ବ୍ୟସ୍ତ ଅଛନ୍ତି ଟାଇଗର
By: Ipsita
ଆକ୍ସନ୍ ଷ୍ଟାର୍ ଟାଇଗର ଶ୍ରଫ୍ ନିକଟରେ ନିଜ ଜନ୍ମଦିନ ଅବସରରେ ପ୍ରଶଂସକଙ୍କୁ ଏକ ବଡ଼ ଉପହାର ଦେଇ ନିଜର ଆଗାମୀ ଚଳଚ୍ଚିତ୍ର 'ବଜ୍ର' ର ଘୋଷଣା କରିଛନ୍ତି । ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ବ ସମ୍ଭାଳିଛନ୍ତି ରାମ ମାଧବାନୀ ଏବଂ ପ୍ରଯୋଜନା ଦେଉଛନ୍ତି ମହାବୀର ଜୈନ । ୨୦୨୭ ମସିହାର ସବୁଠାରୁ ବଡ଼ ଆକ୍ସନ୍ ଫିଲ୍ମ ଭାବେ ଫିଲ୍ମଟି ପରିଗଣିତ ହେବ ବୋଲି ମେକର୍ସ ଆଶା ରଖିଛନ୍ତି । ଏହାର ସୁଟିଂ ଆସନ୍ତା ଏପ୍ରିଲ ମାସରୁ ଆରମ୍ଭ ହେବାର ଯୋଜନା ରହିଛି, ଯାହାର ଏକ ବଡ଼ ଅଂଶ ଜାପାନରେ ସୁଟିଂ ହେବାନେଇ ସୂଚନା ରହିଛି । ଫିଲ୍ମପାଇଁ ଟାଇଗର ଜାପାନରେ ସ୍ୱତନ୍ତ୍ର ମାର୍ଶାଲ୍ ଆର୍ଟ ପ୍ରଶିକ୍ଷଣ ମଧ୍ୟ ଗ୍ରହଣ କରିବେବୋଲି ଜଣା ପଡିଛି । ସେହିଭଳି ଆଗକୁ ତାଙ୍କୁ ବାଗୀ ୫ରେ ମଧ୍ୟ ଦେଖିବାକୁ ମିଳିବ । ଏହା ସହିତ ଟାଇଗର ୨୦୨୭ରେ ନିଜର ଓଟିଟି ଡେବ୍ୟୁ କରିବାକୁ ମଧ୍ୟ ଯାଉଛନ୍ତି, ଯେଉଁଥିରେ ସେ ଏକ ଆକ୍ସନ୍ ସିରିଜ୍ରେ ନଜର ଆସିବେ ।
ସମ୍ବନ୍ଧିତ ଖବର ବି ଟାଉନରୁ ଜେଲ
Tags:



