ଶକ୍ତିମାନରେ ରଣବୀର

ନବେଦଶକର ସବୁଠାରୁ ପ୍ରିୟ ଟେଲି ଧାରାବାହିକ ଥିଲା ‘ଶକ୍ତିମାନ’, ଯାହାକୁ ସବୁ ବୟସର ଲୋକ ବେଶ୍‌ ପସନ୍ଦ କରୁଥିଲେ । ତେବେ ଏହି ଧାରାବାହିକକୁ ନେଇ ବର୍ତ୍ତମାନ ପ୍ରସ୍ତୁତ ହେବାକୁ ଯାଉଛି ଫିଲ୍ମ । ଏହି ଫିଲ୍ମରେ ରଣବୀର ସିଂଙ୍କୁ ଲିଡ୍‌ ରୋଲରେ ଦେଖିବାକୁ ମିଳିବ । ଫିଲ୍ମର ସୁଟିଂ ୨୦୨୫ରେ ଆରମ୍ଭ ହେବା ନେଇ ସୂଚନା ରହିଛି । ବର୍ତ୍ତମାନ ରଣବୀର ଫିଲ୍ମ ‘ସିଙ୍ଘମ ଏଗେନ୍‌’ ସୁଟିଂରେ ବ୍ୟସ୍ତ ଅଛନ୍ତି । ତେବେ ଏହି ନୁ୍ୟଜ […]

Samaya Live Picture
Published On

ନବେଦଶକର ସବୁଠାରୁ ପ୍ରିୟ ଟେଲି ଧାରାବାହିକ ଥିଲା ‘ଶକ୍ତିମାନ’, ଯାହାକୁ ସବୁ ବୟସର ଲୋକ ବେଶ୍‌ ପସନ୍ଦ କରୁଥିଲେ । ତେବେ ଏହି ଧାରାବାହିକକୁ ନେଇ ବର୍ତ୍ତମାନ ପ୍ରସ୍ତୁତ ହେବାକୁ ଯାଉଛି ଫିଲ୍ମ । ଏହି ଫିଲ୍ମରେ ରଣବୀର ସିଂଙ୍କୁ ଲିଡ୍‌ ରୋଲରେ ଦେଖିବାକୁ ମିଳିବ । ଫିଲ୍ମର ସୁଟିଂ ୨୦୨୫ରେ ଆରମ୍ଭ ହେବା ନେଇ ସୂଚନା ରହିଛି । ବର୍ତ୍ତମାନ ରଣବୀର ଫିଲ୍ମ ‘ସିଙ୍ଘମ ଏଗେନ୍‌’ ସୁଟିଂରେ ବ୍ୟସ୍ତ ଅଛନ୍ତି । ତେବେ ଏହି ନୁ୍ୟଜ ଜଣାପଡିବା ପରେ ରଣବୀରଙ୍କ ଫ୍ୟାନଙ୍କ ସମେତ ଶକ୍ତିମାନ ଚରିତ୍ରର ଫ୍ୟାନମାନେ ବେଶ୍‌ ଖୁସି ଅଛନ୍ତି । ଶକ୍ତିମାନ ସିରିଏଲକୁ ଦର୍ଶକଙ୍କଠାରୁ ସବୁବେଳେ ଢେର ଭଲପାଇବା ମିଳିଥାଏ । ଶକ୍ତିମାନ ସିରିଏଲ୍‌ର ଚରିତ୍ରକୁ ନେଇ ଅନେକ କ୍ରେଜ୍‌ ଦେଖିବାକୁ ମିଳିଥାଏ । ତେବେ ବର୍ତ୍ତମାନ ରଣବୀରଙ୍କୁ ଆଗକୁ ଶକ୍ତିମାନ ବ୍ୟତିତ ଦୁଇଟି ପ୍ରୋଜେକଫ ଯେପରି ଡନ୍‌ -୩, ଶିଙ୍ଘମ ରିଟର୍ଣ୍ଣରେ ଦେଖିବାକୁ ମିଳିବ । ଶିଙ୍ଘମର ସୁଟିଂ ସରିବାପରେ ରଣବୀର ଡନ୍‌ -୩ର ସୁଟିଂ କରିବେ ବୋଲି ସୂଚନା ରହିଛି । ସେହିଭଳି ଶକ୍ତିମାନ ଫିଲ୍ମ ସମ୍ବନ୍ଧରେ ୨୦୨୨ରେ ସୋନି ପିକଚର୍ସ ପକ୍ଷରୁ ଏକ ଭିଡିଓ ଜରିଆରେ ସୂଚନା ଦିଆଯାଇଥିଲା । ଫିଲ୍ମର ବଜେଟ୍‌ ମଧ୍ୟ ୨୦୦ରୁ ୩୦୦ କୋଟି ହେବ ବୋଲି ଏହି ଭିଡିଓରେ କୁହାଯାଇଥିଲା । ୧୯୯୭ରେ ପ୍ରସାରିତ ହେଉଥିବା ଏହି ଶକ୍ତିମାନ ଶୋ’ରେ ମୁକେଶ ଖନ୍ନା ଶକ୍ତିମାନ ଚରିତ୍ରରେ ନଜର ଆସିଥିଲେ ।

Tags: