ରିଜେକ୍ଟ କରିଥିଲେ ତବୁ
ଫିଲ୍ମ ବାଗବାନ୍କୁ ନେଇ ବର୍ତ୍ତମାନ ଏକ ଷ୍ଟେଟମେଣ୍ଟ୍ ଭାଇରାଲ ହେବାରେ ଲାଗିଛି । ହେମାମାଳିନୀଙ୍କ ସ୍ଥାନରେ ମେକର୍ସ ତାଙ୍କୁ ଆପ୍ରୋଚ କରିଥିଲେ ବୋଲି ଫିଲ୍ମ ମେକର ରବି ଚୋପ୍ରାଙ୍କ ପନିୀ ପ୍ରଯୋଜକ ରେଣୁ ଚୋପ୍ରା ଖୁଲାସା କରିଛନ୍ତି । ଫିଲ୍ମର କାହାଣୀ ତବୁଙ୍କୁ ଖୁବ ପସନ୍ଦ ଆସିଥିଲେ ମଧ୍ୟ ସେ ଏହି ଚରିତ୍ର ପାଇଁ ମନା କରି ଦେଇଥିଲେ । ତାଙ୍କୁ ଫିଲ୍ମରେ ୪ଜଣ ପିଲାଙ୍କର ମା’ ଭୂମିକାରେ ଅଭିନୟ କରିବା ମଞ୍ଜୁର ନଥିଲା । ପ୍ରଥମରୁ […]
ଫିଲ୍ମ ବାଗବାନ୍କୁ ନେଇ ବର୍ତ୍ତମାନ ଏକ ଷ୍ଟେଟମେଣ୍ଟ୍ ଭାଇରାଲ ହେବାରେ ଲାଗିଛି । ହେମାମାଳିନୀଙ୍କ ସ୍ଥାନରେ ମେକର୍ସ ତାଙ୍କୁ ଆପ୍ରୋଚ କରିଥିଲେ ବୋଲି ଫିଲ୍ମ ମେକର ରବି ଚୋପ୍ରାଙ୍କ ପନିୀ ପ୍ରଯୋଜକ ରେଣୁ ଚୋପ୍ରା ଖୁଲାସା କରିଛନ୍ତି । ଫିଲ୍ମର କାହାଣୀ ତବୁଙ୍କୁ ଖୁବ ପସନ୍ଦ ଆସିଥିଲେ ମଧ୍ୟ ସେ ଏହି ଚରିତ୍ର ପାଇଁ ମନା କରି ଦେଇଥିଲେ । ତାଙ୍କୁ ଫିଲ୍ମରେ ୪ଜଣ ପିଲାଙ୍କର ମା’ ଭୂମିକାରେ ଅଭିନୟ କରିବା ମଞ୍ଜୁର ନଥିଲା । ପ୍ରଥମରୁ ମେକର୍ସ ତବୁଙ୍କୁ ଏହାର କାହାଣୀ ଶୁଣାଇଥିଲେ ଯାହା ତାଙ୍କୁ ଖୁବ ପସନ୍ଦ ଆସିଥିଲା । ଏପରିକ କାହଣୀ ଶୁଣି ତବୁ କାନ୍ଦିଥିଲେ ବୋଲି ରେଣୁ କହିଛନ୍ତି । ହେଲେ ନିଜର କ୍ୟାରିୟରକୁ ଆଖିରେ ରଖି ତବୁ ଏହି ଫିଲ୍ମକୁ ମନା କରିଥିଲେ । ତାଙ୍କର ଆଗକୁ ଆହୁରି କାମ କରିବାକୁ ଇଚ୍ଛା ରହିଛି ତେଣୁ ବର୍ତ୍ତମାନ ଏଭଳି ଚରିତ୍ର ପାଇଁ ସେ ରେଡି ନୁହନ୍ତି ବୋଲି ମତ ଦେଇଥିଲେ । ତେବେ ଏହି ଚରିତ୍ର ପାଇଁ ମନା କରିଥିବାରୁ ତାଙ୍କ ସମ୍ପର୍କୀୟ ତବୁଙ୍କୁ ବହୁତ ଗାଳି ଦେଇଥିଲେ । ଏଭଳି ଚରିତ୍ର କିଏ ହାତଛଡା କରେ ବୋଲି ସେ ମତ ଦେଇଥିଲେ । ସୂଚନା ଅନୁସାରେ ୨୦୦୩ରେ ବାଗବାନ୍ ରିଲିଜ୍ ହୋଇଥିଲା, ଯେଉଁଥିରେ ଅମିତାଭଙ୍କ ସହିତ ହେମାମାଳିନୀ ନଜର ଆସିଥିଲେ । ଏହା ବକ୍ସଅଫିସ୍ରେ ହିଟ ସାବ୍ୟସ୍ତ ହୋଇଥିଲା ।




