ମନେପଡୁଛନ୍ତି ସନ୍ତାନ

ମନେପଡୁଛନ୍ତି ସନ୍ତାନ
Ipsita Picture
By: Ipsita
Published On

 

ଅଭିନେତ୍ରୀ ସେଲିନା ଜେଟଲୀଙ୍କ ପାଇଁ ଗତ କିଛି ମାସ ଅତି ଯନ୍ତ୍ରଣାଦାୟକ ରହିଥିବାବେଳେ ବର୍ତ୍ତମାନ ସେ ନିଜର ତିନି ସନ୍ତାନଙ୍କୁ ଭେଟିବା ପାଇଁ ସଂଘର୍ଷ କରୁଥିବା ଜଣାପଡ଼ିଛି । ନିଜର ଛାଡ଼ପତ୍ର ଶୁଣାଣି ପାଇଁ ଅଷ୍ଟ୍ରିଆରେ ଥିବା ସେଲିନା ସୋସିଆଲ ମିଡିଆରେ ଏକ  ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ସେ ନିଜର ସ୍ୱର୍ଗତ ପୁତ୍ର ଶମସେରଙ୍କ କବର ନିକଟରେ କାନ୍ଦୁଥିବାର ଦେଖିବାକୁ ମିଳିଛି । ସେଲିନା ଅଭିଯୋଗ କରିଛନ୍ତି ଯେ କୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ତାଙ୍କର ଅନ୍ୟ ତିନି ପିଲାଙ୍କୁ ଏକ ଗୁପ୍ତ ସ୍ଥାନକୁ ନିଆଯାଇଛି ଏବଂ ସେମାନଙ୍କୁ ଭେଟିବାକୁ ଦିଆଯାଉ ନାହିଁ । ଏଥିସହ ସେ ଦୁଃଖର ସହ ପ୍ରକାଶ କରିଛନ୍ତି ଯେ ତାଙ୍କର ସମ୍ପତ୍ତି ହଡ଼ପ କରିବା ଉଦ୍ଦେଶ୍ୟରେ ପିଲାମାନଙ୍କୁ ତାଙ୍କ ବିରୋଧରେ ମତାଯାଉଛି । ଏହି ଦୁର୍ଦ୍ଦିନ ସମୟରେ ଜଣେ ମା’ ଭାବେ ନିଜର କଷ୍ଟକୁ ସମଗ୍ର ବିଶ୍ୱ ଆଗରେ ଉପସ୍ଥାପନ କରିବା ପାଇଁ ସେ ଏହି ଭିଡିଓ ପୋଷ୍ଟ କରିଥିବା କହିଛନ୍ତି ।

Tags: