ରିଆଲିଟି ଶୋ ଟର୍ଣ୍ଣିଂ ପଏଣ୍ଟ
ଅନେକ ସେଲିବ୍ରିଟିମାନେ ରିଆଲିଟି ଶୋ କରିବାପରେ ସେମାନଙ୍କର କ୍ୟାରିୟରରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିଥାଏ । ଏହି ତାଲିକାରେ ଅନେକ ସେଲିବ୍ରିଟିଙ୍କର ନାଁ ସାମିଲ ରହିଥାଏ । ସେହି ତାଲିକାରେ ଏବେ ନିକଟରେ ଯୋଡି ହୋଇଛନ୍ତି ଆଉଜଣେ ସେଲିବ୍ରିଟି ଗୌରବ ଖନ୍ନା । ନିକଟରେ ହୋଇଥିବା ସେଲିବ୍ରିଟି ମାଷ୍ଟର ସେଫର ପ୍ରଥମ ସିଜିନ୍ର ବିଜେତା ହୋଇଛନ୍ତି ଗୌରବ । ପ୍ରଥମ ଏପିସୋଡରେ ଗୌରବଙ୍କ ପ୍ରଦର୍ଶନ ଏତେ ଭଲ ନଥିଲା ହେଲେ ସମସ୍ତଙ୍କୁ ଚକିତ କରି ସେ ଶେଷ […]
ଅନେକ ସେଲିବ୍ରିଟିମାନେ ରିଆଲିଟି ଶୋ କରିବାପରେ ସେମାନଙ୍କର କ୍ୟାରିୟରରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିଥାଏ । ଏହି ତାଲିକାରେ ଅନେକ ସେଲିବ୍ରିଟିଙ୍କର ନାଁ ସାମିଲ ରହିଥାଏ । ସେହି ତାଲିକାରେ ଏବେ ନିକଟରେ ଯୋଡି ହୋଇଛନ୍ତି ଆଉଜଣେ ସେଲିବ୍ରିଟି ଗୌରବ ଖନ୍ନା । ନିକଟରେ ହୋଇଥିବା ସେଲିବ୍ରିଟି ମାଷ୍ଟର ସେଫର ପ୍ରଥମ ସିଜିନ୍ର ବିଜେତା ହୋଇଛନ୍ତି ଗୌରବ । ପ୍ରଥମ ଏପିସୋଡରେ ଗୌରବଙ୍କ ପ୍ରଦର୍ଶନ ଏତେ ଭଲ ନଥିଲା ହେଲେ ସମସ୍ତଙ୍କୁ ଚକିତ କରି ସେ ଶେଷ ପର୍ଯ୍ୟନ୍ତ ରହିବା ସହିତ ବିଜେତା ହୋଇଥିଲେ । ଏହି ଶୋରେ ଟେଲିଭିଜନର ଅନେକ ବଡବଡ ସେଲିବ୍ରିଟି ଭାଗ ନେଇଥିଲେ, ଯେଉଁମାନଙ୍କୁ ପଛରେ ପକାଇ ବାଜି ମାରିଛନ୍ତି ସୌରଭ । ତେବେ ସୂଚନା ଅନୁସାରେ ସୌରଭଙ୍କର ଏହା ହେଉଛି ପ୍ରଥମ ରିଆଲିଟି ଶୋ’ ଯେଉଁଥିରେ ସେ ଭାଗନେବା ସହ ବିଜେତା ମଧ୍ୟ ହୋଇଛନ୍ତି । ଏହି ଶୋଟି ତାଙ୍କ କ୍ୟାରିୟରର ଟର୍ଣ୍ଣିଂ ପଏଣ୍ଟ ବୋଲି ସେ ମତ ଦେଇଛନ୍ତି । ଆଗକୁ ତାଙ୍କୁ ଏହି ଶୋରେ ଶିଖିଥିବା ବିଭିନ୍ନ କଥା ବେଶ୍ କାମରେ ଲାଗିବ ବୋଲି ସେ ବିଭିନ୍ନ ସାକ୍ଷାତକାରରେ ପ୍ରକଶ କରିଥିଲେ । ଟିଭି ଦୁନିଆର ଗୌରବ ହେଉଛନ୍ତି ଜଣେ ପରିଚିତ ଚେହେରା ଯିଏ ନିଜର ଅଭିନୟ ଜରିଆରେ ଦର୍ଶକଙ୍କ ମନରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି ।




