ବୟସ ବ୍ୟବଧାନକୁ ନେଇ ଚର୍ଚ୍ଚା

ଖୁବଶୀଘ୍ର ପରଦାକୁ ଆସିବାକୁ ଯାଉଛି ଫିଲ୍ମ ପରମ ସୁନ୍ଦରୀ । ଏଥିରେ ଦର୍ଶକ ସିଧାର୍ଥ ମଲହୋତ୍ରା ଓ ଜହ୍ନବୀ କପୁରଙ୍କୁ ସ୍କ୍ରିନରେ ଦେଖିବାକୁ ପାଇବେ । ଫିଲ୍ମଟି ଅଗଷ୍ଟ ୨୯ରେ ରିଲିଜ୍ ଅପେକ୍ଷାରେ ଥିବାବେଳେ ଏହାକୁ ନେଇ ଟ୍ରୋଲିଂ ମୁଣ୍ଡ ଟେକିଛି । ଫିଲ୍ମରେ ହିରୋ ହିରୋଇନ୍ ବୟସ ବ୍ୟବଧାନକୁ ନେଇ ଟ୍ରୋଲରଙ୍କ ଟାର୍ଗେଟ ପାଲଟିଛି । ସିଧାର୍ଥ ଜାହ୍ନବୀଙ୍କ ଠାରୁ ଖୁବ ଅଧିକ ବଡ ବୋଲି ସେମାନେ ସମାଲୋଚନା କରିବା ଆରମ୍ଭ କରିଛନ୍ତି । ତେବେ […]

ବୟସ ବ୍ୟବଧାନକୁ ନେଇ ଚର୍ଚ୍ଚା
Samaya Live Picture
Published On

ଖୁବଶୀଘ୍ର ପରଦାକୁ ଆସିବାକୁ ଯାଉଛି ଫିଲ୍ମ ପରମ ସୁନ୍ଦରୀ । ଏଥିରେ ଦର୍ଶକ ସିଧାର୍ଥ ମଲହୋତ୍ରା ଓ ଜହ୍ନବୀ କପୁରଙ୍କୁ ସ୍କ୍ରିନରେ ଦେଖିବାକୁ ପାଇବେ । ଫିଲ୍ମଟି ଅଗଷ୍ଟ ୨୯ରେ ରିଲିଜ୍ ଅପେକ୍ଷାରେ ଥିବାବେଳେ ଏହାକୁ ନେଇ ଟ୍ରୋଲିଂ ମୁଣ୍ଡ ଟେକିଛି । ଫିଲ୍ମରେ ହିରୋ ହିରୋଇନ୍ ବୟସ ବ୍ୟବଧାନକୁ ନେଇ ଟ୍ରୋଲରଙ୍କ ଟାର୍ଗେଟ ପାଲଟିଛି । ସିଧାର୍ଥ ଜାହ୍ନବୀଙ୍କ ଠାରୁ ଖୁବ ଅଧିକ ବଡ ବୋଲି ସେମାନେ ସମାଲୋଚନା କରିବା ଆରମ୍ଭ କରିଛନ୍ତି । ତେବେ ଏହାରି ଭିତରେ ଫିଲ୍ମର ଟ୍ରେଲର ରିଲିଜ୍ ସରିଛି ଯାହାକୁ ଦର୍ଶକ ଭଲ ପାଇବା ଦେଇଛନ୍ତି । ତେଣୁ ଫିଲ୍ମକୁ ମଧ୍ୟ ଦର୍ଶକ ଭଲ ପାଇବା ଦେବେ ବୋଲି ମେକର୍ସ ଆଶା ରଖିଛନ୍ତି । ଫିଲ୍ମର ନିର୍ଦ୍ଦେଶନା ତୁଷାର ଜଲୋଟା ଦେଇଛନ୍ତି । ଫିଲ୍ମଟି ଏକ ରୋମାଣ୍ଟିକ ଡ୍ରାମା, ଯାହା ଭାରତୀୟ ଦର୍ଶକଙ୍କ ଟେଷ୍ଟକୁ ଦେଖି ନିର୍ମାଣ କରାଯାଇଥିବା ନେଇ ସୂଚନା ରହିଛି ।

Tags: