ସ୍ୱରାଙ୍କ ଲେଉଟାଣି
ବଲିଉଡ ଅଭିନେତ୍ରୀ ସ୍ୱରା ଭାସ୍କରଙ୍କୁ ନେଇ ଅନେକ ସମୟରେ ସୋସିଆଲ ମିଡିଆରେ ଟ୍ରୋଲ ହେଉଥିବା ସାମନାକୁ ଆସିଥାଏ । ବିବାହ ପରେ ଅଭିନୟଠୁ ଦୂରରେ ରହିବା ଓ ସ୍ୱରାଙ୍କର ମୋଟାପଣ ନେଇ ଅନେକ ତାଙ୍କୁ ଟ୍ରୋଲ କରିଥାଆନ୍ତି । ଏପରିକି ତାଙ୍କ ସ୍ୱାମୀ ଫହାଦ ଅହମଦ୍ଙ୍କ ଉପରେ ମଧ୍ୟ ଅନେକ ପ୍ରଶ୍ନ ଉଠାଇଥାଆନ୍ତି । ତେବେ ନିକଟରେ ସ୍ୱରାଙ୍କୁ ଏକ ଟିଭି ଶୋରେ ଦେଖିବାକୁ ମିଳିଛି, ଯାହା ଟ୍ରୋଲରଙ୍କ ପାଟିରେ ତାଲା ଲଗାଇଛି । ଏହା ସ୍ୱରାଙ୍କର […]
ବଲିଉଡ ଅଭିନେତ୍ରୀ ସ୍ୱରା ଭାସ୍କରଙ୍କୁ ନେଇ ଅନେକ ସମୟରେ ସୋସିଆଲ ମିଡିଆରେ ଟ୍ରୋଲ ହେଉଥିବା ସାମନାକୁ ଆସିଥାଏ । ବିବାହ ପରେ ଅଭିନୟଠୁ ଦୂରରେ ରହିବା ଓ ସ୍ୱରାଙ୍କର ମୋଟାପଣ ନେଇ ଅନେକ ତାଙ୍କୁ ଟ୍ରୋଲ କରିଥାଆନ୍ତି । ଏପରିକି ତାଙ୍କ ସ୍ୱାମୀ ଫହାଦ ଅହମଦ୍ଙ୍କ ଉପରେ ମଧ୍ୟ ଅନେକ ପ୍ରଶ୍ନ ଉଠାଇଥାଆନ୍ତି । ତେବେ ନିକଟରେ ସ୍ୱରାଙ୍କୁ ଏକ ଟିଭି ଶୋରେ ଦେଖିବାକୁ ମିଳିଛି, ଯାହା ଟ୍ରୋଲରଙ୍କ ପାଟିରେ ତାଲା ଲଗାଇଛି । ଏହା ସ୍ୱରାଙ୍କର କମ୍ବ୍ୟାକ୍ ବୋଲି ଚର୍ଚ୍ଚା କରାଯାଉଛି । ସୂଚନା ଅନୁସାରେ ସ୍ୱରାଙ୍କୁ ଟିଭି ଶୋ ପତି, ପନିି ଓ ପଙ୍ଗାରେ ଦେଖିବାକୁ ମିଳୁଛି । ଏଥିରେ ସେ ନିଜ ସ୍ୱାମୀ ତଥା ସମାଜବାଦୀ ପାର୍ଟି ନେତା ଫହାଦ୍ ଅହମଦଙ୍କ ସହିତ ନଜର ଆସୁଛନ୍ତି । ତେବେ ସ୍ୱରାଙ୍କ ଲେଉଟାଣି ତାଙ୍କ ଫ୍ୟାନଙ୍କୁ ଖୁବ ଖୁସି ଦେଇଛି । ଆଗକୁ ସେ ସ୍ୱରାଙ୍କୁ ବଡ ପ୍ରୋଜେକଫରେ ଦେଖିବାକୁ ଫ୍ୟାନ୍ମାନେ ଆଶା ରଖିଛନ୍ତି ।




