ରାଜକୁମାର ବନିବେ ଗାଙ୍ଗୁଲି

ରାଜକୁମାର ବନିବେ ଗାଙ୍ଗୁଲି
Ipsita Picture
By: Ipsita

 

ସମ୍ବନ୍ଧିତ ଖବର ହ୍ରିତିକଙ୍କୁ କରୁଥିଲେ ଇର୍ଷା

ଭାରତୀୟ କ୍ରିକେଟର ଜଣାଶୁଣା ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ବହୁ ପ୍ରତିକ୍ଷିତ ବାୟୋପିକକୁ ନେଇ ଏବେ ଏକ ବଡ଼ ଖବର ସାମ୍ନାକୁ ଆସିଛି, ଯେଉଁଥିରେ ଅଭିନେତା ରାଜକୁମାର ରାଓ ମୁଖ୍ୟ ଭୂମିକାରେ ନଜର ଆସିବେ। ନିର୍ଦ୍ଦେଶକ ବିକ୍ରମାଦିତ୍ୟ ମୋଟୱାନେ ଏବଂ ପ୍ରଯୋଜକ ଲଭ୍ ରଞ୍ଜନଙ୍କ ଏହି ମେଗା ପ୍ରୋଜେକ୍ଟର ଆସନ୍ତା ମାର୍ଚ୍ଚ ମାସରୁ ସୁଟିଂ ଆରମ୍ଭ ହେବାକୁ ଯାଉଥିବା ସୂଚନା ମିଳିଛି ।  ଏହାକୁ ଅଧିକ ରିଅଲ କରିବା ପାଇଁ ନିର୍ମାତାମାନେ ବିଶ୍ୱର ଦୁଇଟି ପ୍ରମୁଖ ଷ୍ଟାଡିୟମ୍ ଲର୍ଡସ’ (ଲଣ୍ଡନ) ଏବଂ ଇଡେନ ଗାର୍ଡେନ୍ସ’ (କୋଲକାତା)କୁ ବାଛିଛନ୍ତି। ସୂତ୍ର ଅନୁଯାୟୀ, ଗାଙ୍ଗୁଲିଙ୍କ କ୍ୟାରିୟରର ଐତିହାସିକ ମୁହୂର୍ତ୍ତଗୁଡ଼ିକୁ ପୁନର୍ବାର ଜୀବନ୍ତ କରିବା ପାଇଁ କୋଲକାତା, ମୁମ୍ବାଇ ଏବଂ ଲଣ୍ଡନର ପ୍ରକୃତ ସ୍ଥାନରେ ସୁଟିଂ କରିବାକୁ ଯୋଜନା କରାଯାଇଛି। ରାଜକୁମାର ରାଓ ମଧ୍ୟ ଏହି ଚରିତ୍ର ପାଇଁ ଖୁବ ପରିଶ୍ରମ କରୁଥିବା ଜଣାପଡିଛି । ସେ ସୌରଭ ଗାଙ୍ଗୁଲିଙ୍କ ବ୍ୟାଟିଂ ଶୈଳୀ ଓ ତାଙ୍କର ସ୍ୱତନ୍ତ୍ର ଅନ୍ଦାଜକୁ ଆପଣାଇବା ପାଇଁ ସେ କ୍ରିକେଟ ଶିଖୁଛନ୍ତି। ଏହି ଫିଲ୍ମଟି ଗାଙ୍ଗୁଲିଙ୍କ କ୍ରିକେଟ୍ ଦୁନିଆର ସଫଳତା ଓ ଭାରତୀୟ କ୍ରିକେଟ୍ ଉପରେ ତାଙ୍କର  ପ୍ରଭାବକୁ ନେଇ ନିର୍ମାଣ କରାଯିବ । ଫିଲ୍ମକୁ ନେଇ କ୍ରୀଡ଼ା ଓ ସିନେମା ପ୍ରେମୀଙ୍କ ମଧ୍ୟରେ  ଉତ୍ସାହ ଦେଖିବାକୁ ମିଳିଛି ।

ସମ୍ବନ୍ଧିତ ଖବର ୧୯ ବର୍ଷ ପରେ ଭାରତରେ

Tags:

Related Posts

ଧମକ ନା ଆଳ

ଧମକ ନା ଆଳ

ଷ୍ଟାଇଲିସ କ୍ରିତି

ଷ୍ଟାଇଲିସ କ୍ରିତି