ସେଲିବ୍ରିଟିଙ୍କ ସାହାଯ୍ୟ

ସେଲିବ୍ରିଟିଙ୍କ ସାହାଯ୍ୟ
Ipsita Picture
By: Ipsita
Published On

 

ଅଭିନେତା ସଲମାନ୍ ଖାନ୍, ଅଭିନେତ୍ରୀ ଆଲିଆ ଭଟ୍ଟ ଏବଂ ଆୟୁଷ୍ମାନ୍ ଖୁରାନା ଓ ତାଙ୍କ ପତ୍ନୀ ତାହିରା କଶ୍ୟପ ପୀଡ଼ିତଙ୍କ ସାହାଯ୍ୟ ପାଇଁ ଆଗେଇ ଆସିଛନ୍ତି । ସଲମାନ୍ ଖାନ୍ ତାଙ୍କ ଚାରିଟେବୁଲ୍ ସଂସ୍ଥା 'ବିଂ ହ୍ୟୁମାନ୍' ଏବଂ ସ୍ଥାନୀୟ ଫ୍ୟାନ୍ କ୍ଲବ୍ ମାଧ୍ୟମରେ ପ୍ରଭାବିତ ଅଞ୍ଚଳରେ ପ୍ରସ୍ତୁତ ଖାଦ୍ୟ, ପାନୀୟ ଜଳ, ଔଷଧ, ସାନିଟାରୀ ପ୍ୟାଡ୍, ମଶା ଘଉଡାଇବା କ୍ରିମ୍ ଆଦି ଜରୁରୀ ସାମଗ୍ରୀ ବାଣ୍ଟିବା ସହ ଆଗାମୀ ଦିନରେ ଶୁଖିଲା ରାସନ୍, ଅସ୍ଥାୟୀ ଆଶ୍ରୟ ସାମଗ୍ରୀ ଏବଂ କ୍ଷତିଗ୍ରସ୍ତ ବିଦ୍ୟାଳୟ ଓ ଡାକ୍ତରଖାନାର ପୁନର୍ନିମାଣରେ ସାହାଯ୍ୟ କରିବାକୁ ଘୋଷଣା କରିଛନ୍ତି । ଅପରପକ୍ଷରେ, ଆଲିଆ ଭଟ୍ଟ ଇନଷ୍ଟାଗ୍ରାମରେ ଏକ ଭାବପୂର୍ଣ୍ଣ ପୋଷ୍ଟ ସେୟାର କରି ପ୍ରତିବର୍ଷ ଆସୁଥିବା ଏହି ବାର୍ଷିକ ବିପତ୍ତିରେ ୬୦ରୁ ଉର୍ଦ୍ଧ୍ୱ ଜୀବନ ଯିବା ଏବଂ ଲୋକେ ବାସହୀନ ହେବା ନେଇ ଦୁଃଖ ପ୍ରକାଶ କରିଛନ୍ତି । ଏହାସହ ଦେଶବାସୀଙ୍କୁ ସହାୟତା ପାଇଁ ନିବେଦନ କରିଛନ୍ତି। ସେହିପରି ଅସମ ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡକୁ ଆର୍ଥିକ ଯୋଗଦାନ ଦେଇ ଆୟୁଷ୍ମାନ୍ ଖୁରାନା ଓ ତାହିରା କଶ୍ୟପ ଉଦ୍ଧାର କାର୍ଯ୍ୟକୁ ସମର୍ଥନ କରିଛନ୍ତି ।  ସୂଚନାଯୋଗ୍ୟ ଯେ, ଆସାମରେ ଜାରିଥିବା ପ୍ରବଳ ବର୍ଷା ଯୋଗୁଁ ଏହାର  ଅନେକ ଜିଲ୍ଲାରେ ୩ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି ଏବଂ ୭୫ରୁ ଉର୍ଦ୍ଧ୍ୱ ଲୋକଙ୍କର ଜୀବନଯାଇସାରିଛି  ।

Tags: