ଭୂମିଙ୍କ ନୂଆ ସିରିଜ
ନିକଟରେ ଭୂମି ପେଡେନକରଙ୍କର ନୂଆ ସିରିଜ ଦଲଦଲ ରିଲିଜ ହୋଇଛି । ଏଥିରେ ଭୂମିଙ୍କୁ ଜଣେ ପୋଲିସ ଭୂମିକାରେ ଦେଖିବାକୁ ମିଳିଛି । ସେହିଭଳି ଏହି ସିରିଜର କାହାଣୀ ଭୂମିଙ୍କ ବାସ୍ତବ ଜୀବନ ସହିତ ଖୁବ ଅନେକ ସାମଞ୍ଜସ୍ୟ ରହିଛିବୋଲି ନିକଟରେ ସେ ଏକ ସାକ୍ଷାତକାରରେ ପ୍ରକାଶ କରିଛନ୍ତି । ଏହି ସିରିଜରେ ଏକ ମାନସିକ ଅଶାନ୍ତି ସମ୍ପର୍କରେ ନିଖୁଣ ଭାବେ ବର୍ଣ୍ଣନା କରାଯାଇଛି । ସମସ୍ତଙ୍କର ପିଲାଦିନର କିଛି ନା କିଛି ଅନୁଭୂତି ରହିଥାଏ, ଯାହା ଜୀବନସାରା ଟ୍ରମାର ରୂପ ନେଇଥାଏ । ସେହିଭଳି ଝିଅ ମାନଙ୍କୁ ସବୁବେଳେ କିଛି ଖରାପ ପରିସ୍ଥିତି ଦେଇ ଯିବାକୁ ହୋଇଥାଏ । ବିଭିନ୍ନ ସ୍ଥାନରେ ସେମାନଙ୍କୁ ଖରାପ ଢଙ୍ଗରେ ଖରାପ ଉପାୟରେ ଅସଦ ବ୍ୟବହାର କରାଯାଇଥାଏ । ତେଣୁ ଭୂମିଙ୍କ ଜୀବନରେ ମଧ୍ୟ ଏଭଳି ଅନେକ ଘଟଣା ଘଟିଛି ବୋଲି ଭୂମି ପ୍ରକାଶ କରିଛନ୍ତି । ସିରିଜରେ ନିଜର ଦମଦାର ଅଭିନୟ ପାଇଁ ଖୁବ ପ୍ରଂଶସା ସାଉଁଟୁଛନ୍ତି ଭୂମି । ପ୍ରଥମେ ସେ ୩ ରୁ ୪ ମାସ ଏହି ଚରିତ୍ରକୁ ବୁଝିବାରେ ଲଗାଇଥିଲେ, ଏହି ଚରିତ୍ରରେ ଅଭିନୟ କରିବାପାଇଁ ସେ ଅନେକ ପୋଲିସ ଅଫିସରଙ୍କୁ ସାକ୍ଷାତ ମଧ୍ୟ କରିଥିଲେ । ସେ ଏହି ସିରିଜରେ ଅଭିନୟକୁ ନିଖୁଣ କରିବାକୁ ଅନେକ ପରିଶ୍ରମ କରିଥିବା ପ୍ରକାଶ କରିଛନ୍ତି ।



