ସାବାସ ମୃଣାଳ
ଦିନ ଥିଲା ସେ ଥିଲେ ଟେଲି ଦୁନିଆର ଜଣେ ପରିଚିତ ନାୟିକା । ସିରିଏଲ୍ ‘କୁମ୍ କୁମ୍ ଭାଗ୍ୟ’ରେ ତାଙ୍କ ଚରିତ୍ର ବୁଲ୍ବୁଲ୍ ତାଙ୍କୁ ଆଣିଦେଇଥିଲା ଏକ ନୂଆ ପରିଚୟ । ଘରେଘରେ ସେ ପରିଚିତ ହୋଇଥିଲେ ଏହି ଚରିତ୍ର ପାଇଁ । କେବଳ ସେହି ଗୋଟିଏ ନୁହେଁ ଅନେକ ଟିଭି ଶୋ’ ଯେପରି ଅର୍ଜୁନ,ମୁଝ ସେ କୁଛ କେହେତି ୟେ ଖାମୋସିଆଁ, ସୌଭାଗ୍ୟଲକ୍ଷ୍ମୀ ଆଦିରେ ସେ ଖୁବ ସୁନ୍ଦର ଅଭିନୟ କରି ଦର୍ଶକଙ୍କ ମନରେ ଏକ […]
ଦିନ ଥିଲା ସେ ଥିଲେ ଟେଲି ଦୁନିଆର ଜଣେ ପରିଚିତ ନାୟିକା । ସିରିଏଲ୍ ‘କୁମ୍ କୁମ୍ ଭାଗ୍ୟ’ରେ ତାଙ୍କ ଚରିତ୍ର ବୁଲ୍ବୁଲ୍ ତାଙ୍କୁ ଆଣିଦେଇଥିଲା ଏକ ନୂଆ ପରିଚୟ । ଘରେଘରେ ସେ ପରିଚିତ ହୋଇଥିଲେ ଏହି ଚରିତ୍ର ପାଇଁ । କେବଳ ସେହି ଗୋଟିଏ ନୁହେଁ ଅନେକ ଟିଭି ଶୋ’ ଯେପରି ଅର୍ଜୁନ,ମୁଝ ସେ କୁଛ କେହେତି ୟେ ଖାମୋସିଆଁ, ସୌଭାଗ୍ୟଲକ୍ଷ୍ମୀ ଆଦିରେ ସେ ଖୁବ ସୁନ୍ଦର ଅଭିନୟ କରି ଦର୍ଶକଙ୍କ ମନରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ । ତେବେ କେବଳ ଟେଲିଭିଜିନ ନୁହେଁ ଏହାରି ଭିତରେ ବି ଟାଉନ୍ରେ ମଧ୍ୟ ନିଜର ଭାଗ୍ୟ ପରୀକ୍ଷା କରିଛନ୍ତି ମୃଣାଳ । ନିଜର ଅଭିନୟର ଯାଦୁ ସେ ବିଟାଉନ୍ରେ ମଧ୍ୟ ଦେଖାଇଛନ୍ତି । ନିଜର ନିଖୁଣ ଅଭିନୟ, ଗ୍ଲାମରସ ଅନ୍ଦାଜ ପାଇଁ ସେ ଆଜି ବଲିଉଡ୍ରେ ମଧ୍ୟ ଏକ ଜଣାଶୁଣା ନାମ ପାଲଟିଛନ୍ତି । ଛୋଟ ପରଦାରୁ ଯାଇ ମଧ୍ୟ ବଲିଉଡରେ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ପ୍ରସ୍ତୁତ କରିପାରିଥିବାରୁ ସମସ୍ତଙ୍କ ଠାରୁ ପ୍ରଶଂସା ସାଉଁଟିବାରେ ଲାଗିଛନ୍ତି ମୃଣାଳ । ୨୦୧୪ରେ ମୃଣାଳ ମରାଠୀ ଫିଲ୍ମ ଇଣ୍ଡଷ୍ଟ୍ରୀରୁ ନିଜର କ୍ୟାରିୟର ଆରମ୍ଭ କରିଥିଲେ । ଏହାପରେ ୨୦୧୮ରେ ଲଭ୍ ସୋନିଆରୁ ହିନ୍ଦୀ ଫିଲ୍ମରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ । କେବଳ ଫିଲ୍ମ ନୁହେଁ ମୁ୍ୟଜିକ୍ ଭିଡିଓରେ ମଧ୍ୟ ସେ ନିଜର ଅଭିନୟର ଯାଦୁ ଦେଖାଇଛନ୍ତି । ନିଜର ପ୍ରତିଭା ବଳରେ ଏତେ ବାଟରେ ପହଞ୍ଚିପାରିଥିବାରୁ ଅନ୍ୟ ଟେଲି କଳାକାରଙ୍କ ପାଇଁ ସେ ପ୍ରେରଣା ସାଜିଛନ୍ତି । ବର୍ତ୍ତମାନ ତାଙ୍କର ଫିଲ୍ମ ‘ଆଖଁ ମେ ଚୋଲି’ ରିଲିଜ୍ ହୋଇଥିବାବେଳେ ଆଗକୁ ଆହୁରି ୪ଟି ପ୍ରୋଜେକ୍ଟ ପରଦାକୁ ଆସିବାକୁ ବାକି ଅଛନ୍ତି । ଫିଲ୍ମ ତାଲିକା ଦେଖିଲେ ବର୍ତ୍ତମାନ ସେ ବଲିଉଡ୍ର ଅନେକ ନାମୀ ହିରୋଇନ୍ଙ୍କୁ ମଧ୍ୟ ପଛରେ ପକାଇଛନ୍ତି ।




