ମୁଁ ବଞ୍ଚିଛି

ସିଙ୍ଘମ ଅଭିନେତ୍ରୀ କାଜଲ ଅଗ୍ରୱାଲ ନିଜେ ନିଜ ମୃତ୍ୟୁର ପର୍ଦ୍ଦାଫାଶ କରିଛନ୍ତି । ସୂଚନା ଅନୁସାରେ ସୋସିଆଲ ମିଡିଆରେ କିଛି ପୋଷ୍ଟରେ କାଜଲଙ୍କର ମୃତ୍ୟୁ ହୋଇଥିବାନେଇ ଦାବି ହୋଇଥିଲା । ଯାହାକୁ ନିଜେ କାଜଲ ସୋସିଆଲ ମିଡିଆରେ ପଢିଥିଲେ । ଯାହାପରେ ସେ ନିଜ ଫ୍ୟାନଙ୍କ ପାଇଁ ଏକ ପୋଷ୍ଟ କରିଥିଲେ, ଯେଉଁଥିରେ ସେ ସୁସ୍ଥ ଥିବା କଥା ପ୍ରକାଶ କରିଥିଲେ । କାଜଲ ନିଜ ପୋଷ୍ଟରେ ସେ ବଞ୍ଚିଥିବା କଥା ଲେଖିବା ସହିତ ଏଗୁଡିକ ସବୁ […]

ମୁଁ ବଞ୍ଚିଛି
Samaya Live Picture
Published On

ସିଙ୍ଘମ ଅଭିନେତ୍ରୀ କାଜଲ ଅଗ୍ରୱାଲ ନିଜେ ନିଜ ମୃତ୍ୟୁର ପର୍ଦ୍ଦାଫାଶ କରିଛନ୍ତି । ସୂଚନା ଅନୁସାରେ ସୋସିଆଲ ମିଡିଆରେ କିଛି ପୋଷ୍ଟରେ କାଜଲଙ୍କର ମୃତ୍ୟୁ ହୋଇଥିବାନେଇ ଦାବି ହୋଇଥିଲା । ଯାହାକୁ ନିଜେ କାଜଲ ସୋସିଆଲ ମିଡିଆରେ ପଢିଥିଲେ । ଯାହାପରେ ସେ ନିଜ ଫ୍ୟାନଙ୍କ ପାଇଁ ଏକ ପୋଷ୍ଟ କରିଥିଲେ, ଯେଉଁଥିରେ ସେ ସୁସ୍ଥ ଥିବା କଥା ପ୍ରକାଶ କରିଥିଲେ । କାଜଲ ନିଜ ପୋଷ୍ଟରେ ସେ ବଞ୍ଚିଥିବା କଥା ଲେଖିବା ସହିତ ଏଗୁଡିକ ସବୁ ଗୁଜବ ବୋଲି ସ୍ପଷ୍ଟ କରିଛନ୍ତି । ସେହିଭଳି ଏଭଳି କିଛି ଗୁଜବଠାରୁ ସବୁବେଳେ ଦୂରେଇ ରୁହନ୍ତୁ ବୋଲି ସେ ଫ୍ୟାନମାନଙ୍କୁ ପରାମର୍ଶ ଦେଇଥିଲେ । ଏହାସହିତ ଏଭଳି ମିଛକୁ ଭାଇରାଲ କରିଥିବା ଲୋକଙ୍କ ଉପରେ ବର୍ଷିଥିଲେ କାଜଲ । ସୂଚନା ଅନୁସାରେ ବର୍ତ୍ତମାନ କାଜଲ ମାଲଦ୍ବିପରେ ଛୁଟି କାଟୁଛନ୍ତି ।

Tags: