ରିପ୍ଲେସକୁ ନେଇ ଦ୍ବନ୍ଦ୍ବ
କଲ୍କି ୨୮୯୮ ଏଡି-ରୁ ଦୀପିକା ପାଦୁକୋନଙ୍କୁ ଆଲିଆ ଭଟ୍ଟ ରିପ୍ଲେସ କରିବା ନେଇ ଚାଲିଥିବା ଚର୍ଚ୍ଚା ଗୁଜବ ବୋଲି ଜଣାପଡିଛି । 'କଲ୍କି ୨୮୯୮ ଏଡି'ର ପାର୍ଟ-୨ରେ ଦୀପିକାଙ୍କ ସ୍ଥାନ ଆଲିଆ ନେବେ ବୋଲି ହେଉଥିବା ଦାବିକୁ ଫିଲ୍ମର ସ୍ପୋକ୍ସପର୍ସନ ଖଣ୍ଡନ କରିଛନ୍ତି । ହିନ୍ଦୁସ୍ତାନ ଟାଇମ୍ସ ସହ ବାର୍ତ୍ତାଳାପରେ ସେ ସ୍ପଷ୍ଟ କରିଛନ୍ତି ଯେ ସୋସିଆଲ ମିଡିଆର ଏକ ପୋଷ୍ଟକୁ ଆଧାର କରି ଏହି ଗୁଜବ ଆରମ୍ଭ ହୋଇଛି । ତେବେ ଆଲିଆଙ୍କ କାଷ୍ଟିଂ କିମ୍ବା ତାଙ୍କ ଦ୍ୱାରା ୫ ଦିନର ସୁଟିଂ ସରିବା ନେଇ କୌଣସି ଆଧିକାରିକ ସୂଚନା ନାହିଁ । ଉଲ୍ଲେଖଯୋଗ୍ୟ ଯେ, ଗତ ସେପ୍ଟେମ୍ବର ୨୦୨୫ରେ ମେକର୍ସ ଦୀପିକା ଏହି ସିକ୍ୱେଲର ଅଂଶ ହେବେ ନାହିଁ ବୋଲି ଜଣାଇଥିଲେ । ଯାହାର କାରଣ ମାଆ ହେବା ପରେ ଦୀପିକାଙ୍କ ୮ ଘଣ୍ଟିଆ ସିଫ୍ଟ୍ ଦାବି ବୋଲି କୁହାଯାଉଛି । ଯେଉଁଥିପାଇଁ ତାଙ୍କୁ 'କଲ୍କି' ସହ ସନ୍ଦୀପ ରେଡ୍ଡୀ ବାଙ୍ଗାଙ୍କ 'ସ୍ପିରିଟ୍'ରୁ ମଧ୍ୟ ବାଦ୍ ଦିଆଯାଇଛି ଓ ଏହାକୁ ନେଇ ଇଣ୍ଡଷ୍ଟ୍ରିରେ ବଡ଼ ବିତର୍କ ସୃଷ୍ଟି ହୋଇଛି । ଅପରପକ୍ଷେ, ଆଲିଆ ଭଟ୍ଟ, ଶର୍ବରୀ ୱାଘ ଏବଂ ବବି ଦେଓଲଙ୍କ ଅଭିନୀତ ତଥା ଶିବ ରୱୈଲଙ୍କ ନିର୍ଦ୍ଦେଶିତ ୱାଇଆରଏଫ୍ ସ୍ପାଇ ୟୁନିଭର୍ସର ପ୍ରଥମ ମହିଳା ପ୍ରଧାନ ଫିଲ୍ମ 'ଆଲ୍ଫା'ର ଟ୍ରେଲର୍ ଆଜି ରିଲିଜ୍ ହୋଇଛି । ଯେଉଁଥିରେ ହ୍ରିତିକ ରୋଶନଙ୍କ କ୍ୟାମିଓ ମଧ୍ୟ ରହିଛି। ତେବେ ଏହି ରିପ୍ଲେସକୁ ନେଇ ଏବେ ବି ଦ୍ବନ୍ଦ୍ବ ଲାଗିରହିଛି ।




