ବୟସକୁ ଧ୍ୟାନ ଦିଅନ୍ତୁ ନାହିଁ

ଆଗକୁ ତମନ୍ନାଙ୍କର ଫିଲ୍ମ ‘ଜେଲର’ ଆସିବାକୁ ଯାଉଛି । ଏହି ଫିଲ୍ମରେ ତମନ୍ନା ଓ ରଜନୀକାନ୍ତଙ୍କୁ ଏକ ଗୀତରେ ଡ୍ୟାନ୍ସ କରୁଥିବାର ଦେଖିବାକୁ ମିଳିବ । ହେଲେ ଉଭୟଙ୍କର ବୟସକୁ ନେଇ ଆଲୋଚନା ଆରମ୍ଭ ହୋଇଛି । ଉଭୟଙ୍କ ମଧ୍ୟରେ ପାଖାପାଖି ୪୦ ବର୍ଷର ଏଜ୍‌ ଗ୍ୟାପ୍‌ ରହିଛି । ତମନ୍ନାଙ୍କୁ ୩୩ ବର୍ଷ ହୋଇଥିବାବେଳେ ରଜନୀକାନ୍ତଙ୍କ ବୟସ ୭୨ । ଫିଲ୍ମର ଏକ ଗୀତ ଲଞ୍ଚ ଇଭେଣ୍ଟରେ ତମନ୍ନା ବୟସକୁ ନେଇ ହେଉଥିବା ଆଲୋଚନାର ଉତ୍ତର […]

Samaya Live Picture
Published On

ଆଗକୁ ତମନ୍ନାଙ୍କର ଫିଲ୍ମ ‘ଜେଲର’ ଆସିବାକୁ ଯାଉଛି । ଏହି ଫିଲ୍ମରେ ତମନ୍ନା ଓ ରଜନୀକାନ୍ତଙ୍କୁ ଏକ ଗୀତରେ ଡ୍ୟାନ୍ସ କରୁଥିବାର ଦେଖିବାକୁ ମିଳିବ । ହେଲେ ଉଭୟଙ୍କର ବୟସକୁ ନେଇ ଆଲୋଚନା ଆରମ୍ଭ ହୋଇଛି । ଉଭୟଙ୍କ ମଧ୍ୟରେ ପାଖାପାଖି ୪୦ ବର୍ଷର ଏଜ୍‌ ଗ୍ୟାପ୍‌ ରହିଛି । ତମନ୍ନାଙ୍କୁ ୩୩ ବର୍ଷ ହୋଇଥିବାବେଳେ ରଜନୀକାନ୍ତଙ୍କ ବୟସ ୭୨ । ଫିଲ୍ମର ଏକ ଗୀତ ଲଞ୍ଚ ଇଭେଣ୍ଟରେ ତମନ୍ନା ବୟସକୁ ନେଇ ହେଉଥିବା ଆଲୋଚନାର ଉତ୍ତର ରଖିଛନ୍ତି । ଫିଲ୍ମରେ ବୟସକୁ ଧ୍ୟାନ ନଦେବା ପାଇଁ ସେ ମତ ଦେଇଛନ୍ତି । ସେହିଭଳି ସେ ଏହି ଇଭେଣ୍ଟରେ ଟମ୍‌ କ୍ରୁଜ୍‌ଙ୍କ ଉଦାହରଣ ମଧ୍ୟ ଦେଇଛନ୍ତି । ଟମ୍‌ କ୍ରୁଜ ୬୦ ବର୍ଷରେ କରୁଥିବା ଷ୍ଟଣ୍ଟ୍‌ କଥା କହି ତମନ୍ନା ସମସ୍ତଙ୍କୁ ଚୁପ କରାଇଛନ୍ତି । ତେଣୁ ରଜନୀକାନ୍ତ ୭୨ ବର୍ଷରେ ଡ୍ୟାନ୍ସ କରିବାରେ କୌଣସି ଅସୁବିଧା ନାହିଁ ବୋଲି ତମନ୍ନା କହିଛନ୍ତି ।

Tags: