ଶ୍ରୀୟାଙ୍କୁ ମିଳୁଛି ପ୍ରଶଂସା
ସଙ୍ଗୀତ ଭିଡିଓରୁ ଅଭିନୟ ଦୁନିଆରେ ପାଦ ରଖିଥିବା ପ୍ରସିଦ୍ଧ ଅଭିନେତ୍ରୀ ଶ୍ରୀୟା ଶରନଙ୍କ ଜୀବନ ଥିଲା ଖୁବ ସଂଘର୍ଷ । ତାଙ୍କ ସଫଳତାର କାହାଣୀ ଅନ୍ୟମାନଙ୍କ ପାଇଁ ଅତ୍ୟନ୍ତ ପ୍ରେରଣାଦାୟକ । ପରିବାରରେ କୌଣସି ସିନେମା ପୃଷ୍ଠଭୂମି ନଥିଲେ ମଧ୍ୟ ନୃତ୍ୟ ପ୍ରତି ଆଗ୍ରହ ଏବଂ ଶିକ୍ଷୟିତ୍ରୀଙ୍କ ପରାମର୍ଶ କ୍ରମେ ସେ ୧୭ ବର୍ଷ ବୟସରେ ଅଭିନୟ ଦୁନିଆରେ ପାଦ ଥାପିଥିଲେ । ସେ ତେଲୁଗୁ ଫିଲ୍ମ 'ଇଷ୍ଟମ' ଜରିଆରେ ଫିଲ୍ମରେ ଡେବ୍ୟୁ କରିଥିଲେ । ପିତାମାତାଙ୍କ ପରାମର୍ଶ ମୁତାବକ ସେ ପାଠପଢ଼ା ଜାରି ରଖିବା ସହ ଅଭିନୟରେ ମଧ୍ୟ ସଫଳତା ହାସଲ କରିଥିଲେ । ସେ ନିଜର ପ୍ରତିଭା ବଳରେ ସାଉଥ ଇଣ୍ଡଷ୍ଟ୍ରୀରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ତେବେ ବଲିଉଡରେ ସେ ଆଶାନୁରୂପ ସଫଳତା ପାଇ ନଥିଲେ । ହେଲେ ଏହାପରେ ସେ ନିଜର ଭୁଲ୍ ସ୍ୱୀକାର କରି ଆଗକୁ ବଢ଼ିଥିଲେ । ପରବର୍ତ୍ତୀ ସମୟରେ ସେ ରଜନୀକାନ୍ତଙ୍କ 'ଶିବାଜୀ', 'ଦୃଶ୍ୟମ୍' ଏବଂ ଏସ୍.ଏସ୍. ରାଜାମୌଲିଙ୍କ 'ଆର୍.ଆର୍.ଆର୍.' ଭଳି ବ୍ଲକବଷ୍ଟର ଚଳଚ୍ଚିତ୍ର ମାଧ୍ୟମରେ ଭାରତୀୟ ସିନେମାରେ ନିଜର ସ୍ଥିତିକୁ ଆହୁରି ମଜବୁତ କରିପାରିଛନ୍ତି । ବର୍ତ୍ତମାନ ଦୃଶ୍ୟମ ପାଇଁ ସେ ଖୁବ ପ୍ରଶମସା ସାଉଁଟୁଥିବା ଦେଖିବାକୁ ମିଳୁଛି ।




