ରାଜକୁମାରଙ୍କ ଆତ୍ମସମର୍ପଣ
ନିକଟରେ ରାଜକୁମାର ରାଓଙ୍କୁ କୋର୍ଟରେ ଆତ୍ମସମର୍ପଣ କରିବାକୁ ପଡିଛି । ଯାହାପରେ ତାଙ୍କୁ ତୁରନ୍ତ ଜାମିନ ମିଳିଥିଲେ ମଧ୍ୟ ଘଟଣାଟି ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି । ସୂଚନା ଅନୁସାରେ ୨୦୧୭ରେ ରିଲିଜ୍ ହୋଇଥିବା ଫିଲ୍ମ ବହନ ହୋଗି ତେରୀରେ ଧର୍ମୀୟ ଭାବନାକୁ ଆହତ ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ଏହି ସଂକ୍ରାନ୍ତରେ ଏକ ମାମଲା ରୁଜୁ ହୋଇଥିଲା । ଏହାପରେ ରାଜକୁମାର କୋର୍ଟରେ ଆତ୍ମସମର୍ପଣ କରିଥିବା ଖବର ସାମନାକୁ ଆସିଛି । ସେହିଭଳି ମାମଲାର […]
ନିକଟରେ ରାଜକୁମାର ରାଓଙ୍କୁ କୋର୍ଟରେ ଆତ୍ମସମର୍ପଣ କରିବାକୁ ପଡିଛି । ଯାହାପରେ ତାଙ୍କୁ ତୁରନ୍ତ ଜାମିନ ମିଳିଥିଲେ ମଧ୍ୟ ଘଟଣାଟି ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି । ସୂଚନା ଅନୁସାରେ ୨୦୧୭ରେ ରିଲିଜ୍ ହୋଇଥିବା ଫିଲ୍ମ ବହନ ହୋଗି ତେରୀରେ ଧର୍ମୀୟ ଭାବନାକୁ ଆହତ ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ଏହି ସଂକ୍ରାନ୍ତରେ ଏକ ମାମଲା ରୁଜୁ ହୋଇଥିଲା । ଏହାପରେ ରାଜକୁମାର କୋର୍ଟରେ ଆତ୍ମସମର୍ପଣ କରିଥିବା ଖବର ସାମନାକୁ ଆସିଛି । ସେହିଭଳି ମାମଲାର ଶୁଣାଣି ୩୦ ତାରିଖରେ ହେବ ବୋଲି ଜଣା ପଡିଛି । ଫିଲ୍ମ ଭଗବାନ ଶିବଙ୍କ ପ୍ରତି ଅନ୍ୟାୟ କରାଯାଇଥିବା ଜଣା ପଡ଼ିଛି । ଅଭିଯୋଗ ଆଧାରରେ ଫିଲ୍ମର ନିର୍ଦ୍ଦେଶକ ନିତିନ୍ କMଡ, ନିର୍ମାତା ଅମୁଲ ବିକାଶ ମୋହଲେ, ଅଭିନେତ୍ରୀ ଶ୍ରୁତି ହସନଙ୍କ ନାଁରେ ମାମଲା ରୁଜୁ ହୋଇଛି । ତେବେ ରାଜକୁମାର ପ୍ରଥମରୁ ମାମଲାରେ ଜାମିନ୍ ନେଇଥିଲେ କିନ୍ତୁ ପୂର୍ବ ଶୁଣାଣୀରେ ସେ ଉପସ୍ଥିତ ନରହିବାରୁ ତାଙ୍କ ନାଁରେ ଜାମିନ ବିହୀନ ଗିରଫଦାରୀ ଜାରି କରାଯାଇଥିଲା । ଯାହାପରେ ସେ କୋର୍ଟଙ୍କ ନିକଟରେ ଆତ୍ମସମର୍ପଣ କରିବାକୁ ପଡିଥିଲା ।




