ସ୍ବରାଙ୍କ ଦୁଃଖ ପ୍ରକାଶ
୨୦୧୯ର ଚର୍ଚ୍ଚିତ ଅଯୋଧ୍ୟା ରାମ ଜନ୍ମଭୂମି - ବାବ୍ରୀ ମସଜିଦ୍ ମାମଲାରେ ସୁପ୍ରିମ୍ କୋର୍ଟଙ୍କ ନିଷ୍ପତ୍ତିକୁ ନେଇ ଅଭିନେତ୍ରୀ ସ୍ୱରା ଭାସ୍କର ପୁଣି ଥରେ ନିଜର ପ୍ରତିକ୍ରିୟା ରଖିଛନ୍ତି । ନିକଟରେ ଏକ ସାକ୍ଷାତକାରରେ ସ୍ୱରା ଜଣାଇଛନ୍ତି ଯେ, କୋର୍ଟଙ୍କ ଏହି ରାୟରେ ସେ ଅତ୍ୟନ୍ତ ଦୁଃଖିତ ହୋଇଥିଲେ । ଏକ ହିନ୍ଦୁ ହିସାବରେ ନିଜକୁ ଲଜ୍ଜିତ ଅନୁଭବ କରି ଆମିର ଖାନ୍, ଶାହରୁଖ୍ ଖାନ୍, ସଲମାନ ଖାନ୍ଙ୍କ ସମେତ ନିଜ ଫୋନ୍ରେ ଥିବା ସମସ୍ତ ମୁସଲିମ୍ ବନ୍ଧୁଙ୍କୁ ମେସେଜ୍ କରି କ୍ଷମାପ୍ରାର୍ଥନା କରିଥିଲେ । ସିଏଏ - ଏନ୍ଆରସି ବିରୋଧୀ ଆନ୍ଦୋଳନ ସମୟରେ ଭେଟିଥିବା ପତି ଫହାଦ୍ ଅହମ୍ମଦଙ୍କ ସହ ମଧ୍ୟ ଏହି ବିଷୟରେ କଥାବାର୍ତ୍ତା ହୋଇଥିବା ସେ ପ୍ରକାଶ କରିଛନ୍ତି । ସୂଚନାଯୋଗ୍ୟ, ୨୦୨୦ରେ ଏହି ରାୟ ବିରୋଧରେ ବିବାଦୀୟ ବକ୍ତବ୍ୟ ପାଇଁ ସ୍ୱରାଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ଦାୟର ପାଇଁ ନିବେଦନ କରାଯାଇଥିଲା । ହେଲେ ତତ୍କାଳୀନ ଆଟର୍ଣ୍ଣି ଜେନେରାଲ୍ କେ.କେ. ବେଣୁଗୋପାଳ ଏହାକୁ ଖାରଜ କରିଦେଇଥିଲେ ।
Tags:




