ମିଷ୍ଟର ବିରାନୀ
ନିକଟରେ ପରଦାକୁ ଫେରିଛି ନବେଦଶକର ପରିଚିତ ଧାରାବାହିକ କ୍ୟୁଁ କି ସାସ୍ ଭି କଭି ବୋହୁ ଥି । ଏଥିରେ ପପୁଲାର ଚରିତ୍ର ମିହିର ବିରାନୀରେ ଅଭିନୟ କରିଥିବା ଅମର ଉପାଧୟ ବର୍ତ୍ତମାନ ପୁଣି ଚର୍ଚ୍ଚାକୁ ଫେରିଛନ୍ତି । ନିଜର ନିଖୁଣ ଅଭିନୟ ପାଇଁ ଦର୍ଶକଙ୍କ ମନରେ ରାଜ କରୁଥିବା ଅମର ବର୍ତ୍ତମାନ ମିହିର ହୋଇ ପୁଣି ଦର୍ଶକଙ୍କ ମନୋରଞ୍ଜନ କରୁଛନ୍ତି । ନିକଟରେ ଏକତା କପୁରଙ୍କ ପରିଚିତ ଧାରାବାହିକ କ୍ୟୁଁ କି ସାସ୍ ଭି କଭି […]
ନିକଟରେ ପରଦାକୁ ଫେରିଛି ନବେଦଶକର ପରିଚିତ ଧାରାବାହିକ କ୍ୟୁଁ କି ସାସ୍ ଭି କଭି ବୋହୁ ଥି । ଏଥିରେ ପପୁଲାର ଚରିତ୍ର ମିହିର ବିରାନୀରେ ଅଭିନୟ କରିଥିବା ଅମର ଉପାଧୟ ବର୍ତ୍ତମାନ ପୁଣି ଚର୍ଚ୍ଚାକୁ ଫେରିଛନ୍ତି । ନିଜର ନିଖୁଣ ଅଭିନୟ ପାଇଁ ଦର୍ଶକଙ୍କ ମନରେ ରାଜ କରୁଥିବା ଅମର ବର୍ତ୍ତମାନ ମିହିର ହୋଇ ପୁଣି ଦର୍ଶକଙ୍କ ମନୋରଞ୍ଜନ କରୁଛନ୍ତି ।
ନିକଟରେ ଏକତା କପୁରଙ୍କ ପରିଚିତ ଧାରାବାହିକ କ୍ୟୁଁ କି ସାସ୍ ଭି କଭି ବୋହୁ ଥିର ଦ୍ବିତିୟ ଭାଗ ରିଲିଜ୍ ହୋଇଛି । ଏଥିରେ ଦର୍ଶକ ପୂର୍ବ ପରିଚିତ ଯୋଡି ମିହିର ଓ ତୁଳସୀଙ୍କୁ ଦେଖିବାକୁ ପାଉଛନ୍ତି । ମିହିର ଭାବେ ଅମର ଓ ତୁଳସୀ ଭାବେ ସ୍ମୃତି ଇରାନୀଙ୍କୁ ଦର୍ଶକ ଦେଖିବାକୁ ପାଉଛନ୍ତି । ୧୯୭୬ରେ ଜନ୍ମିତ ଅମର ୧୯୯୩ରୁ ଇଣ୍ଡଷ୍ଟ୍ରୀରେ ଆକ୍ଟିଭ ଅଛନ୍ତି । ପାଖାପାଖି ୩୦ ବର୍ଷ ଧରି ସେ ନିରନ୍ତର ଦର୍ଶକଙ୍କ ମନୋରଞ୍ଜନ କରିଆସୁଥିବା ଦେଖିବାକୁ ମିଳିଛି । ସମସ୍ତେ ତାଙ୍କ ନିଖୁଣ ଅଭିନୟ ପାଇଁ ତାଙ୍କୁ ଖୁବ ପସନ୍ଦ କରୁଛନ୍ତି । ଗୁଜୁରାଟରେ ଜନ୍ମିତ ଅମରଙ୍କର ପିଲାଦିନ କଟିଥିଲା ମୁମ୍ବାଇରେ । ଏହାପରେ ନିଜର ପାଠ ପଢା ସରିବା ପରେ ସେ ପୁନେ ଫିଲ୍ମ ଆଣ୍ଡ ଟେଲିଭିଜନ କଲେଜରେ ଶିକ୍ଷା ସମାପ୍ତ କରିଥିଲେ । ଏହାପରେ ଇଣ୍ଡଷ୍ଟ୍ରୀରେ କାମ କରିବା ଆରମ୍ଭ କରିଥିଲେ । ୧୯୯୩ରେ ତାଙ୍କର ଏକ ଫଟୋ ମାଗାଜିନରୁ ଦେଖି ଅଭିନେତ୍ରୀ ଜୟା ବଚ୍ଚନ ତାଙ୍କୁ ଟିଭି ସିରିଜ୍ ଦେଖ ଭାଇ ଦେଖ ଅଫର କରିଥିଲେ । ଏହାପରେ ଆଉ ପଛକୁ ଫେରି ନାହାନ୍ତି ଅମର । ଏହାପରେ ଅନେକ ଟିଭି ସିରିଏଲ ଯେପରି ଆରଜୁ, ସୁହାନା ସଫର, ତୁଲସୀ ଭଳି ଘାରା ବାହିକରେ କାମ କରିଥିଲେ । ଏହାପରେ ୨୦୦୦ ମସିହାରେ ତାଙ୍କର ଧାରାବାହିକ କ୍ୟୁଁ କି ସାସ୍ ଭି କଭି ବୋହୁ ଥି ଟିଭିରେ ଆସିଥିଲା । ଏଥିରେ ସେ ସ୍ମୃତି ଇରାନୀଙ୍କର ସ୍ବାମୀ ଭୂମିକାରେ ଅଭିନୟ କରିଥିଲେ । ଏହି ଧାରାବାହିକ ତାଙ୍କୁ ଏକ ସ୍ବତନ୍ତ୍ର ପରିଚୟ ଦେଇଥିଲା । ଘରେ ଘରେ ଲୋକତାଙ୍କୁ ମିହିର ବିରାନୀ ନାମରେ ଜାଣିବା ଆରମ୍ଭ କରିଥିଲେ । ତାଙ୍କ ନିଖୁଣ ଅଭିନୟ ଦର୍ଶକଙ୍କୁ ଖୁବ ପସନ୍ଦ ଆସିଥିଲା । କେବଳ ଟିଭି ଧରାବାହିକ ନୁହେଁ ଏହାପରେ ୧୯୯୮ରେ ସେ ଫିଲ୍ମ ଡେବ୍ୟୁ ମଧ୍ୟ କରିଥିଲେ । ତାଙ୍କୁ ଫିଲ୍ମ ଢୁଣ୍ଡତେ ରେହେ ଯାଓଗେରେ ଦେଖିବାକୁ ମିଳିଥିଲା । ଏହାପରେ ସେନ୍ସର, ଧୁନ୍ଦ, ଏଲ୍ଓସି କାର୍ଗିଲ, ଧର୍ମ ବୀର, ହମ୍ ବାହୁବଲୀ, ଏ ରିସ୍ତା ଅନମୋଲ ବା, ଓଭର ଟାଇମ ଭଳି ଫିଲ୍ମରେ ସେ ଅଭିନୟ କରି ସେ ଦର୍ଶକଙ୍କ ମନୋରଞ୍ଜନ କରିଥିଲେ । ଶେଷଥର ପାଇଁ ତାଙ୍କୁ ଭୁଲ ଭୁଲେୟାଁ ୨ରେ ଦେଖିବାକୁ ମିଳିଥିଲା । ବଡ ପରଦାରେ ଅଭିନୟ କରିବା ସହିତ ସେ ଛୋଟ ପରଦାରେ ମଧ୍ୟ ନିଜର ଅଭିନୟ ଜାରି ରଖିଥିଲେ । ଛୋଟ ପରଦା ପ୍ରତି ତାଙ୍କର ଥିବା ଭଲ ପାଇବା ସବୁବେଳେ ଦେଖିବାକୁ ମିଳିଥାଏ । ସେ ବଡ ପରଦାରେ ଅଭିନୟ କରି ମଧ୍ୟ ଛୋଟ ପରଦା ବା ଧାରାବାହିକ ଦୁନିଆକୁ କେବେ ବି ଭୁଲି ନଥିଲେ । ସେ ସବୁବେଳେ ଉଭୟକୁ ସମାନ ଭାବରେ ଦେଖନ୍ତି ବୋଲି ଅନେକ ସାକ୍ଷାତକାରରେ ମତ ଦେଇଛନ୍ତି ।




