ସଙ୍ଗୀତ ଜାରି ରହିବ
ସୋସିଆଲ ମିଡିଆରେ ୨୭ ତାରିଖରୁ ଏକ ପୋଷ୍ଟ ଖୁବ ଭାଇରାଲ ହେବାରେ ଲାଗିଛି । ପୋଷ୍ଟଟି ବଲିଉଡର ପରିଚିତ ସିଙ୍ଗର ଅରିଜିତ ସିଂଙ୍କ ଆକାଉଣ୍ଟରୁ କରାଯାଇଛି । ଯେଉଁଥିରେ ସେ ପ୍ଲେ ବ୍ୟାକ୍ ସିଂରୁ ଅବସର ନେଉଥିବା ଘୋଷଣା କରିଛନ୍ତି, ଯାହାପରେ ତାଙ୍କ ଫ୍ୟାନ ଖୁବ ନିରାଶ ହୋଇଛନ୍ତି । ନିଜ ପ୍ରିୟ ସିଙ୍ଗରଙ୍କର ଏହି ଅବସରକୁ ସେମାନେ ସହଜରେ ଗ୍ରହଣ କରିପାରୁ ନାହାନ୍ତି । ନିଜର ଏହି ନିଷ୍ପତ୍ତିକୁ ପରିବର୍ତ୍ତନ କରିବା ପାଇଁ ଫ୍ୟାନମାନେ ତାଙ୍କୁ ସୋସିଆଲ ମିଡିଆରେ ଅନୁରୋଧ କରିବାରେ ଲାଗିଛନ୍ତି । ତେବେ ଅରିଜିତ କେବଳ ପ୍ଲେ ବ୍ୟାକ୍ ସିଗିଂରୁ ଅବସର ନେଇଛନ୍ତି ନା କି ସଙ୍ଗୀତରୁ । ଆଗକୁ ସେ ସଙ୍ଗୀତ ଶିଖିବା ସହିତ ନିଜର କାମ ଜାରି ରଖିବେ ବୋଲି ମଧ୍ୟ ସ୍ପଷ୍ଟ କରିଛନ୍ତି ଅରିଜିତ । ତେବେ ସୋସିଆଲ ମିଡିଆରେ ହେଉଥିବା ଆଲୋଚନା ଅନୁସାରେ ଅରିଜିତଙ୍କୁ ଆଗକୁ ଅନ୍ତର୍ଜାତୀୟ ସ୍ତରର ପ୍ରୋଜେକ୍ଟରେ କାମ କରୁଥିବାର ଦେଖିବାକୁ ମିଳିବ । ୨୦୦୫ରେ ଅରିଜିତ ରିଆଲିଟି ଶୋ ଫେମ୍ ଗୁରୁକୁଲରେ ଭାଗନେଇ ନିଜର ସଙ୍ଗୀତର ଯାତ୍ରା ଆମ୍ଭ କରିଥିଲେ । ଏହି ଶୋର ବିଜେତା ସେ ହୋଇନଥିଲେ ମଧ୍ୟ ତାଙ୍କର ଅନନ୍ୟର ପ୍ରତିଭାର ଚିହ୍ନଟ ଏହି ମଞ୍ଚରେ ହିଁ ହୋଇଥିଲା । ଏହାପରେ ସେ ନିଜର ମ୍ୟୁଜିକ ପ୍ରୋଗ୍ରାମର ଓ ବ୍ୟାକ୍ଗ୍ରାଉଣ୍ଡ ସିଙ୍ଗରର କାମ ଆରମ୍ଭ କରିଥିଲେ । ଏହା ତାଙ୍କ କ୍ୟାରିୟରକୁ ଏକ ନୂଆ ଦିଗ ଦେଇଥିଲା । ଏହି ସମୟରେ ସେ ଅନେକ ଚର୍ଚ୍ଚାରେ ରହିଥିଲେ । ତେବେ ୨୦୧୩ ଥିଲା ଅରିଜିତଙ୍କ ପାଇଁ ଏକ ଲକି ବର୍ଷ । ସେ ଏହି ବର୍ଷ ଆଶିକି ଫିଲ୍ମର ତୁମ୍ ହି ହୋ ଗୀତ ଗାଇଥିଲେ, ଯାହା ସୁପର ହିଟ ହୋଇଥିଲା । ଅରିଜିତଙ୍କ କଣ୍ଠକୁ ଦର୍ଶକ ଖୁବ ଅଧିକ ଭଲପାଇବା ଦେଇଥିଲେ ଏବଂ ରାତାରାତି ଅରିଜିତ ସୁପରଷ୍ଟାର ପାଲଟି ଯାଇଥିଲେ । ଏହାପରେ ଗୋଟିଏ ପରେ ଗୋଟିଏ ହିଟ ଗୀତ ଦେଇ ଦର୍ଶକଙ୍କ ହୃଦୟ ଜିତିଥିଲେ ଅରିଜିତ । ତାଙ୍କ ତାଲିକାରେ ଚାହୁଁ ମେ ୟା ନା, ରବ୍ତା, ଅଗର ତୁମ ସାଥ ହୋ, ଗେରୁଆ, ଏ ଦିଲ ହେ ମୁସକିଲ ଭଳି ଅନେକ ହିଟ ଗୀତ ସାମିଲ ରହିଛି । ୨୦୧୪ ରୁ ୧୯କୁ ଅରିଜିତଙ୍କ କ୍ୟାରିୟରର ସ୍ବର୍ଣ୍ଣିମ ଫେଜ ବୋଲି ଧରାଯାଇଥାଏ । କେବଳ ହିନ୍ଦୀ ନୁହେଁ ଅରିଜିତ ବଙ୍ଗଳୀ, ତାମିଲ, ତେଲୁଗୁ , ମରାଠୀ ଓ କନ୍ନଡ ଭାଷାରେ ମଧ୍ୟ ଗୀତ ଗାଇଛନ୍ତି ଅରିଜିତ । କେବଳ ନିଜ ଗୀତ ନୁହେଁ ସିମ୍ପଲ ଲିଭିଂ ପାଇଁ ମଧ୍ୟ ବେଶ୍ ଚର୍ଚ୍ଚିତ ରହିଥାଆନ୍ତି ଅରିଜିତ । ଫ୍ୟାନଙ୍କ ପାଇଁ ବ୍ୟବହାର କିମ୍ବା ଜଣେ ସାଧାସିଧା ମଣିଷ ଭଳି ରହିବା ସବୁଥିରେ ସେ ଦର୍ଶକଙ୍କ ହୃଦୟ ଜିତିଥିଲେ । ତେବେ ଆଗକୁ ପ୍ଲେ ବ୍ୟାକ ସିଗିଂ ନହେଲେ ବି ଅରିଜିତଙ୍କ କାମ ଦେଖିବାକୁ ଆଶା ରଖିଛନ୍ତି ଫ୍ୟାନମାନେ ।



