ସବୁକିଛି ଠିକ୍ ଅଛି
ଗତ କିଛି ମାସଧରି ଐଶ୍ୱର୍ଯ୍ୟା ରାୟ ଓ ଅଭିଷେକ ବଚ୍ଚନଙ୍କ ସମ୍ପର୍କକୁ ନେଇ ଅନେକ ଚର୍ଚ୍ଚା ଜାରି ରହିଛି । ଉଭୟଙ୍କ ଭିତରେ କିଛି ଠିକ୍ ନଥିବା ନେଇ ଆଲୋଚନା ହେଉଥିଲା, ହେଲେ ସମସ୍ତଙ୍କୁ ନିକଟରେ ଚୁପ କରାଇଛନ୍ତି ଦମ୍ପତି । ନିକଟରେ ଉଭୟ ଫ୍ୟାମିଲି ଟ୍ରିପରୁ ଫେରିଛନ୍ତି । ଏହି ଟ୍ରିପରେ ଐଶ୍ୱର୍ଯ୍ୟାଙ୍କ ସହିତ ଅଭିଷେକ ଓ ଆରାଧ୍ୟା ସାମିଲ ଥିଲେ । ଏୟାରପୋର୍ଟରେ ପୂରା ଫ୍ୟାମିଲିର କେମେଷ୍ଟ୍ରୀ ଖୁବ ଭାଇରାଲ ହେଉଛି । ଅଭିଷେକଙ୍କର […]
ଗତ କିଛି ମାସଧରି ଐଶ୍ୱର୍ଯ୍ୟା ରାୟ ଓ ଅଭିଷେକ ବଚ୍ଚନଙ୍କ ସମ୍ପର୍କକୁ ନେଇ ଅନେକ ଚର୍ଚ୍ଚା ଜାରି ରହିଛି । ଉଭୟଙ୍କ ଭିତରେ କିଛି ଠିକ୍ ନଥିବା ନେଇ ଆଲୋଚନା ହେଉଥିଲା, ହେଲେ ସମସ୍ତଙ୍କୁ ନିକଟରେ ଚୁପ କରାଇଛନ୍ତି ଦମ୍ପତି । ନିକଟରେ ଉଭୟ ଫ୍ୟାମିଲି ଟ୍ରିପରୁ ଫେରିଛନ୍ତି । ଏହି ଟ୍ରିପରେ ଐଶ୍ୱର୍ଯ୍ୟାଙ୍କ ସହିତ ଅଭିଷେକ ଓ ଆରାଧ୍ୟା ସାମିଲ ଥିଲେ । ଏୟାରପୋର୍ଟରେ ପୂରା ଫ୍ୟାମିଲିର କେମେଷ୍ଟ୍ରୀ ଖୁବ ଭାଇରାଲ ହେଉଛି । ଅଭିଷେକଙ୍କର ଐଶ୍ ଓ ଝିଅଙ୍କ ପ୍ରତି ଥିବା ଆଟିଚ୍ୟୁଡ୍କୁ ଦର୍ଶକ ଖୁବ ପସନ୍ଦ କରୁଥିବା ଦେଖିବାକୁ ମିଳୁଛି । ଏହାପରେ ପରିବାରରେ ସବୁ ଠିକ୍ ଥିବାନେଇ ଆଲୋଚନା ଆରମ୍ଭ ହୋଇଛି । ଗତ କିଛି ଦିନହେଲା ଉଭୟଙ୍କ ଭିତରେ କିଛି ଠିକ୍ ନଥିବା ଏବଂ ଉଭୟଙ୍କ ଭିତରେ ବିବାହ ବିଚ୍ଛେଦ ନେଇ ମଧ୍ୟ ଆଲୋଚନା ହେଉଥିଲା । ତେବେ ଏହାକୁ ମିଛ ବୋଲି ପ୍ରମାଣ କରିଛନ୍ତି ଦମ୍ପତି । ଏହି ଭିଡିଓଟି ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଏହାପୂର୍ବରୁ ଏଭଳି ଅନେକ ଇଭେଣ୍ଟ ଦେଖିବାକୁ ମିଳିଥିଲା ଯେଉଁଥିରେ ଐଶ୍ଙ୍କୁ ବଚ୍ଚନ ପରିବାର ନୁହେଁ ଝିଅ ଆରାଧ୍ୟାଙ୍କ ସହିତ ଏକୁଟିଆ ଦେଖିବାକୁ ମିଳିଥିଲା । ଏହାପରେ ଐଶ୍ ଓ ଅଭିଷେକଙ୍କ ଭିତରେ କିଛି ମତଭେଦ ଥିବାନେଇ ଆଲୋଚନା ଆରମ୍ଭ ହୋଇଥିଲା ।




