ଭାବପ୍ରବଣ ହେଲେ ଶାହରୁଖ
ନିକଟରେ ଘୋଷଣା ହୋଇଥିବା ଜାତୀୟ ଫିଲ୍ମ ପୁରସ୍କାରରେ ଶାହରୁଖ ଖାନଙ୍କ ଫିଲ୍ମ ଜବାନ । ପ୍ରଥମଥର ପାଇଁ ନ୍ୟାସନାଲ ଆଓ୍ୱାର୍ଡ ପାଇ ଖୁବ ଖୁସି ଅଛନ୍ତି କିଙ୍ଗଖାନ୍ । ଏହି ପୁରସ୍କାର ତାଙ୍କୁ ଭାବପ୍ରବଣ କରିଛି, ଯାହାର ଫଟୋ ଓ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ସେ ପୁରସ୍କାର ଶ୍ରେୟ ନିଜ ଫିଲ୍ମ ନିର୍ଦ୍ଦେଶକ, ଟିମ୍, ଦର୍ଶକ ଓ ପରିବାର ସାଙ୍ଗସାଥୀଙ୍କୁ ଦେଇଛନ୍ତି । ସମସ୍ତଙ୍କ ଭଲପାଇବା ଓ ସହଯୋଗ […]
ନିକଟରେ ଘୋଷଣା ହୋଇଥିବା ଜାତୀୟ ଫିଲ୍ମ ପୁରସ୍କାରରେ ଶାହରୁଖ ଖାନଙ୍କ ଫିଲ୍ମ ଜବାନ । ପ୍ରଥମଥର ପାଇଁ ନ୍ୟାସନାଲ ଆଓ୍ୱାର୍ଡ ପାଇ ଖୁବ ଖୁସି ଅଛନ୍ତି କିଙ୍ଗଖାନ୍ । ଏହି ପୁରସ୍କାର ତାଙ୍କୁ ଭାବପ୍ରବଣ କରିଛି, ଯାହାର ଫଟୋ ଓ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ସେ ପୁରସ୍କାର ଶ୍ରେୟ ନିଜ ଫିଲ୍ମ ନିର୍ଦ୍ଦେଶକ, ଟିମ୍, ଦର୍ଶକ ଓ ପରିବାର ସାଙ୍ଗସାଥୀଙ୍କୁ ଦେଇଛନ୍ତି । ସମସ୍ତଙ୍କ ଭଲପାଇବା ଓ ସହଯୋଗ ପାଇଁ ସେ ଆଜି ଏହି ପୁରସ୍କାର ପାଇବାରେ ସକ୍ଷମ ହୋଇଛନ୍ତି । ଏହା ତାଙ୍କ ଜୀବନର ଏକ ଅମୂଲ୍ୟ ଉପଲବ୍ଧି ବୋଲି ସେ ମତ ଦେଇଛନ୍ତି । ନିଜ ଇନ୍ଷ୍ଟାଗ୍ରାମରେ ଏକ ଭିଡିଓ ଅପଲୋଡ କରି ସେ ଏ ବିଷୟରେ ମତ ଦେଇଛନ୍ତି । ସେ ଏହି ପୁରସ୍କାର ପାଇବା ପରେ ସମସ୍ତଙ୍କ ନିକଟରେ କୃତଜ୍ଞତା ପ୍ରକାଶ କରିଛନ୍ତି । ସେହିଭଳି ଜବାନ୍ରେ କାମ କରିବାକୁ ସୁଯୋଗ ଦେଇଥିବାରୁ ନିର୍ଦ୍ଦେଶକ ଅଟଲି କୁମାରଙ୍କୁ ଖୁବ ଧନ୍ୟବାଦ ଦେଇଛନ୍ତି କିଙ୍ଗଖାନ୍ । ଏହି ପୁରସ୍କାର ତାଙ୍କୁ ଆଗକୁ ଆହୁରି ଭଲ ପ୍ରୋଜେକଫରେ କାମ କରିବାକୁ ପ୍ରବର୍ତ୍ତାଇବ ବୋଲି ସେ ପ୍ରକାଶ କରିଛନ୍ତି । ଜାତୀୟ ପୁରସ୍କାର ତାଲିକାରେ ଶାହରୁଖ ଖାନ୍ଙ୍କ ବ୍ୟତିତ ବିକ୍ରାନ୍ତ ମେସି ( ଟୁଏଲ୍ଥ ଫେଲ)ଙ୍କ ନାଁ ସାମିଲ ରହିଛି । ଏହାସହ ଓଡ଼ିଆ ଫିଲ୍ମ ପୁସ୍କରା ନାଁ ମଧ୍ୟ ସେଥିରେ ସାମିଲ ଅଛି ।




