ରୋମାନ୍ସକୁ ନେଇ ଚର୍ଚ୍ଚା

ନିକଟରେ ରିଲିଜ୍‌ ହୋଇଥିବା ସନ୍‌ ଅଫ୍‌ ସର୍ଦାର-୨ର ଗୀତ ପେହେଲା ତୁ ଦୁଜା ତୁକୁ ନେଇ ଅନେକ ଚର୍ଚ୍ଚା ଦେଖିବାକୁ ମିଳିଛି । ସୋସିଆଲ ମିଡିଆରେ ଏହି ଗୀତକୁ ନେଇ ଅନେକ କ୍ରେଜ ଦେଖିବାକୁ ମିଳୁଛି । ସବୁଠାରୁ ଚର୍ଚ୍ଚା ସାଉଁଟୁଛି ମୃଣାଳ ଓ ଅଜୟ ଦେବଗନ୍‌ଙ୍କ ରୋମାନ୍ସ । ଏହି ଅନ୍‌ ସ୍କ୍ରିନ୍‌ ରୋମାନ୍ସକୁ ନେଇ ସମସ୍ତେ ଖୁବ ଉତ୍ସାହିତ ଅଛନ୍ତି । ପରଦାରେ ଖୁବ ଭଲ ଦେଖାଯାଉଛନ୍ତି ଏହି ଯୋଡି, ଯେଉଁମାନଙ୍କର କେମେଷ୍ଟ୍ରୀକୁ ଦର୍ଶକ […]

ରୋମାନ୍ସକୁ ନେଇ ଚର୍ଚ୍ଚା
Samaya Live Picture
Published On

ନିକଟରେ ରିଲିଜ୍‌ ହୋଇଥିବା ସନ୍‌ ଅଫ୍‌ ସର୍ଦାର-୨ର ଗୀତ ପେହେଲା ତୁ ଦୁଜା ତୁକୁ ନେଇ ଅନେକ ଚର୍ଚ୍ଚା ଦେଖିବାକୁ ମିଳିଛି । ସୋସିଆଲ ମିଡିଆରେ ଏହି ଗୀତକୁ ନେଇ ଅନେକ କ୍ରେଜ ଦେଖିବାକୁ ମିଳୁଛି । ସବୁଠାରୁ ଚର୍ଚ୍ଚା ସାଉଁଟୁଛି ମୃଣାଳ ଓ ଅଜୟ ଦେବଗନ୍‌ଙ୍କ ରୋମାନ୍ସ । ଏହି ଅନ୍‌ ସ୍କ୍ରିନ୍‌ ରୋମାନ୍ସକୁ ନେଇ ସମସ୍ତେ ଖୁବ ଉତ୍ସାହିତ ଅଛନ୍ତି । ପରଦାରେ ଖୁବ ଭଲ ଦେଖାଯାଉଛନ୍ତି ଏହି ଯୋଡି, ଯେଉଁମାନଙ୍କର କେମେଷ୍ଟ୍ରୀକୁ ଦର୍ଶକ ପସନ୍ଦ କରୁଛନ୍ତି । ଫିଲ୍ମରେ ମୃଣାଳ ଓ ଅଜୟଙ୍କୁ ଲିଡ୍‌ ରୋଲରେ ଦେଖିବାକୁ ମିଳୁଛି । ଏମାନଙ୍କ ଛଡା ଏହି ଫିଲ୍ମରେ ରବି କିଷାନ, ସଞ୍ଜୟ ମିଶ୍ର, ବିନ୍ଦୁ ଦାରା ସିଂ,ଚଙ୍କି ପାଣ୍ଡେ ପ୍ରମୁଖ ମଧ୍ୟ ନଜର ଆସିବେ । ଫିଲ୍ମଟିରେ ଅନେକ ବରିଷ୍ଠ କଳାକାର ଥିବାରୁ ଏହା ହିଟ୍‌ ହେବ ବୋଲି ଟିମ୍‌ ଆଶା ରଖିଛି । ସେହିଭଳି ଦର୍ଶକ ମଧ୍ୟ ଏହି ମଲଫିଷ୍ଟାର ଫିଲ୍ମ ଦେଖିବାକୁ ଉତ୍ସାହିତ ଥିବା ସୋସିଆଲ ମିଡିଆରୁ ଜଣା ପଡୁଛି । ଫିଲ୍ମଟି ଆସନ୍ତା ୨୫ ତାରିଖରେ ରିଲିଜ୍‌ ହେବା ନେଇ ଯୋଜନା ହୋଇଛି ।

Tags: