ୍କର ଆଉ ଏକ ବ୍ଲକବଷ୍ଟର ଫିଲ୍ମ ଦେଖିବାକୁ ଖୁବ ଆଗ୍ରହୀଥିବା ଜଣା ପଡିଛି । ଏହି ଚରିତ୍ର ପାଇଁ ଅନେକ ଅଭିନେତ୍ରୀଙ୍କୁ ଆପ୍ରୋଚ କରାଯାଇଥିଲା, ହେଲେ ଅନିତ୍‌ଙ୍କୁ ଫାଇନାଲ କରାଯାଇଥିବା ସୂଚନା ମିଳିଛି । ରୋମାଣ୍ଟିକ ଡ୍ରାମା ପରେ ହରର କମେଡିରେ ଅନିତ କିଭଳି ଅଭିନୟ କରୁଛନ୍ତି ଏହା ଦେଖିବାକୁ ଦର୍ଶକ ଖୁବ ଆଗ୍ରହ ଦେଖାଉଥିବାର ସୋସିଆଲ ମିଡିଆରୁ ଜଣା ପଡିଛି ।

Tags: