ସୁପରହିରୋ କ୍ୟାଟ୍ରିନା

ବଲିଉଡର ‘ସୁପରହିରୋ’ ହେବେ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌। ଅଲ୍ଲୀ ଆବ୍ବାସ ଜାଫରଙ୍କ ଆଗାମୀ ଫିଲ୍ମ ସୁପରହିରୋରେ ମୁଖ୍ୟ ଚରିତ୍ର ନିଭାଇବେ କ୍ୟାଟ୍ରିନା। ଏହି ଫିଲ୍ମରେ ନିର୍ଦ୍ଦେଶନା ସହିତ ପ୍ରଯୋଜନା ମଧ୍ୟ ଅଲ୍ଲୀ ଆବାସ କରିବେ। ଏହି ଫିଲ୍ମରେ କ୍ୟାଟ୍ରିନାଙ୍କୁ କିଛି ବିପଜ୍ଜନକ ଷ୍ଟଣ୍ଟ କରିବାକୁ ହେବ। ସେହି ଅନୁସାରେ କ୍ୟାଟ ଏବେ ପ୍ରସ୍ତୁତି ମଧ୍ୟ ଆରମ୍ଭ କରିସାରିଲେଣି। ଆଉ କିଛି ଦିନ ପରେ ଫିଲ୍ମର ସୁଟିଂ ଆରମ୍ଭ ହୋଇଯିବ। ପୂର୍ବରୁ କ୍ୟାଟ୍ରିନା ଅଲ୍ଲୀ ଆବ୍ବାସଙ୍କ ସହିତ ୩ଟି […]

Samaya Live Picture
Published On

ବଲିଉଡର ‘ସୁପରହିରୋ’ ହେବେ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌। ଅଲ୍ଲୀ ଆବ୍ବାସ ଜାଫରଙ୍କ ଆଗାମୀ ଫିଲ୍ମ ସୁପରହିରୋରେ ମୁଖ୍ୟ ଚରିତ୍ର ନିଭାଇବେ କ୍ୟାଟ୍ରିନା। ଏହି ଫିଲ୍ମରେ ନିର୍ଦ୍ଦେଶନା ସହିତ ପ୍ରଯୋଜନା ମଧ୍ୟ ଅଲ୍ଲୀ ଆବାସ କରିବେ। ଏହି ଫିଲ୍ମରେ କ୍ୟାଟ୍ରିନାଙ୍କୁ କିଛି ବିପଜ୍ଜନକ ଷ୍ଟଣ୍ଟ କରିବାକୁ ହେବ। ସେହି ଅନୁସାରେ କ୍ୟାଟ ଏବେ ପ୍ରସ୍ତୁତି ମଧ୍ୟ ଆରମ୍ଭ କରିସାରିଲେଣି। ଆଉ କିଛି ଦିନ ପରେ ଫିଲ୍ମର ସୁଟିଂ ଆରମ୍ଭ ହୋଇଯିବ। ପୂର୍ବରୁ କ୍ୟାଟ୍ରିନା ଅଲ୍ଲୀ ଆବ୍ବାସଙ୍କ ସହିତ ୩ଟି ଫିଲ୍ମ କାମ କରିଛନ୍ତି।

Tags: