ସତ କେଉଁଟା

ଗଦର ୨ର ରିଲିଜ ପରେ ଅମିଷା ପଟେଲଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି । ତାଙ୍କର ବିଭିନ୍ନ ଷ୍ଟେଟମେଣ୍ଟକୁ ନେଇ ସୋସିଆଲ ମିଡିଆରେ ଦର୍ଶକ ଜୋରଦାର ଆଲୋଚନା କରୁଛନ୍ତି । ସେହିଭଳି ଏକ ଆଲୋଚନା ବର୍ତ୍ତମାନ ଅମିଷାଙ୍କୁ ଲାଇମ୍‌ଲାଇଟ୍‌କୁ ଆଣିଛି । ନିକଟରେ ଅମିଷା ତାଙ୍କର ଫିଲ୍ମ ଗଦର -୨ ନିର୍ଦ୍ଦେଶକ ଅନିଲ ଶର୍ମାଙ୍କ ମଧ୍ୟରେ ଥିବା ରିଲେସନ୍‌କୁ ନେଇ ଷ୍ଟେଟମେଣ୍ଟ୍‌ ଦେଇଛନ୍ତି । ଅମିଷା କହିଛନ୍ତି ଅନିଲ ଓ ତାଙ୍କ ଭିତରେ ବାପା ଝିଅର ସମ୍ପର୍କ […]

Samaya Live Picture
Published On

ଗଦର ୨ର ରିଲିଜ ପରେ ଅମିଷା ପଟେଲଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି । ତାଙ୍କର ବିଭିନ୍ନ ଷ୍ଟେଟମେଣ୍ଟକୁ ନେଇ ସୋସିଆଲ ମିଡିଆରେ ଦର୍ଶକ ଜୋରଦାର ଆଲୋଚନା କରୁଛନ୍ତି । ସେହିଭଳି ଏକ ଆଲୋଚନା ବର୍ତ୍ତମାନ ଅମିଷାଙ୍କୁ ଲାଇମ୍‌ଲାଇଟ୍‌କୁ ଆଣିଛି । ନିକଟରେ ଅମିଷା ତାଙ୍କର ଫିଲ୍ମ ଗଦର -୨ ନିର୍ଦ୍ଦେଶକ ଅନିଲ ଶର୍ମାଙ୍କ ମଧ୍ୟରେ ଥିବା ରିଲେସନ୍‌କୁ ନେଇ ଷ୍ଟେଟମେଣ୍ଟ୍‌ ଦେଇଛନ୍ତି । ଅମିଷା କହିଛନ୍ତି ଅନିଲ ଓ ତାଙ୍କ ଭିତରେ ବାପା ଝିଅର ସମ୍ପର୍କ ରହିଛି । ତେବେ ବର୍ତ୍ତମାନ ଦର୍ଶକ ଅନିଲ ଓ ପ୍ରଡକସନ୍‌ ହାଉସକୁ ନେଇ ଦେଇଥିବା ପୂର୍ବ ମନ୍ତବ୍ୟ ସହ ଏହାର ତୂଳନା କରୁଛନ୍ତି । ପୂର୍ବରୁ ଅମିଷା ପ୍ରଡକସନ୍‌ ହାଉସ ଉପରେ ତାଙ୍କ ସହ ମିସ୍‌ମ୍ୟାନେଜ୍‌ମେଣ୍ଟ କରିଥିବା ନେଇ ଅଭିଯୋଗ କରିଥିଲେ । ତେଣୁ ଅମିଷାଙ୍କ ଦୁଇଟିଯାକ ଷ୍ଟେଟମେଣ୍ଟ୍‌ରୁ ସତ କେଉଁଟା ବୋଲି ଦର୍ଶକ ପ୍ରଶ୍ନ କରିଛନ୍ତି । ଅନେକ ଦିନର ବ୍ୟବଧାନ ଓ ବିଭିନ୍ନ ବିବାଦରେ ଛନ୍ଦି ହେବା ପରେ ବର୍ତ୍ତମାନ ଅମିଷା ବଡପରଦାକୁ ସନ୍ନି ଦେଓଲଙ୍କ ସହ ବ୍ୟକ୍‌ କରୁଛନ୍ତି । ଗଦର-୨କୁ ନେଇ ଅମିଷା ବେଶ ଆଶାବାଦୀ ଅଛନ୍ତି । ଏହା ତାଙ୍କ କ୍ୟାରିୟରକୁ ପୁଣି ଟ୍ରାକ୍‌କୁ ଆଣିବ ବୋଲି ସେ ଆଶା ରଖିଛନ୍ତି ।

Tags: