ସାହାଯ୍ୟ କରିବେ ସଞ୍ଜୟ ଦତ୍ତ!

କରୋନା ପାଇଁ ପ୍ରଧାନମନ୍ତ୍ରୀ ମୋଦି ବାରମ୍ବାର ଲୋକମାନଙ୍କୁ ଘରେ ରହିବାକୁ ଅନୁରୋଧ କରିବା ସହିତ ଗରିବ ଓ ଅଭାବି ଲୋକମାନଙ୍କୁ ନିଜ ସାମର୍ଥ୍ୟ ଅନୁସାରେ ସାହାଯ୍ୟ କରିବାକୁ ନିବେଦନ କରିଛନ୍ତି। ତେବେ ଏଥିରେ ଆଗେଇ ଆସିଛନ୍ତି ବହୁ ବଲିଉଡ ଅଭିନେତା। କିଏ ରିଲିଫ ପାଣ୍ଠିକୁ ଟଙ୍କା ଦାନ କରୁଛି ତ କିଏ ଗରିବ ଓ ଜରୁରୀ ସେବା ପ୍ରଦାନକାରୀଙ୍କୁ ସାହାଯ୍ୟ କରିବାକୁ ଆଗେଇଆସିଛନ୍ତି।  ବର୍ତ୍ତମାନ ଅଭିନେତା ସଞ୍ଜୟ ଦତ୍ତ ମଧ୍ୟ ସାହାଯ୍ୟର ହାତ ବଢ଼ାଇଛନ୍ତି। ସଞ୍ଜୟ ଦତ୍ତ […]

Samaya Live Picture
Published On

କରୋନା ପାଇଁ ପ୍ରଧାନମନ୍ତ୍ରୀ ମୋଦି ବାରମ୍ବାର ଲୋକମାନଙ୍କୁ ଘରେ ରହିବାକୁ ଅନୁରୋଧ କରିବା ସହିତ ଗରିବ ଓ ଅଭାବି ଲୋକମାନଙ୍କୁ ନିଜ ସାମର୍ଥ୍ୟ ଅନୁସାରେ ସାହାଯ୍ୟ କରିବାକୁ ନିବେଦନ କରିଛନ୍ତି। ତେବେ ଏଥିରେ ଆଗେଇ ଆସିଛନ୍ତି ବହୁ ବଲିଉଡ ଅଭିନେତା। କିଏ ରିଲିଫ ପାଣ୍ଠିକୁ ଟଙ୍କା ଦାନ କରୁଛି ତ କିଏ ଗରିବ ଓ ଜରୁରୀ ସେବା ପ୍ରଦାନକାରୀଙ୍କୁ ସାହାଯ୍ୟ କରିବାକୁ ଆଗେଇଆସିଛନ୍ତି।  ବର୍ତ୍ତମାନ ଅଭିନେତା ସଞ୍ଜୟ ଦତ୍ତ ମଧ୍ୟ ସାହାଯ୍ୟର ହାତ ବଢ଼ାଇଛନ୍ତି।

ସଞ୍ଜୟ ଦତ୍ତ ରୋଜଗାର କରିବାରେ ସକ୍ଷମ ନଥିବା ଏକ ହଜାର ପରିବାରଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥା କରିବାକୁ ନିଷ୍ପତ୍ତି ନେଇଛନ୍ତି। ସଞ୍ଜୟ ପୂର୍ବରୁ ହିଁ କରୋନା ବିରୋଧରେ ଲଢ଼େଇରେ ସହଯୋଗ କରିସାରିଛନ୍ତି। ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି, “ଏହା ସମଗ୍ର ଦେଶ ପାଇଁ ସବୁଠାରୁ ଭୟଙ୍କର ସମୟ। ସମସ୍ତେ ପରସ୍ପରକୁ ନିଜ ହିସାବରେ ସାହାଯ୍ୟ କରିବାରେ ବ୍ୟସ୍ତ ଅଛନ୍ତି। ତାହା ପୁଣି ସାମାଜିକ ଦୂରତା ବଜାୟ ରଖି ନିଜ ଘରେ ରହି ହୋଇଥାଉ ନା କାହିଁକି।’

ସଞ୍ଜୟ ସାବରକର ଆଶ୍ରୟସ୍ଥଳୀ ସହିତ ହାତ ମିଳାଇଛନ୍ତି। ସେ ମୁମ୍ବାଇର ବୋରିଭାଲୀ ଠାରୁ ବାନ୍ଦ୍ରା ପର୍ଯ୍ୟନ୍ତ ଅଞ୍ଚଳଗୁଡିକୁ ଏହି ସେବା ପହଞ୍ଚାଇବାକୁ ଚେଷ୍ଟା କରୁଛନ୍ତି।  ସେ କହିଛନ୍ତି, ‘ସାବରକର ଆଶ୍ରୟସ୍ଥଳୀ ଏହି ଯୋଜନାର ମେରୁଦଣ୍ଡ ବୋଲି ପ୍ରମାଣିତ ହୋଇଛି। ସେମାନେ ବହୁତ ପରିଶ୍ରମ କରିଛନ୍ତି ଏବଂ ଏଥିପାଇଁ ମୁଁ ତାଙ୍କୁ ବହୁତ ପ୍ରଶଂସା କରୁଛି। ମୁଁ ଭାବୁଛି ପରସ୍ପରକୁ ସାହାଯ୍ୟ କରି ଆମେ ଶୀଘ୍ର ଆମର ପୁରୁଣା ଜୀବନକୁ ଫେରିପାରିବା।’

Tags: