ସ୍ୱତନ୍ତ୍ର ଚରିତ୍ରରେ ଭୂମି

ଖୁବଶୀଘ୍ର ପରଦାକୁ ଆସିବାକୁ ଯାଉଛି ମାଇଥୋଲୋଜିକାଲ ଫିଲ୍ମ ମହାକାଲୀ । ଯାହାର ଫାଷ୍ଟ ଲୁକ ମେକର୍ସମାନେ ରିଲିଜ କରିଛନ୍ତି । ଏଥିରେ ମହାକାଲୀ ଭୂମିକାରେ ନଜର ଆସିବେ ଅଭିନେତ୍ରୀ ଭୂମି ସେଟ୍ଟି । ଭୂମିଙ୍କର ଲୁକ ବେଶ୍‌ ନିଆରା ହୋଇଛି । ସେ ଏଥିରେ ଦେବୀ କାଳୀଙ୍କ ଭଳି ବେଶ ହୋଇଥିବା ଦେଖିବାକୁ ମିଳୁଛି । ତାଙ୍କର ଏହି ଲୁକ ଦର୍ଶକଙ୍କୁ ଆଶ୍ଚର୍ଯ୍ୟ କରିଛି । ସମସ୍ତେ ଏହାର ଖୁବ ପ୍ରଶଂସା କରୁଥିବା ଦେଖିବାକୁ ମିଳୁଛି । […]

ସ୍ୱତନ୍ତ୍ର ଚରିତ୍ରରେ ଭୂମି
Samaya Live Picture
Published On

ଖୁବଶୀଘ୍ର ପରଦାକୁ ଆସିବାକୁ ଯାଉଛି ମାଇଥୋଲୋଜିକାଲ ଫିଲ୍ମ ମହାକାଲୀ । ଯାହାର ଫାଷ୍ଟ ଲୁକ ମେକର୍ସମାନେ ରିଲିଜ କରିଛନ୍ତି । ଏଥିରେ ମହାକାଲୀ ଭୂମିକାରେ ନଜର ଆସିବେ ଅଭିନେତ୍ରୀ ଭୂମି ସେଟ୍ଟି । ଭୂମିଙ୍କର ଲୁକ ବେଶ୍‌ ନିଆରା ହୋଇଛି । ସେ ଏଥିରେ ଦେବୀ କାଳୀଙ୍କ ଭଳି ବେଶ ହୋଇଥିବା ଦେଖିବାକୁ ମିଳୁଛି । ତାଙ୍କର ଏହି ଲୁକ ଦର୍ଶକଙ୍କୁ ଆଶ୍ଚର୍ଯ୍ୟ କରିଛି । ସମସ୍ତେ ଏହାର ଖୁବ ପ୍ରଶଂସା କରୁଥିବା ଦେଖିବାକୁ ମିଳୁଛି । ସୂଚନା ଅନୁସାରେ ଫିଲ୍ମର ୫୦ ପ୍ରତିଶତ ସୁଟିଂ ସରି ସାରିଲାଣି । ମେକର୍ସମାନେ ଏଥର ବଡ ଷ୍ଟାରକାଷ୍ଟଙ୍କ ବଦଳରେ ନବାଗତା ଭୂମିଙ୍କ ଉପରେ ବିଶ୍ୱାସ ଦେଖାଇଛନ୍ତି । ଏହି ଚରିତ୍ର ପାଇଁ ଅନେକ ବଡବଡ ଅଭିନେତ୍ରୀ ଲାଇନ ଲଗାଇଥିଲେ ମଧ୍ୟ ମେକର୍ସମାନେ ଭୂମିଙ୍କ ଉପରେ ଭରସା କରିଛନ୍ତି । ଫିଲ୍ମଟି ଦର୍ଶକଙ୍କୁ ଖୁବ ପସନ୍ଦ ଆସିବ ବୋଲି ମେକର୍ସ ଆଶା ରଖିଛନ୍ତି । ସେହିଭଳି ସୋସିଆଲ ମିଡିଆରେ ପ୍ରଥମ ଲୁକ୍‌କୁ ମିଳୁଥିବା ଦର୍ଶକଙ୍କ ଭଲପାଇବା ମେକର୍ସଙ୍କ ଆଶାକୁ ବଢାଇଛି ।

Tags: