ଭୁଲିବା ସହଜ ନୁହେଁ

ନିକଟରେ ଅଭିନେତ୍ରୀ ଜସମିନ୍ ଭସିନ୍ କାଷ୍ଟିଂ କାଉଚକୁ ନେଇ ନିଜ ଅନୁଭୂତି ପ୍ରକାଶ କରିଛନ୍ତି । କ୍ୟାରିୟର ଆରମ୍ଭରୁ ତାଙ୍କୁ ଏହାର ସାମନା କରିବାକୁ ପଡିଥିବା ସେ ପ୍ରକାଶ କରିଛନ୍ତି । ଅଡିସନ ଦେବା ସମୟରେ ଜଣେ ନିର୍ଦ୍ଦେଶକ ତାଙ୍କୁ ହୋଟେଲକୁ ବୈଠକ ପାଇଁ ଡାକିଥିଲେ । ହେଲେ ସେଠାରେ ତାଙ୍କ ସହିତ ସେଠାରେ ସମ୍ପୃକ୍ତ ନିର୍ଦ୍ଦେଶକ ଦୁର୍ବବ୍ୟହାର କରିଥିବା ଜସମିନ ପ୍ରକାଶ କରିଛନ୍ତି । ତାହା ଖୁବ ଘୃଣ୍ୟ ଅନୁଭୂତିଥିଲା ଯାହାକୁ ସେ ଜୀବନରେ କେବେ […]

ଭୁଲିବା ସହଜ ନୁହେଁ
Samaya Live Picture
Published On

ନିକଟରେ ଅଭିନେତ୍ରୀ ଜସମିନ୍ ଭସିନ୍ କାଷ୍ଟିଂ କାଉଚକୁ ନେଇ ନିଜ ଅନୁଭୂତି ପ୍ରକାଶ କରିଛନ୍ତି । କ୍ୟାରିୟର ଆରମ୍ଭରୁ ତାଙ୍କୁ ଏହାର ସାମନା କରିବାକୁ ପଡିଥିବା ସେ ପ୍ରକାଶ କରିଛନ୍ତି । ଅଡିସନ ଦେବା ସମୟରେ ଜଣେ ନିର୍ଦ୍ଦେଶକ ତାଙ୍କୁ ହୋଟେଲକୁ ବୈଠକ ପାଇଁ ଡାକିଥିଲେ । ହେଲେ ସେଠାରେ ତାଙ୍କ ସହିତ ସେଠାରେ ସମ୍ପୃକ୍ତ ନିର୍ଦ୍ଦେଶକ ଦୁର୍ବବ୍ୟହାର କରିଥିବା ଜସମିନ ପ୍ରକାଶ କରିଛନ୍ତି । ତାହା ଖୁବ ଘୃଣ୍ୟ ଅନୁଭୂତିଥିଲା ଯାହାକୁ ସେ ଜୀବନରେ କେବେ ବି ଭୁଲିବେନି । ସେ ନିଜର ଉପସ୍ଥିତ ବୁଦ୍ଧି ଲଗାଇ ଖୁବ କଷ୍ଟରେ ସେଠୁ ବାହାରକୁ ଆସିଥିଲେ । ସେହିଭଳି ଆଜି ବି ଇଣ୍ଡଷ୍ଟ୍ରୀରେ ଏହା ହେଉଥିବା ଜସମିନ ପ୍ରକାଶ କରିଛନ୍ତି । ସେହିଭଳି ସେହି ଘଟଣା ପରେ ଜସମିନ୍ କେବେ ବି କୌଣସି ମିଟିଂ ପାଇଁ ହୋଟେଲକୁ ଯାଆନ୍ତି ନାହିଁ । ଯାହା ବି ବୈଠକ ଥାଏ ସେ ସବୁକୁ ଅଫିସରେ ହିଁ କରନ୍ତି । ଜସମିନ୍ ବିଗବସ୍ ୧୩ରେ ନଜର ଆସିବାପରେ ଖୁବ ପପୁଲାରଟି ପାଇଥିଲେ । ଏହା ପୂର୍ବରୁ ତାଙ୍କୁ ଅନେକ ଟେଲି ଧାରାବାହିକରେ ଦେଖିବାକୁ ମଧ୍ୟ ମିଳିଥିଲା, ଯେଉଁଥିରେ ତାଙ୍କ ଅଭିନୟ ପାଇଁ ଦର୍ଶକ ତାଙ୍କୁ ଖୁବ ଭଲପାଇବା ଦେଇଥିଲେ ।

Tags: