ଲକ୍ଷ୍ୟ ସ୍ବତନ୍ତ୍ର ପରିଚୟ

ବଲିଉଡରେ ବର୍ତ୍ତମାନ ଅନେକ ନୂଆ ଷ୍ଟାରଙ୍କୁ ଦେଖିବାକୁ ମିଳୁଛି, ଯେଉଁମାନେ ନିଜ ଡେବ୍ୟୁ ଫିଲ୍ମକୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଛନ୍ତି । ସେହିଭଳି ଜଣେ ଅଭିନେତ୍ରୀ ହେଲେ ଦିବିତା ଜୁନେଜା । ଯାହାଙ୍କ ଫିଲ୍ମ ହୀର ଏକ୍ସପ୍ରେସ ବର୍ତ୍ତମାନ ରିଲିଜ୍ ହୋଇଛି ଏବଂ ଚର୍ଚ୍ଚାରେ ଅଛି । ହରିୟାଣାର ଅମ୍ବାଲାର ଝିଅ ଦିବିତା ଜୁନେଜା ବର୍ତ୍ତମାନ ବଲିଉଡରେ ଏଣ୍ଟ୍ରି କରିଛନ୍ତି । ଫିଲ୍ମ ହୀର ଏକ୍ସପ୍ରେସ ଜରିଆରେ ବଲିଉଡରେ ପାଦ ଥାପିଛନ୍ତି ଦିବିତା । ଫିଲ୍ମର ମୁଖ୍ୟ […]

ଲକ୍ଷ୍ୟ ସ୍ବତନ୍ତ୍ର ପରିଚୟ
Samaya Live Picture
Published On

ବଲିଉଡରେ ବର୍ତ୍ତମାନ ଅନେକ ନୂଆ ଷ୍ଟାରଙ୍କୁ ଦେଖିବାକୁ ମିଳୁଛି, ଯେଉଁମାନେ ନିଜ ଡେବ୍ୟୁ ଫିଲ୍ମକୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଛନ୍ତି । ସେହିଭଳି ଜଣେ ଅଭିନେତ୍ରୀ ହେଲେ ଦିବିତା ଜୁନେଜା । ଯାହାଙ୍କ ଫିଲ୍ମ ହୀର ଏକ୍ସପ୍ରେସ ବର୍ତ୍ତମାନ ରିଲିଜ୍ ହୋଇଛି ଏବଂ ଚର୍ଚ୍ଚାରେ ଅଛି ।
ହରିୟାଣାର ଅମ୍ବାଲାର ଝିଅ ଦିବିତା ଜୁନେଜା ବର୍ତ୍ତମାନ ବଲିଉଡରେ ଏଣ୍ଟ୍ରି କରିଛନ୍ତି । ଫିଲ୍ମ ହୀର ଏକ୍ସପ୍ରେସ ଜରିଆରେ ବଲିଉଡରେ ପାଦ ଥାପିଛନ୍ତି ଦିବିତା । ଫିଲ୍ମର ମୁଖ୍ୟ ଚରିତ୍ରରେ ଦିବିତାଙ୍କୁ ଦେଖିବାକୁ ମିଳିଛି । ଦିବିତାଙ୍କ ଜନ୍ମ ହରିୟାଣାର ଅମ୍ବାଲାରେ ହୋଇଥିବାବେଳେ ତାଙ୍କ ପିଲାଦିନର ଶିକ୍ଷା ସେଠାରେ ହିଁ ସମାପ୍ତ ହୋଇଥିଲା । ସ୍କୁଲ ଶିକ୍ଷା ସମାପ୍ତ କରିବାପରେ ପଞ୍ଜାବ ବିଶ୍ବବିଦ୍ୟାଳୟରେ ସେ ନିଜର ଉଚ୍ଚଶିକ୍ଷା ସମାପ୍ତ କରିଥିଲେ । ତେବେ ସ୍ନାତ୍ତକ ପଢିବା ସମୟରେ ସେ ଥିଏଟରରେ ଯୋଗ ଦେଇଥିଲେ । ସେଠାରେ ସେ ଅନେକ ନାଟକରେ କାମ କରିବା ସହିତ ଅଭିନୟ ସମ୍ପର୍କରେ ଅନେକ ଶିକ୍ଷା କରିଥିଲେ । ପିଲାଦିନୁ ତାଙ୍କର ଗୀତ, ନୃତ୍ୟ ଓ ଅଭିନୟ ପ୍ରତି ଖୁବ ଭଲପାଇବା ରହିଥିଲା । ତେଣୁ ପିଲାଦିନୁ ହିଁ ସେ ନିଜ କ୍ୟାରିୟର ଅଭିନୟରେ କରିବାନେଇ ନିଷ୍ପତ୍ତି ନେଇଥିଲା । ଯେଉଁଥିପାଇଁ ସେ କାର୍ଯ୍ୟ କରିବା ଆରମ୍ଭ କରିଥିଲେ । ଅଭିନୟ ଶିଖିବା ପାଇଁ ସେ ପ୍ରତିଷ୍ଠିତ ଆକ୍ଟିଂ ସ୍କୁଲରେ ଯୋଗ ଦେଇଥିଲେ, ଯେଉଁଠାରେ ସେ ନିଜ ଅଭିନୟର ମୂଳଦୁଆ ପକାଇଥିଲେ । ତାଙ୍କର ସ୍ବପ୍ନ ପୂରଣରେ ତାଙ୍କ ପରିବାରର ଖୁବ ଅଧିକ ସମର୍ଥନ ରହିଥିଲା । ସେହିଭଳି ନିଜର ବାସ୍ତବ ଜୀବନରେ ଖୁବ ଠାକୁର ବିଶ୍ବାସୀ ଦିବିତା । ଭଗବାନ ଆଶୀର୍ବାଦରୁ ତାଙ୍କୁ ଏଭଳି ସଫଳତା ମିଳିଥିବା ସେ ସବୁବେଳେ ମତ ଦେଇଥାଆନ୍ତି । ହୀର ଏକ୍ସପ୍ରେସର ସଫଳତାର ଶ୍ରେୟ ସେ ଭଗବାନଙ୍କ ସହିତ ଫିଲ୍ମର ଟିମ ମେମ୍ବରଙ୍କୁ ମଧ୍ୟ ଦେଉଥିବାର ଦେଖିବାକୁ ମିଳୁଛି, ଯାହା ତାଙ୍କର ବିନମ୍ରତାକୁ ସୂଚାଉଛି । ବିଦିତାଙ୍କ ଫିଲ୍ମ ହୀର ଏକ୍ସପ୍ରେସ ଏକ କମେଡି ଡ୍ରାମା ଫିଲ୍ମ । ଯେଉଁଥିରେ ପରିବାର, ସମ୍ପର୍କ ଓ ଭଲ ପାଇବାକୁ ଖୁବ ନିଖୁଣ ଭାବେ ଦର୍ଶା ଯାଇଛି । ଫିଲ୍ମର ସୁଟିଂ ଭାରତ ସହିତ ବାହାରେ ବିଦେଶରେ ମଧ୍ୟ କରାଯାଇଛି । ଏହି ଫିଲ୍ମ ପାଇଁ ଦିବିତା ଖୁବ ପରିଶ୍ରମ କରି ନିଜ ଅଭିନୟକୁ ଜୀବନ୍ତ କରିବାକୁ ଚେଷ୍ଟା କରିଛନ୍ତି । ତାଙ୍କ ଅଭିନୟକୁ ଦର୍ଶକ ମଧ୍ୟ ଖୁବ ଭଲ ପାଇବା ଦେଉଥିବା ଦେଖିବାକୁ ମିଳୁଛି । ସମସ୍ତେ ତାଙ୍କର ପ୍ରଶଂସା କରିବାରେ ଲାଗିଛନ୍ତି । ପ୍ରଥମ ଫିଲ୍ମ ହେଲେ ମଧ୍ୟ ଖୁବ ଚର୍ଚ୍ଚା ସାଉଁଟିଛନ୍ତି ଦିବିତା । ବଲିଉଡର ଅନେକ ନୂଆ ଷ୍ଟାରଙ୍କ ଭିଡ ଭିତରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବା ତାଙ୍କର ଲକ୍ଷ୍ୟ ବୋଲି ଅନେକ ସାକ୍ଷାତକାରରେ ସେ ପ୍ରକାଶ କରିଛନ୍ତି ।

Tags: