ଭାବୁକ ହେଲେ ମନୀଷା

ନେପାଳ ସୋସିଆଲ ମିଡିଆରେ ବ୍ୟାନ ହେବାପରେ ଦେଖିବାକୁ ମିଳିଥିବା ବିରୋଧ ଓ ହିଂସା ସମସ୍ତଙ୍କୁ ସ୍ତବ୍ଧ କରିଛି । ସମସ୍ତେ ସୋସିଆଲ ମିଡିଆରେ ଏହାର ନିନ୍ଦା କରୁଥିବା ଦେଖିବାକୁ ମିଳିଛି । ଏହି ହିଂସାରେ ରିପୋର୍ଟ ଅନୁସାରେ ୧୯ଜଣ ପ୍ରାଣ ହରାଇଥିବା ଜଣା ପଡିଛି । ତେବେ ଏହି ଘଟଣାରେ ଦୁଃଖ ଅନୁଭବ କରିଛନ୍ତି ବଲିଉଡ ଅଭିନେତ୍ରୀ ମନିଷା କୋଇରାଲା । ନେପାଳ ସହିତ ମନୀଷାଙ୍କର ସମ୍ପର୍କ ଢେର ପୁରୁଣା । ଏହି ହିଂସା ଭରା ଦିନକୁ […]

ଭାବୁକ ହେଲେ ମନୀଷା
Samaya Live Picture
Published On

ନେପାଳ ସୋସିଆଲ ମିଡିଆରେ ବ୍ୟାନ ହେବାପରେ ଦେଖିବାକୁ ମିଳିଥିବା ବିରୋଧ ଓ ହିଂସା ସମସ୍ତଙ୍କୁ ସ୍ତବ୍ଧ କରିଛି । ସମସ୍ତେ ସୋସିଆଲ ମିଡିଆରେ ଏହାର ନିନ୍ଦା କରୁଥିବା ଦେଖିବାକୁ ମିଳିଛି । ଏହି ହିଂସାରେ ରିପୋର୍ଟ ଅନୁସାରେ ୧୯ଜଣ ପ୍ରାଣ ହରାଇଥିବା ଜଣା ପଡିଛି । ତେବେ ଏହି ଘଟଣାରେ ଦୁଃଖ ଅନୁଭବ କରିଛନ୍ତି ବଲିଉଡ ଅଭିନେତ୍ରୀ ମନିଷା କୋଇରାଲା । ନେପାଳ ସହିତ ମନୀଷାଙ୍କର ସମ୍ପର୍କ ଢେର ପୁରୁଣା । ଏହି ହିଂସା ଭରା ଦିନକୁ ମନୀଷା ବ୍ଲାକ୍‌ ଡେ ବୋଲି ସମ୍ଭୋଧନ କରିଛନ୍ତି । ନିଜ ସୋସିଆଲ ମିଡିଆରେ ରକ୍ତ ଭିଜା ଏକ ଜୋତାର ଫଟୋ ପୋଷ୍ଟ କରି ମନୀଷା ନିଜ ମନକଥା ଲେଖିଛନ୍ତି । ନେପାଳରେ ବର୍ତ୍ତମାନ ସାଧାରଣ ଲୋକଙ୍କ ଦାବିର ଉତ୍ତର ବନ୍ଧୁକ ଗୁଳିରେ ଦିଆଯାଉଛି, ଯାହା ତାଙ୍କୁ ମର୍ମାହତ କରିଛି । ସୂଚନା ଅନୁସାରେ ମନୀଷାଙ୍କ ଜନ୍ମ ନେପାଳରେ ହୋଇଥିଲା । ସେହିଭଳି ସେ ନିଜ କ୍ୟାରିୟର ଆରମ୍ଭ ମଧ୍ୟ ନେପାଳରୁ ହିଁ କରିଥିଲେ । ତେଣୁ ତାଙ୍କର ନେପାଳ ସହିତ ଖୁବ ଭଲ ମାନସିକ ସମ୍ପର୍କ ରହିଛି ।

Tags: