ମନେପଡେ ,, ୫୦ ହଜାର ହୋଇଥିଲା ମୂଲ୍ୟ ଧାର୍ଯ୍ୟ
ଶକ୍ତିମାନର ଖଲୀବଲୀ କ୍ୟାରେକଫର ସମସ୍ତଙ୍କର ଅତିପ୍ରିୟ । ଏବେ ମଧ୍ୟ ଦର୍ଶକ ଏହି କ୍ୟାରେକଫରକୁ ମନେ ପକାଇଥାଆନ୍ତି । ତେବେ ଏହି କ୍ୟାରେକଫର ପଛରେ ଲୁଚି ରହିଛି ଅନେକ ସଂର୍ଘଷ କାହାଣୀ । ଏହି କାହାଣୀ ହେଲା ଏହି କ୍ୟାରେକଫରରେ ଅଭିନୟ କରିଥିବା କେକେ ଗୋସ୍ୱାମୀଙ୍କର । କେକେ ହିନ୍ଦୀ ସହିତ ଭୋଜପୁରୀ ଓ ଗୁଜୁରାଟୀ ସିନେମାରେ ମଧ୍ୟ ନଜର ଆସିଛନ୍ତି । ଟିଭି ସିରିଏଲରେ ତାଙ୍କ କାମକୁ ଦର୍ଶକ ଖୁବ ଭଲପାଇବା ଦେଇଥାଆନ୍ତି । ବିହାରରୁ […]
ଶକ୍ତିମାନର ଖଲୀବଲୀ କ୍ୟାରେକଫର ସମସ୍ତଙ୍କର ଅତିପ୍ରିୟ । ଏବେ ମଧ୍ୟ ଦର୍ଶକ ଏହି କ୍ୟାରେକଫରକୁ ମନେ ପକାଇଥାଆନ୍ତି । ତେବେ ଏହି କ୍ୟାରେକଫର ପଛରେ ଲୁଚି ରହିଛି ଅନେକ ସଂର୍ଘଷ କାହାଣୀ । ଏହି କାହାଣୀ ହେଲା ଏହି କ୍ୟାରେକଫରରେ ଅଭିନୟ କରିଥିବା କେକେ ଗୋସ୍ୱାମୀଙ୍କର । କେକେ ହିନ୍ଦୀ ସହିତ ଭୋଜପୁରୀ ଓ ଗୁଜୁରାଟୀ ସିନେମାରେ ମଧ୍ୟ ନଜର ଆସିଛନ୍ତି । ଟିଭି ସିରିଏଲରେ ତାଙ୍କ କାମକୁ ଦର୍ଶକ ଖୁବ ଭଲପାଇବା ଦେଇଥାଆନ୍ତି । ବିହାରରୁ ମୁମ୍ବାଇ ପର୍ଯ୍ୟନ୍ତ ଯାତ୍ରା ଏତେ ସହଜ ନଥିଲା କେକେଙ୍କ ପାଇଁ । ନିଜର ଉଚ୍ଚତା ପାଇଁ ଅନେକ କଷ୍ଟ ସହିଛନ୍ତି କେକେ । କମ ଉଚ୍ଚତା ଥିବାରୁ ତାଙ୍କୁ ସର୍କସରେ ୫୦ ହଜାର ଟଙ୍କାରେ କିଣିବାକୁ ଅନେକ ସର୍କସ ପରିବାରକୁ ଯୋଗାଯୋଗ କରିଥିଲେ । ହେଲେ ତାଙ୍କ ପରିବାର ତାଙ୍କୁ ପୂର୍ଣ୍ଣ ସମର୍ଥନ କରିଥିଲେ । ତେବେ ସିନେମା ଲାଇନ୍ରେ ମଧ୍ୟ ତାଙ୍କୁ ନିଜର ଉଚ୍ଚତା ପାଇଁ ଅନେକ ପରିଶ୍ରମ କରିବାକୁ ପଡିଥିଲା । ମାତ୍ର ଦଶମ ପର୍ଯ୍ୟନ୍ତ ପାଠ ପଢିଥିବା କେକେ ନିଜର ସ୍ୱପ୍ନକୁ ପୂରଣ କରିବା ପାଇଁ ସାହସର ସହିତ ଫିଲ୍ମ ଦୁନିଆରେ ପାଦ ଦେଇଥିଲେ । ହେଲେ କ୍ୟାରିୟରର ଆରମ୍ଭ ବେଶ ସଙ୍ଘର୍ଷପୂର୍ଣ୍ଣ ଥିଲା । ଅଭିନୟ କରିବା ଆଗରୁ ଉଚ୍ଚତା ପାଇଁ କେଉଁଠି ଚାକିରି ନ ମିଳିବାରୁ ପ୍ରଥମେ ଫଟୋଗ୍ରାଫୀ ଦୋକାନ କରି ଚଳିଥିଲେ । ପରେ ମୁମ୍ବାଇ ଆସି ଅନେକ ଅଡିସନ ଦେବାପରେ ଶକ୍ତିମାନ ଶୋ’ରେ ରୋଲ ମିଳିଥିଲା, ଯେଉଁଥି ପାଇଁ ତାଙ୍କ ଉଚ୍ଚତା ସହାୟକ ହୋଇଥିଲା । ଏହାପରେ ଅନେକ ସଫଳତା ପାଇଛନ୍ତି କେକେ ଗୋସ୍ୱାମୀ । ସେ ଆଜି ନିଜର ପରିଶ୍ରମ ବଳରେ ଜଣେ ପରିଚିତ କଳାକାର ଭାବେ ନିଜର ସ୍ୱତନ୍ତ୍ର ସ୍ଥାନ ତିଆରି କରିପାରିଛନ୍ତି ।




